/odisha-reporter/media/post_attachments/uploads/2019/03/d77.jpg)
d77
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଯଦି ବୁଲିବାକୁ ଭଲ ପାଉଥାନ୍ତି, ତାହାଲେ ବହୁତ ଗୁଡ଼ିଏ ଜାଗା ବୁଲିଥିବେ ନିଶ୍ଚୟ। ଓଡ଼ିଶା ବାହାରେ ହେଉ ବା ଓଡ଼ିଶା ଭିତରେ ବହୁତ ଭଲ ଏବଂ ସୁନ୍ଦର ବୁଲିବା ସ୍ଥାନ ସବୁ ରହିଛି। କେବଳ ଭାବନ୍ତୁ ନାହିଁ ଯେ, ବୁଲିବାକୁ ହେଲେ ଆମକୁ ଓଡ଼ିଶା ବାହାରକୁ ହିଁ ଯିବାକୁ ପଡ଼ିବ। ଓଡ଼ିଶା ଭିତରେ ମଧ୍ୟ ଏପରି ସ୍ଥାନ ସବୁ ରହିଛି ଯେଉଁଠିକୁ ନ ଗଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ।
/odisha-reporter/media/post_attachments/wp-content/uploads/2019/03/d11-2.jpg)
ତେବେ ଆମେ ଆଜି ସେହିପରି ଏକ ଜାଗା ବିଷୟରେ କହିବାକୁ ଯାଉଛୁ ଯେଉଁଠିକୁ ଆପଣ ଗଲେ ଆସିବାକୁ ଇଚ୍ଛା ହେବ ନାହିଁ। ଆପଣ କେନ୍ଦୁଝର ଜିଲ୍ଲାର ହଦଗଡ଼ ଡ୍ୟାମ୍ ବୁଲି ଯାଇ ସେଠାକାର ପ୍ରାକୃତିକ ପରିବେଶକୁ ଉପଭୋଗ କରିପାରିବେ। ଆପଣ ଜାଣନ୍ତୁ ସେହି ହଦଗଡ଼ ଡ୍ୟାମ୍ ବିଷୟରେ।
/odisha-reporter/media/post_attachments/wp-content/uploads/2019/03/d22-1.jpg)
ଇତିହାସ
୧୯୭୮ ମସିହାରେ ନିର୍ମିତ ହୋଇଥିଲା ହଦଗଡ଼ ଡ୍ୟାମ୍। ଏହି ଡ୍ୟାମ୍ଟି ହଦଗଡ଼ ହସ୍ତି ଅଭୟାରଣ୍ୟ ଭିତରେ ଅବସ୍ଥିତ। ପିତାନଭ ଏବଂ ବଉଳା ନାମକ ଦୁଇ ପାହାଡ଼ ମଧ୍ୟରେ ଏହି ଡ୍ୟାମ୍କୁ ନିର୍ମାଣ କରାଯାଇଛି। ଡ୍ୟାମ୍ର ଦୁଇ ପଟେ ସୁଉଚ୍ଚ ସବୁଜ ପାହାଡ଼ ରହିଛି। ଆଉ ଏହାର ମଝିରେ ଶାଳନ୍ଦି ନଦୀ। ଆଉ ଏହି ନଦୀ ଉପରେ ହଦଗଡ଼ ଡ୍ୟାମ୍ ନିର୍ମାଣ କରାଯାଇଛି।
/odisha-reporter/media/post_attachments/wp-content/uploads/2019/03/d33-1.jpg)
କ’ଣ ଦେଖିବେ
ସେଠାକୁ ଗଲେ ଆପଣ ଏହି ସୁନ୍ଦର ପରିବେଶ ମନ ଭରି ଉପଭୋଗ କରି ପାରିବେ। ନଦୀର କୁଳୁକୁଳୁ ଶବ୍ଦ ଆପଣଙ୍କ ମନକୁ ବିମୋହିତ ନିଶ୍ଚୟ କରିବ।
ଏହି ଜଳଭଣ୍ଡାରର ଗଭୀରତା ହେଉଛି ୨୭୨ ଫୁଟ୍। ସମଗ୍ର ବାଲଶ୍ୱରରେ ଜଳସେଚନ ବ୍ୟବସ୍ଥା କରିବା ନିମନ୍ତେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ଏହି ଡ୍ୟାମ୍ ନିର୍ମାଣ କରାଯାଇଥିଲା।
ଆପଣ ଏହି ଡ୍ୟାମ୍ ଉପରେ ଠିଆ ହୋଇ ଜଳଭଣ୍ଡାରର ଗୋଟିଏ ଦିଗକୁ ଦେଖିଲେ ଆଖି ପାଇବ ନାହିଁ। ଏହାର ବହୁ ଦୂର ପର୍ଯ୍ୟନ୍ତ ଆପଣଙ୍କୁ ସାଳନ୍ଦି ନଦୀ ଏବଂ ପର୍ବତମାଳା ଦେଖାଯିବ। ସେଠାକାର ଥଣ୍ଡା ପବନ ଆପଣଙ୍କୁ ମାନସିକ ଶାନ୍ତି ନିଶ୍ଚିନ୍ତ ଦେବ।
/odisha-reporter/media/post_attachments/wp-content/uploads/2019/03/d55-1.jpg)
ଏହି ହଦଗଡ଼ ହ୍ୟାମ୍ ଉପରେ ଚାଲିଚାଲି ଗଲେ ଆପଣ ସେଠାକାର ମନୋରମ ପରିବେଶକୁ ମନଭରି ଉପଭୋଗ କରିପାରିବେ। ସେଠାରେ ଜଳଭାଗର କିଛି ଦୂରରେ ଗୋଟେ ଛୋଟିଆ ଟାପୁ ରହିଛି। ସେହି ସବୁ ସ୍ଥାନ ଦେଖିଲେ ଆପଣଙ୍କୁ ଓଡ଼ିଶା ବାହାରେ ଥିବା ସ୍ଥାନ କଥା ମନେପଡ଼ିବ। ତେଣୁ ଘଞ୍ଚ ଜଙ୍ଗଲ ସାଙ୍ଗକୁ କୁଳୁକୁଳୁ ବହି ଯାଉଥିବା ନଦୀକୁ ଆପଣ ବହୁ ପାଖରୁ ଉପଭୋଗ କରିପାରିବେ।
ଏହା ଏକ ସୁନ୍ଦର ପିକ୍ନିକ୍ ସ୍ପଟ୍ ମଧ୍ୟ। ପିକ୍ନିକ୍ ଋତୁରେ ଆପଣ ଏଠାରେ ପହଞ୍ଚିଲେ ଏହି ସ୍ଥାନ ଅନ୍ୟ ସବୁ ସ୍ଥାନ ଠାରୁ ଖାସ୍ ଲାଗିବ। ଆଉ ଆପଣ କେବଳ ପିକ୍ନିକ୍ ଋତୁ ନୁହେଁ, ଯେ କୌଣସି ସମୟରେ ଏହି ସୁନ୍ଦର ସ୍ଥାନକୁ ଯାଇ ପ୍ରାକୃତିକ ପରିବେଶକୁ ଉପଭୋଗ କରିପାରିବେ।
/odisha-reporter/media/post_attachments/wp-content/uploads/2019/03/d66.jpg)
କିପରି ଯିବେ
କେନ୍ଦୁଝର ସହରଠାରୁ ହଦଗଡ଼ ଡ୍ୟାମ୍ର ଦୂରତା ପ୍ରାୟ ୧୧୦ କିମି। ଆପଣ ଆନନ୍ଦପୁର ଦେଇ ଆସିଲେ ଭଦ୍ରକଠାରୁ ଏହର ଦୂରତା ହେବ ୪୮ କିମି। ସେଠାକୁ ଯିବାକୁ ହେଲେ କାର୍ କିମ୍ବା ଟାକ୍ସି ଯୋଗେ ଯାଇପାରିବେ। କିନ୍ତୁ ଥରେ ସେହି ସ୍ଥାନକୁ ଯାଇ ବୁଲି ଆସିଲେ ସେହି ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରେମରେ ପଡ଼ିଯିବେ ନିଶ୍ଚୟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
