/odisha-reporter/media/post_attachments/uploads/2016/09/head.jpg)
head
ଭୁବନେଶ୍ୱର: ସାଧାରଣତଃ ଆମେ ପିଲାବେଳେ ହୋଇଥିବା କ୍ଷତକୁ ଅଣଦେଖା କରିଥାଉ। ଏହାକୁ ଆମେ ଗୁରୁତ୍ୱର ଦେଇ ନ ଥାଉ। ନିକଟରେ ବ୍ରିଟିଶ୍ ଗବେଷକମାନେ ଗବେଷଣାରୁ ଜଣାପାରିଛନ୍ତି ଯେ ପିଲାବେଳେ ମସ୍ତିଷ୍କରେ ଲାଗିଥିବା କ୍ଷତ ଜୀବନ ପାଇଁ ବିପଦ ସୃଷ୍ଟି କରିପାରେ। ଏହା ଦ୍ୱାରା ମାନସିକ ରୋଗ ବ୍ୟତୀତ ଜୀବନ ଯିବାର ଆଶଙ୍କା ବୃଦ୍ଧି ପାଇଥାଏ।
Advertisment
ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ବ୍ୟକ୍ତିର ମସ୍ତିଷ୍କରେ ପିଲାବେଳେ ଛୋଟ କିମ୍ୱା ବଡ଼ ଧରଣର ଆଘାତ ହୋଇଥିବ ସେମାନେ ମାନସିକ ରୋଗରେ ପଡ଼ିବାର ଆଶଙ୍କା ଅଧିକ ରହିଛି। ଏହି ବ୍ୟକ୍ତିମାନଙ୍କର ମାନସିକ ରୋଗ ହେବାର ସମ୍ଭାବନା ୫୦ ପ୍ରତିଶତ ଅଧିକ ରହିଥାଏ। ଏପରି ବ୍ୟକ୍ତିମାନଙ୍କର ସମୟ ପୂର୍ବରୁ ମୃତ୍ୟୁ ହେବାର ଆଶଙ୍କା ଅଧିକ।
ଚେତାଶୂନ୍ୟ ହୋଇପଡୁଥିବା ଶିଶୁକୁ ଉପଯୁକ୍ତ ଚିକିତ୍ସା କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
