Advertisment

ବୟସର ଛାପ ଦୂରେଇବା ପାଇଁ କ’ଣ ଖାଇବା ଜରୁରୀ?

ଭୁବନେଶ୍ୱର: ତ୍ୱଚାରେ ବୟସର ଛାପ ଦେଖାଦେଲେ ସମସ୍ତେ ପ୍ରାୟ ବ୍ୟସ୍ତ ହୋଇପଡ଼ନ୍ତି। ତେଣୁ ବଜାରରେ ମିଳୁଥିବା ପ୍ରସାଧାନ ସାମଗ୍ରୀର ବ୍ୟବହାର କରି ସମସ୍ତେ ବଢ଼ୁଥିବା ବୟସର ଛାପକୁ ଲୁଚେଇବାକୁ ଚେଷ୍ଟା କରନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି ଏମିତି ମଧ୍ୟ କିଛି ଖାଦ୍ୟ ଅଛି ଯାହାକୁ ପ୍ରତିଦିନ ଖାଇଲେ ବଢୁଥିବା ବୟସର ଛାପ ଆପଣଙ୍କୁ ସହଜେ ସ୍ପର୍ଶ କରିପାରିବ ନାହିଁ। ତେବେ କ’ଣ ଏହି ସବୁ ଖାଦ୍ୟ ଜାଣନ୍ତୁ ସେ ସଂପର୍କରେ କିଛି ତଥ୍ୟ। ବେରିସ୍‌ : […]

author-image
Rakesh Mallick
ଅଦ୍ୟତନ ହୋଇଛି
ବୟସର ଛାପ ଦୂରେଇବା ପାଇଁ କ’ଣ ଖାଇବା ଜରୁରୀ?

fish

ଭୁବନେଶ୍ୱର: ତ୍ୱଚାରେ ବୟସର ଛାପ ଦେଖାଦେଲେ ସମସ୍ତେ ପ୍ରାୟ ବ୍ୟସ୍ତ ହୋଇପଡ଼ନ୍ତି। ତେଣୁ ବଜାରରେ ମିଳୁଥିବା ପ୍ରସାଧାନ ସାମଗ୍ରୀର ବ୍ୟବହାର କରି ସମସ୍ତେ ବଢ଼ୁଥିବା ବୟସର ଛାପକୁ ଲୁଚେଇବାକୁ ଚେଷ୍ଟା କରନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି ଏମିତି ମଧ୍ୟ କିଛି ଖାଦ୍ୟ ଅଛି ଯାହାକୁ ପ୍ରତିଦିନ ଖାଇଲେ ବଢୁଥିବା ବୟସର ଛାପ ଆପଣଙ୍କୁ ସହଜେ ସ୍ପର୍ଶ କରିପାରିବ ନାହିଁ। ତେବେ କ’ଣ ଏହି ସବୁ ଖାଦ୍ୟ ଜାଣନ୍ତୁ ସେ ସଂପର୍କରେ କିଛି ତଥ୍ୟ।

Advertisment

ବେରିସ୍‌ : କାନ୍‌ବେରି, ବ୍ଲୁ ବେରି, ଷ୍ଟ୍ରବେରି ଏବଂ ବ୍ଲାକ୍‌ବେରିରେ ଆଣ୍ଟିଅକ୍ସିଡାଣ୍ଟ୍‌ ରହିଛି। ଏହି ଆଣ୍ଟିଅକ୍ସିଡାଣ୍ଟ୍‌ ଶରୀର ସେଲ୍‌ ପାଇଁ ଖୁବ୍‌ ଉପଯୋଗୀ। ପ୍ରତିଦନି ଏହି ଫଳ ମଧ୍ୟରୁ କୌଣସି ଗୋଟିଏ ଖାଇଲେ ବୟସର ଛାପ ସହଜେ ସ୍ପର୍ଶ କରିପାରିବ ନାହିଁ।

ବିନ୍ସ: ବିନ୍ସରେ ଥିବା ପ୍ରୋଟିନ୍‌ ଆପଣଙ୍କ ହୃଦ୍‌କୁ ସୁସ୍ଥ ରଖେ। ତେଣୁ ନିର୍ଦ୍ଦିଷ୍ଟ ବୟସ ଠାରୁ କମ୍‌ ବୟସ ଦେଖାଯିବାକୁ ଚାହୁଁଥିଲେ ପ୍ରଥମେ ନିଜର ହୃଦୟକୁ ସୁସ୍ଥ ରଖନ୍ତୁ ଯାହା ଆପଣ ବିନ୍ସ ଖାଇ କରିପାରିବେ।

Advertisment

ଟମାଟୋ: ଟମାଟୋରେ ଥିବା ଲାଇକୋପିନ୍‌(lycopene) ଚର୍ମ ପାଇଁ ଖୁବ୍‌ ଭଲ। ଏହା ଛଡ଼ା ଟମାଟୋ ଫୁସ୍‌ଫୁସ୍‌, ପ୍ରୋଷ୍ଟେଟ୍‌ ଏବଂ ପାକସ୍ଥଳୀ କର୍କଟ ଆଶଙ୍କା ଦୂରାଏ।

ମାଛ: ମାଛରେ ଓମେଗା ଥ୍ରୀ ଫାଟି ଏସିଡ୍‌ ଓ ଆଣ୍ଟି-ଇନ୍‌ଫ୍ଲାମାଟୋରୀ ରହିଛି। ଏହା ସୁନ୍ଦର ଓ ଚକ୍କଣ ଚର୍ମ ତିଆରି କରେ। ତେଣୁ ସପ୍ତାହରେ ଦୁଇଥର ମାଛ ଖାଇବାକୁ ଚେଷ୍ଟା କରନ୍ତୁ।

ଗ୍ରୀନ୍‌ ଟି: ଶରୀରକୁ ଆଣ୍ଟିଅକ୍ସଡାଣ୍ଟ ଦେବା ପାଇଁ ପ୍ରତିଦିନ ଏକ କପ୍‌ ଗ୍ରୀନ୍‌ ଟି ପିଅନ୍ତୁ। ଏହା ଆପଣଙ୍କ ଶରୀରକୁ ଟକ୍ସିନ୍‌ ମୁକ୍ତ କରିବ ଓ ତ୍ୱଚାର ରଙ୍ଗ ସଫା କରିବ।