Advertisment

କେବେ ଖାଇଛନ୍ତି ‘କଞ୍ଚା କଦଳୀ ପୁରି’?

ଆବଶ୍ୟକ ସାମଗ୍ରୀ: ଅଟା, ଜୁଆଣି, କଞ୍ଚା କଦଳୀ, ଲୁଣ ଓ ରିଫାଇନ୍‌ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା କଦଳୀଗୁଡ଼ିକୁ ସିଝେଇ ଦିଅନ୍ତୁ। ଏହାପରେ ଚୋପା ଛଡ଼ାଇ ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ଅଟା, ଲୁଣ, ଅଳ୍ପ ଜୁଆଣି ଓ ଚକଟା ହୋଇଥିବା କଦଳୀ ପକାଇ ଭଲ ଭାବେ ଚକଟନ୍ତୁ। ଭଲ ଭାବେ ଚକଟିବା ପରେ ଏକ ଓଦା କପଡ଼ା ଏହାକୁ ଗୁଡ଼ାଇ ରଖି ଦିଅନ୍ତୁ। ଅଧଘଣ୍ଟା ପରେ ଏହାକୁ ନେଇ […]

author-image
Chinmayee Roy
ଅଦ୍ୟତନ ହୋଇଛି
କେବେ ଖାଇଛନ୍ତି ‘କଞ୍ଚା କଦଳୀ ପୁରି’?

puri

ଆବଶ୍ୟକ ସାମଗ୍ରୀ: ଅଟା, ଜୁଆଣି, କଞ୍ଚା କଦଳୀ, ଲୁଣ ଓ ରିଫାଇନ୍‌ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା କଦଳୀଗୁଡ଼ିକୁ ସିଝେଇ ଦିଅନ୍ତୁ। ଏହାପରେ ଚୋପା ଛଡ଼ାଇ ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ଅଟା, ଲୁଣ, ଅଳ୍ପ ଜୁଆଣି ଓ ଚକଟା ହୋଇଥିବା କଦଳୀ ପକାଇ ଭଲ ଭାବେ ଚକଟନ୍ତୁ। ଭଲ ଭାବେ ଚକଟିବା ପରେ ଏକ ଓଦା କପଡ଼ା ଏହାକୁ ଗୁଡ଼ାଇ ରଖି ଦିଅନ୍ତୁ। ଅଧଘଣ୍ଟା ପରେ ଏହାକୁ ନେଇ ଛୋଟ ଛୋଟ ଗୁଳା କରନ୍ତୁ। ଏବେ ଏଗୁଡ଼ିକୁ ପୁରି ଆକାରରେ ବେଲି ଗରମ ତେଲରେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗରମାଗରମ କଞ୍ଚା କଦଳୀ ପୁରି’। ଏହାକୁ ନିଜ ମନପସନ୍ଦର ତରକାରି କିମ୍ବା ଭଜା ଲଗାଇ ଖାଆନ୍ତୁ।

Advertisment