ଜାଣନ୍ତୁ କେଉଁ ଦିନ ଚୁଟି କାଟିଲେ ଶୁଭ ଅଶୁଭ

ଅଧିକାଂଶ ଲୋକେ ଦିନ ବାର ଦେଖି ନିଜ ବାଳ କାଟି ଥାଆନ୍ତି। କେହି କେହି ମଙ୍ଗଳବାର,ଗୁରୁବାର ଏବଂ ଶନିବାର ଚୁଟି ଏବଂ ନଖ କାଟିବାରେ ନିଜକୁ ଦୂରେଇ ରଖନ୍ତି । ବିଶେଷକରି ରବିବାର ସପ୍ତାହର ଛୁଟି ଦିନ ପଡ଼ୁଥିବାରୁ  ଅନେକ ଏହି ଦିନ ଏହି କାମ କରିବାକୁ ପସନ୍ଦ କରନ୍ତି। ତେବେ ଏହାକୁ ନେଇ  ହିନ୍ଦୁ  ଧର୍ମର ଅନେକ ବିଶ୍ୱାସ ରହିଛି।  କେଉଁ ଦିନ ଏହି ନଖ ଏବଂ ଚୁଟି କାଟିବା ଦ୍ୱାରା କ’ଣ ଲାଭକ୍ଷତି ହୋଇଥାଏ […]

Rakesh Mallick
  • Published: Thursday, 07 September 2017
  • Updated: 07 September 2017, 02:01 PM IST

Sports

Latest News

ଅଧିକାଂଶ ଲୋକେ ଦିନ ବାର ଦେଖି ନିଜ ବାଳ କାଟି ଥାଆନ୍ତି। କେହି କେହି ମଙ୍ଗଳବାର,ଗୁରୁବାର ଏବଂ ଶନିବାର ଚୁଟି ଏବଂ ନଖ କାଟିବାରେ ନିଜକୁ ଦୂରେଇ ରଖନ୍ତି । ବିଶେଷକରି ରବିବାର ସପ୍ତାହର ଛୁଟି ଦିନ ପଡ଼ୁଥିବାରୁ  ଅନେକ ଏହି ଦିନ ଏହି କାମ କରିବାକୁ ପସନ୍ଦ କରନ୍ତି। ତେବେ ଏହାକୁ ନେଇ  ହିନ୍ଦୁ  ଧର୍ମର ଅନେକ ବିଶ୍ୱାସ ରହିଛି।  କେଉଁ ଦିନ ଏହି ନଖ ଏବଂ ଚୁଟି କାଟିବା ଦ୍ୱାରା କ’ଣ ଲାଭକ୍ଷତି ହୋଇଥାଏ ସେକଥା ମଧ୍ୟ ରହିଛି। ଅର୍ଥାତ ଆପଣ ଯଦି କିଛି ନିର୍ଦ୍ଦିଷ୍ଟ ବାର କେଶ କାଟିବେ ତେବେ ପରିବାରର ଧନ ସମ୍ପତ୍ତି ଏବଂ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଦିନ ଚୁଟି କାଟିବା ଶୁଭ ହୋଇଥାଏ।

୧- ସେମାବାର ଦିନଟିକୁ  ଚନ୍ଦ୍ର ସହ ତୁଳନା କରାଯାଇଥାଏ।  ତେଣୁ ଏହି ଦିନ ଚୁଟି କାଟିବା ଦ୍ୱାରା ଅଶାନ୍ତି ଲାଗି ରହିଥାଏ। ମାନସିକ ସ୍ୱାସ୍ଥ୍ୟ ପାଇଁ ଏହି ଦିନ ଅଶୁଭ ହୋଇଥାଏ ।

୨- ଅଧିକାଂଶ ଲୋକେ ମଙ୍ଗଳବାର  ଚୁଟି ନଖ କାଟନ୍ତି ନାହିଁ । କାରଣ ଏହି ଦିନ ଚୁଟି କାଟିବା ଦ୍ୱାରା ଆୟୁଷ ହ୍ରାସ ହୋଇଥାଏ ।

୩ – ତେବେ ବୁଧବାର ନଖ ଓ ଚୁଟି କାଟିବା  ଫଳରେ ଘରର ସମୃଦ୍ଧି ବଢିଥାଏ । ଏହି ଦିନଟି ସବୁ କାର୍ଯ୍ୟ  ପାଇଁ ଶୁଭ ହୋଇଥାଏ ।

୪- ଗୁରୁବାର ହେଉଛି ଭଗବାନ ବିଷ୍ଣୁଙ୍କ ଦିନ। ଏହି ବାର  ବାଳ କାଟିବା ଦ୍ୱାରା ବିଷ୍ଣୁଙ୍କ ଘରଣୀମା’ ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡିଥାଏ। ଏଥିସହ ମାନସମ୍ମାନର ହାନି ହୋଇଥାଏ।

୫- ଶୁକ୍ରବାର ଦିନଟିକୁ ସମସ୍ତ ସୁଖ ସୁବିଧାର ଦିନ କୁହାଯାଇଥାଏ । ଏହି ଦିନ ନଖ କିମ୍ୱା ଚୁଟି  କାଟିବା ଫଳରେ ଅନେକ କିଛି ଲାଭ ହୋଇଥାଏ ।

୭- ଶନିବାର ଚୁଟି ଏବଂ ନଖ କାଟିବାଠାରୁ ଦୂରେଇ ରୁହନ୍ତୁ। ନଚେତ ଅଳ୍ପ ଆୟୁ ମଧ୍ୟରେ ଜୀବନ ଚାଲିଯିବାର ଅଶଙ୍କା ରହିଛି।

୮- ଅଧିକାଂଶ ଲୋକେ ସମୟ ଅଭାବରୁ  ରବିବାର ଦିନ ଚୁଟି କାଟିଥାଆନ୍ତି । ରବିବାର ଦିନଟି ସୂର୍ଯ୍ୟଙ୍କ ଦିନ ହୋଇଥାଏ । ଏହି ଦିନ ଚୁଟି କାଟିବା ଦ୍ୱାରା ଧନ ଓ ବୁଦ୍ଧିର ହାନି ଘଟିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos