ଭୁବନେଶ୍ୱର: କଞ୍ଚା କଦଳୀରେ ପୋଟାସିୟମ୍ ଭରପୂର ହୋଇ ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଦିନ ତମାମ ଶରୀରକୁ ଫୂର୍ତ୍ତି ରଖିଥାଏ। ଏଥିରେ ଥିବା ଭିଟାମିନ୍ ବି-୬ ଓ ଭିଟାମିନ୍ ସି ଶରୀରର କୋଷିକାଗୁଡ଼ିକୁ ପୋଷଣ ଦେଇଥାଏ। କଞ୍ଚା କଦଳୀରେ ଆଣ୍ଟି-ଅକ୍ସିଡାଣ୍ଡ୍ ରହିଛି। ଫଳରେ ପ୍ରତିଦିନ ଗୋଟିଏ କଞ୍ଚାକଦଳୀ ଖାଇବା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ।
ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ପ୍ରତିଦିନ ଗୋଟିଏ କଞ୍ଚା କଦଳୀ ଖାଇବାକୁ ପରାମର୍ଶ ଦିଆଯାଏ। କୁହାଯାଏ। ଏଥିରେ ଭରପୂର ମାତ୍ରାରେ ତନ୍ତୁ (ଫାଇବର୍) ରହିଥିବାରୁ ଏହା ଅନାବଶ୍ୟକ ଫ୍ୟାଟ୍ ସେଲ୍ଗୁଡ଼ିକୁ ସଫା କରିବାରେ ସାହାଯ୍ୟ କରିଥାଏ। କୋଷ୍ଠକାଠିନ୍ୟ ସମସ୍ୟା ରହୁଥିଲେ କଞ୍ଚା କଦଳୀ ବେଶ୍ ଲାଭଦାୟକ । ଏଥିରେ ଫାଇବର ଓ ହେଲଦୀ ଷ୍ଟାର୍ଚ ରହିଥିବାରୁ ଏହା ପେଟରେ କୌଣସି ଅପରିଷ୍କାର ଜିନିଷ ଜମିବାକୁ ଦେଇ ନ ଥାଏ।
ମଧୁମେହ ରୋଗରେ ପୀଡ଼ିତ ଲୋକେ କଞ୍ଚା କଳଦୀ ଖାଇବା ଉଚିତ। ଏହା ଦ୍ୱାରା ମଧୁମେହକୁ ନିୟନ୍ତ୍ରିତ କରି ହୁଏ।
ପ୍ରତିଦିନ କଞ୍ଚା କଦଳୀ ଖାଇବା ଦ୍ୱାରା ପାଚନ କ୍ରିୟା ସହଜ ହୋଇଥାଏ। କଞ୍ଚାକଦଳୀରେ କ୍ୟାଲସିୟମ୍ ବି ଅଛି। ଏହା ହାଡ଼କୁ ମଜଭୂତ ରଖିବାରେ ସହାୟକ ହୋଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।