ପ୍ରାୟ ସମସ୍ତେ ସାପ ଦେଖିଲେ ଡରନ୍ତି। କିଛି ଲୋକ ସାପ ଦେଖିବା ମାତ୍ରେ ଅଘଟଣ ଆଶଙ୍କା କରି ତାକୁ ମାରି ଦିଅନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ସାପ ଦେଖିଲେ ଶୁଭ ହୁଏ ବୋଲି କୁହାଯାଏ। କେଉଁଠି ଓ କେତେବେଳେ କେଉଁ ରଙ୍ଗର ସାପ ଦେଖିଲେ କ’ଣ ଲାଭ ହୁଏ ଆସନ୍ତୁ ଜାଣିବା।
ଯଦି ଆପଣ ସ୍ୱପ୍ନରେ ଧଳା ରଙ୍ଗର ସାପ ଦେଖନ୍ତି, ତା’ହେଲେ ଧନଲାଭ ହୋଇପାରେ। - ଯଦି ଆପଣ ସ୍ୱପ୍ନରେ ଏକରୁ ଅଧିକ ଧଳା ସାପ ଦେଖନ୍ତି, ତା’ହେଲେ ଜାଣନ୍ତୁ ନାଗ ଦେବତାଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଛି।
- ସୋମବାର ଓ ପଞ୍ଚମୀରେ ସାପ ଦେଖିଲେ ଧନପ୍ରାପ୍ତି ହୁଏ ବୋଲି କୁହାଯାଏ।
- ଘରେ ଅବା ବାହାରେ କେଉଁଠି ଧଳାର ରଙ୍ଗର ସାପ ଦେଖିଲେ ମଧ୍ୟ ଧନପ୍ରାପ୍ତି ହୁଏ ବୋଲି କୁହାଯାଏ।
- ଯଦି ସାପ ଫଣା ଟେକି ରହିଥିବାର ଆପଣ ଦେଖନ୍ତି ତା’ହେଲେ ଶୁଭଫଳ ପ୍ରାପ୍ତି ହେବ ବୋଲି ଜାଣନ୍ତୁ।
- ସାପ ଲଢ଼େଇ କରୁଥିବାର ଦେଖିଲେ କୌଣସି ବିବାଦରେ ଫସି ପାରନ୍ତି।
- ଯଦି ସ୍ୱପ୍ନରେ ଆପଣ ବହୁତ ସାପ ଦେଖନ୍ତି ତା’ହେଲେ ଦେବତାମାନେ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ବୋଲି କୁହାଯାଏ।