/odisha-reporter/media/post_attachments/uploads/2019/10/eye1.jpg)
eye1
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦର ଦେଖାଯିବା ସହିତ ନିଜକୁ ଏକ ଅଲଗା ଲୁକ୍ ଦେବା ପାଇଁ ବର୍ତ୍ତମାନ ଯୁବପିଢ଼ି ‘ଆଇଲାଶେସ୍ ଏକ୍ସଟେନସନ୍’ କରୁଛନ୍ତି। ଏହି ପ୍ରକ୍ରିୟାରେ ଆଖିପତାର କେଶକୁ ଲମ୍ୱା ଓ ଘନ କରାଯାଇଥାଏ। ଏହା ବ୍ୟତୀତ ମାର୍କେଟ୍ରେ ରେଡିମେଡ୍ ଆଇଲାଶେସ୍ ମଧ୍ୟ ଉପଲବ୍ଧ ହେଉଛି, ଯାହାକୁ ବ୍ୟବହାର କରିବା ପରେ ପିଙ୍ଗି ଦିଆଯାଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଆଇଲାଶେସ୍ ଏକ୍ସଟେନସନ୍ କଲେ ଆପଣଙ୍କ ଆଖି ଉପରେ କ୍ଷତିକାରକ ପ୍ରଭାବ ପଡ଼ିଥାଏ ?
/odisha-reporter/media/post_attachments/wp-content/uploads/2019/10/eye2.jpg)
କିପରି ହୋଇଥାଏ ଆଇଲାଶେସ୍ଏକ୍ସଟେନସନ୍ ?
ପାର୍ଲର୍ କିମ୍ୱା ମେଡିକାଲ୍ ଆପଣ ଯେଉଁଠି ବି ଆଇଲାଶେସ୍ ଏକ୍ସଟେନସନ୍ କରୁଛନ୍ତି, ମନେ ରଖନ୍ତୁ ଏହାଦ୍ୱାରା ଆପଣଙ୍କ ଆଖିପତାର କେଶ କେବଳ ୬ ମାସ ପାଇଁ ବୃଦ୍ଧି ହୋଇଥାଏ। ଏହି ଏକ୍ସଟେନସନ୍ ପାଇଁ ୨ ଘଣ୍ଟା ସମୟ ଲାଗିଥାଏ। ଏହି ପ୍ରକ୍ରିୟାରେ ଆପଣଙ୍କ ଆଖିରେ କେମିକାଲ୍ର ପ୍ରୟୋଗ କରାଯାଇଥାଏ ଏବଂ ସିନ୍ଥେଟିକ୍ କେଶକୁ ଲିକ୍ୱିଡ୍ ସାହାଯ୍ୟରେ ଆଇଲାଶେସ୍ ସହିତ ଯୋଡ଼ା ଯାଇଥାଏ। ଯଦି ପରେ ଆପଣ ଭବିଷ୍ୟତରେ ଆଇଲାଶେସ୍ ବାହାର କରିବାକୁ ଚାହୁଁଛନ୍ତି, ତେବେ ପ୍ରଫେସନାଲ୍ଙ୍କ ସାହାଯ୍ୟ ନେବାକୁ ପଡ଼ିବ।
ସେହିପରି ମାର୍କେଟ୍ରେ ମିଳୁଥିବା ଆଇଲାଶେସ୍ ଲଗାଇବା ପାଇଁ ଗ୍ଲୁର ବ୍ୟବହାର କରାଯାଇଥାଏ। ଏଥିପାଇଁ କିଛି ଲୋକଙ୍କ ଆପଣଙ୍କ ଆଖି କୁଣ୍ଡେଇ ହେବା ଓ ପୋଡ଼ିବା ପରି ସମସ୍ୟା ଉପୁଜିଥାଏ। ସେଥିପାଇଁ ଆଖିରେ ଏହିପରି କୌଣସି ଜିନିଷ ଲଗାଇବା ପୂର୍ବରୁ ଏହାର ଲାଭ ଓ କ୍ଷତି ବିଷୟରେ ଜାଣି ନିଅନ୍ତୁ। ନଚେତ ଆପଣଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହେବାର ଆଶଙ୍କା ଉପୁଜିଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
