Advertisment

ଶରୀର ପାଇଁ ଔଷଧ ପରି କାମ ଦିଏ କଞ୍ଚା ଅମୃତଭଣ୍ଡା: ୬ଟି ଜାଣିବା କଥା

ଅମୃତଭଣ୍ଡା ଆମ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ। ଏହାକୁ ଖାଇବା ଦ୍ୱାରା କିଛି ମାରାତ୍ମକ ରୋଗରୁ ବି ରକ୍ଷା ମିଳିଥାଏ। ପାଚିଲା ଅମୃତଭଣ୍ଡା ପରି କଞ୍ଚା ଅମୃତଭଣ୍ଡାରେ  ମଧ୍ୟ ଅନେକ ଫାଇଦା ରହିଛି। କଞ୍ଚା ଭଣ୍ଡାରେ ଭିଟାମିନ୍,  ଏନଜାଇମ୍ ଓ ନ୍ୟୁଟ୍ରିଏଣ୍ଟ୍ ରହିଥାଏ,  ଯାହା ହଜମ ପକ୍ରିୟାକୁ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଭିଟାମିନ-ଏ,ଭିଟାମିନ୍-ସି, ଓ ଭିଟାମିନ୍-ଇରେ ଭରପୂର ଥିବା କଞ୍ଚା ଅମୃତଭଣ୍ଡା ଖାଇଲେ କଣ ସବୁ ଫାଇଦା ମିଳେ। ୧.ଲିଭରକୁ ମଜଭୁତ କରିଥାଏ: […]

ଅଦ୍ୟତନ ହୋଇଛି
ଶରୀର ପାଇଁ ଔଷଧ ପରି କାମ ଦିଏ କଞ୍ଚା ଅମୃତଭଣ୍ଡା: ୬ଟି ଜାଣିବା କଥା

papeya

Advertisment

ଅମୃତଭଣ୍ଡା ଆମ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ। ଏହାକୁ ଖାଇବା ଦ୍ୱାରା କିଛି ମାରାତ୍ମକ ରୋଗରୁ ବି ରକ୍ଷା ମିଳିଥାଏ। ପାଚିଲା ଅମୃତଭଣ୍ଡା ପରି କଞ୍ଚା ଅମୃତଭଣ୍ଡାରେ  ମଧ୍ୟ ଅନେକ ଫାଇଦା ରହିଛି। କଞ୍ଚା ଭଣ୍ଡାରେ ଭିଟାମିନ୍,  ଏନଜାଇମ୍ ଓ ନ୍ୟୁଟ୍ରିଏଣ୍ଟ୍ ରହିଥାଏ,  ଯାହା ହଜମ ପକ୍ରିୟାକୁ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଭିଟାମିନ-ଏ,ଭିଟାମିନ୍-ସି, ଓ ଭିଟାମିନ୍-ଇରେ ଭରପୂର ଥିବା କଞ୍ଚା ଅମୃତଭଣ୍ଡା ଖାଇଲେ କଣ ସବୁ ଫାଇଦା ମିଳେ।

Advertisment

୧.ଲିଭରକୁ ମଜଭୁତ କରିଥାଏ: କଞ୍ଚା ଅମୃତଭଣ୍ଡା ଆପଣଙ୍କ ଲିଭର ବା ଯକୃତକୁ  ମଜଭୁତ କରିଥାଏ। ଜଣ୍ଡିସ୍ ବା କାମଳ ରୋଗର ନିରାକାରଣ ପାଇଁ କଞ୍ଚା ଭଣ୍ଡା ବହୁତ ଉପକାରୀ।

୨.ରୋଗ ସଂକ୍ରମଣରୁ ରକ୍ଷା କରିଥାଏ: କଞ୍ଚା ଭଣ୍ଡାରେ ଭିଟାମିନ ମାତ୍ରା ଭରପୂର ଭାବେ ରହିଥିବାରୁ ଏହା ଆମ ଶରୀରକୁ ବ୍ୟାକ୍ଟେରିଆ ଆକ୍ରମଣରୁ ସୁରକ୍ଷା ଦେଇଥାଏ।

Advertisment

୩.ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ: କଞ୍ଚା ଭଣ୍ଡା ଖାଇବା ଦ୍ୱାରା ଶର୍ଦ୍ଦି ଓ ଜ୍ୱର ଭଳି ରୋଗ ହୋଇନଥାଏ।

୪.ମଧୁମେହ ପାଇଁ  ଉପକାରୀ: ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ ହୋଇଥାଏ ଓ ଶରୀରରେ ଇନ୍ସୁଲିନ୍ ମାତ୍ରାକୁ ବଢାଇଥାଏ।

୫.ପେଟ ସମସ୍ୟା ଦୂର କରେ: କଞ୍ଚା ଭଣ୍ଡାରେ ପେପିନ୍ ମାତ୍ରା ଅଧତ୍କ ଥିବାରୁ ଏହା ପେଟ ଜନିତ ସମସ୍ୟା ଦୂର କରିଥାଏ।

୬.ଭିଟାମିନ୍‌ରେ ଭରପୂର: ନିୟମିତ କଞ୍ଚାଭଣ୍ଡା ଖାଇବା ଦ୍ୱାରା ଶରୀରରେ ଭିଟାମିନ୍ ପରିମାଣ ବୃଦ୍ଧି ପାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe