Advertisment

ହର୍ବାଲ୍‌ ଉପାୟରେ କେଶକୁ କରନ୍ତୁ ଷ୍ଟ୍ରେଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଷ୍ଟ୍ରେଟ୍‌ ହେୟାର୍‌ ସବୁ ପ୍ରକାର ଆଉଟ୍‌ଫିଟ୍‌ରେ ସୁଟ୍ କରିଥାଏ। ଏଥିପାଇଁ ଅଧିକାଂଶ ଝିଅ ହେୟାର୍‌ ଷ୍ଟ୍ରେଟ୍‌ନିଙ୍ଗ କରିବା ପାଇଁ ପାର୍ଲର ଯିବାକୁ ପସନ୍ଦ କରିଥା’ନ୍ତି। ପାର୍ଲରରେ ଆପଣଙ୍କ କେଶରେ କେମିକାଲ୍ ଓ ହିଟ୍‌ ପ୍ରୟୋଗ କରାଯାଇଥାଏ। ତେବେ ଆପଣ ଚାହିଁଲେ ଘରେ ହର୍ବାଲ୍ ଉପାୟରେ କେଶକୁ ସିଧା କରିପାରିବେ। ଏସବୁ କରିବା ପାଇଁ କେଶରେ କେମିକାଲ୍ କିମ୍ୱା ହିଟ୍‌ର ଆବଶ୍ୟକତା ପଡ଼ିନଥାଏ। ଆସନ୍ତୁ ଜାଣିବା ହର୍ବାଲ୍‌ ଉପାୟରେ ଘରେ କିପରି ହେୟାର ଷ୍ଟ୍ରେଟ୍‌ […]

ହର୍ବାଲ୍‌ ଉପାୟରେ କେଶକୁ କରନ୍ତୁ ଷ୍ଟ୍ରେଟ୍‌

hair

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଷ୍ଟ୍ରେଟ୍‌ ହେୟାର୍‌ ସବୁ ପ୍ରକାର ଆଉଟ୍‌ଫିଟ୍‌ରେ ସୁଟ୍ କରିଥାଏ। ଏଥିପାଇଁ ଅଧିକାଂଶ ଝିଅ ହେୟାର୍‌ ଷ୍ଟ୍ରେଟ୍‌ନିଙ୍ଗ କରିବା ପାଇଁ ପାର୍ଲର ଯିବାକୁ ପସନ୍ଦ କରିଥା’ନ୍ତି। ପାର୍ଲରରେ ଆପଣଙ୍କ କେଶରେ କେମିକାଲ୍ ଓ ହିଟ୍‌ ପ୍ରୟୋଗ କରାଯାଇଥାଏ। ତେବେ ଆପଣ ଚାହିଁଲେ ଘରେ ହର୍ବାଲ୍ ଉପାୟରେ କେଶକୁ ସିଧା କରିପାରିବେ। ଏସବୁ କରିବା ପାଇଁ କେଶରେ କେମିକାଲ୍ କିମ୍ୱା ହିଟ୍‌ର ଆବଶ୍ୟକତା ପଡ଼ିନଥାଏ। ଆସନ୍ତୁ ଜାଣିବା ହର୍ବାଲ୍‌ ଉପାୟରେ ଘରେ କିପରି ହେୟାର ଷ୍ଟ୍ରେଟ୍‌ କରାଯାଇପାରିବ।

Advertisment

୧. କିଛି ଦିନ ପର୍ଯ୍ୟନ୍ତ କେଶରେ ଗରମ ତେଲ ଲଗାଇଲେ, କେଶ ସିଧା ହେବାକୁ ଲାଗିଥାଏ। ଯଦି ଆପଣ ନଡ଼ିଆ, ବାଦାମ କିମ୍ୱା ଅଲିଭ୍‌ ତେଲ ବ୍ୟବହାର କରୁଛନ୍ତି, ତେବେ ଅଧିକ ଫାଇଦା ପାଇପାରିବେ। ପ୍ରଥମେ ତେଲକୁ ହାଲ୍‌କା ଗରମ କରନ୍ତୁ। ଏହାପରେ କେଶ ମୂଳରେ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ତେଲକୁ ମାଲିସ କରନ୍ତୁ। ୩୦ ମିନିଟ୍‌ ପରେ କେଶକୁ ସାମ୍ପୂ କରି କୁଣ୍ଡାଇ ଦିଅନ୍ତୁ।

୨. ସେହିପରି ମୁଲତାନି ମାଟିର ପେଷ୍ଟ କେଶରେ ଲଗାଇଲେ, କେଶ ପ୍ରାକୃତିକ ଉପାୟରେ ସିଧା ହୋଇଥାଏ। ପ୍ରଥମେ ମୁଲତାନି ମାଟିରେ ଅଣ୍ଡାର ଧଳାଅଂଶକୁ ମିଶାନ୍ତୁ। ଏଥିରେ ୧ ଚାମଚ ଚାଉଳ ଚୁନା ଓ ପାଣି ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ସମ୍ପୂର୍ଣ୍ଣ କେଶରେ ଲଗାନ୍ତୁ। ଏହାପରେ ମୋଟା ଦାନ୍ତ ଥିବା ପାନିଆରେ କେଶକୁ କୁଣ୍ଡାଇ ଦିଅନ୍ତୁ। ୧ ଘଣ୍ଟା ପରେ କେଶକୁ ଧୋଇ ଦିଅନ୍ତୁ। କେଶ ଶୁଖିଯିବା ପରେ ଏଥିରେ କିଛି କ୍ଷୀର ସ୍ପ୍ରେ କରନ୍ତୁ। ୧୫ ମିନିଟ୍‌ ପରେ ପୁଣିଥରେ ଧୋଇ ଦିଅନ୍ତୁ। ମାସକୁ ଏପରି ଦୁଇରୁ ତିନିଥର କଲେ, ଦେଖିବେ ଆପଣଙ୍କ ହେୟାର୍ ଷ୍ଟ୍ରେଟ୍ ହୋଇଯିବ।

Advertisment

୩. ନଡ଼ିଆ କ୍ଷୀର ଓ ଲେମ୍ୱୁ ରସକୁ ଗୋଟିଏ ପାତ୍ରରେ ରଖି ଫ୍ରିଜରରେ କିଛି ଘଣ୍ଟା ରଖନ୍ତୁ। ଏହାପରେ କେଶରେ ଏହାର ମିଶ୍ରଣକୁ ଲଗାନ୍ତୁ। ୧୫ ରୁ ୨୦ ମିନିଟ୍‌ ପରେ କେଶକୁ ଷ୍ଟିମ୍‌ ଦିଅନ୍ତୁ। ଏହାପରେ କେଶକୁ ସାମ୍ପୂରେ ଧୋଇ ଦିଅନ୍ତୁ। ଦେଖିବେ କେଶରେ ଚମକ ଆସିବା ସହିତ ଷ୍ଟ୍ରେଟ୍‌ ଲାଗିବ।

୪. ୪ଟି ଚାମଚ ବେସନ,୪ ଚାମଚ ମୁଲତାନି ମାଟି ଓ ଅଧା କପ୍‌ ସିରକା ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ କେଶରେ ଲଗାନ୍ତୁ। ୧୦ରୁ ୧୫ ମିନିଟ୍‌ ପରେ କେଶକୁ ଧୋଇ ଦିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe