Advertisment

ମୁହଁର ସୌନ୍ଦର୍ଯ୍ୟ ପାଇଁ ଲଗାନ୍ତୁ ପିଜୁଳି ଫେସ୍‌ ପ୍ୟାକ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥା’ନ୍ତି। ଏଥିରେ ଥିବା ପୋଷକତତ୍ତ୍ୱ ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ। ତେବେ ଏହା ତ୍ୱଚାର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଇଥାଏ। ତେଣୁ ଆପଣ ଚାହିଁଲେ ପିଜୁଳି ଖାଇବା ସହିତ ଏହାର ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାଇପାରିବେ। ଏହାଦ୍ୱାରା ଆପଣଙ୍କ ସ୍କିନ୍‌ ଗ୍ଲୋ କରିବ। ଏମିତି ପ୍ରସ୍ତୁତ କରନ୍ତୁ ପିଜୁଳି ଫେସ୍‌ ପ୍ୟାକ୍‌ ୧. ଗୋଟିଏ ଛୋଟ ସାଇଜ୍‌ର ପିଜୁଳି ଆଣି ଏହାକୁ କାଟି […]

ମୁହଁର ସୌନ୍ଦର୍ଯ୍ୟ ପାଇଁ ଲଗାନ୍ତୁ ପିଜୁଳି ଫେସ୍‌ ପ୍ୟାକ୍‌

facepack

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥା’ନ୍ତି। ଏଥିରେ ଥିବା ପୋଷକତତ୍ତ୍ୱ ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ। ତେବେ ଏହା ତ୍ୱଚାର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଇଥାଏ। ତେଣୁ ଆପଣ ଚାହିଁଲେ ପିଜୁଳି ଖାଇବା ସହିତ ଏହାର ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାଇପାରିବେ। ଏହାଦ୍ୱାରା ଆପଣଙ୍କ ସ୍କିନ୍‌ ଗ୍ଲୋ କରିବ।

Advertisment

ଏମିତି ପ୍ରସ୍ତୁତ କରନ୍ତୁ ପିଜୁଳି ଫେସ୍‌ ପ୍ୟାକ୍‌

୧. ଗୋଟିଏ ଛୋଟ ସାଇଜ୍‌ର ପିଜୁଳି ଆଣି ଏହାକୁ କାଟି ଛୋଟ ଛୋଟ କରନ୍ତୁ। ପରେ ଏହାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଗ୍ରାଇଣ୍ଡିଂ ହୋଇଥିବା ପିଜୁଳିରେ ଏକ ଚାମଚ ମହୁ ଓ ଅଧା ଚାମଚ ଲେମ୍ୱୁ ରସ ଭଲ ଭାବେ ମିଶାନ୍ତୁ। ଏହି ପ୍ୟାକ୍‌କୁ ମୁହଁରେ ଲଗାଇ ମାଲିସ କରନ୍ତୁ ଏବଂ କିଛି ସମୟ ଏହାକୁ ସେମିତି ମୁହଁରେ ଛାଡ଼ି ଦିଅନ୍ତୁ। ପରେ ନଖ ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।

publive-image୨. ସେହିପରି ଶୁଷ୍କ ତ୍ୱଚା ପାଇଁ ପିଜୁଳିକୁ ଗ୍ରାଇଣ୍ଡିଂ କରି ସେଥିରେ ଅଧା ଚାମଚ ଓଟ୍‌ସ, ଗୋଟିଏ ଅଣ୍ଡା କେଶର, ଗୋଟିଏ ଚାମଚ ମହୁ ଓ ଦୁଇ ବୁନ୍ଦା ଗ୍ଲିସେରିନ୍‌ ପକାଇ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ସପ୍ତାହକୁ ଏପରି ଦୁଇଥର ଲଗାନ୍ତୁ। ଏପରି କଲେ ତ୍ୱଚାର ଶୁଷ୍କପଣ ଦୂର ହେବ।

Advertisment

୩. ପିଜୁଳି ମୁହଁର ବ୍ରଣ ସମସ୍ୟା ଦୂର କରିଥାଏ। ଏଥିପାଇଁ ପିଜୁଳିକୁ ଗ୍ରାଇଣ୍ଡିଂ କରି ସେଥିରେ ଅଧା ଚାମଚ ଲେମ୍ୱୁ ରସ ଓ ଅଳ୍ପ ହଳଦୀ ମିଶାଇ ମୁହଁରେ ଲଗାନ୍ତୁ। ଏହି ପ୍ୟାକ୍‌କୁ ଆପଣ ସପ୍ତାହକୁ ତିନିଥର ଲଗାଇ ପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe