Advertisment

ପ୍ରେମର ପ୍ରତୀକ ଗୋଲାପରେ ରହିଛି ବହୁ ଔଷଧୀୟ ଗୁଣ

ଗୋଲାପକୁ ଫୁଲମାନଙ୍କ ରାଜା କୁହାଯାଇଥାଏ। ସୈନ୍ଦର୍ଯ୍ୟରେ ଭରପୁର ଗୋଲାପକୁ ପ୍ରେମର ପ୍ରତୀକ ମଧ୍ୟ ମନା ଯାଇଥାଏ। ଏହା କେବଳ ପ୍ରେମୀ ଯୁଗଳଙ୍କ ଭାବର ଆଦାନ ପ୍ରଦାନର ମାଧ୍ୟମ ନୁହେଁ। ଏଥିରେ ବହୁତ ଔଷଧୀୟ ଗୁଣ ରହିଛି। ଗୋଲାପ ଜଳ, ଗୋଲାପ ତେଲ ଓ ଗୋଲାପ ଫଳ ଅନେକ ରୋଗ ଭଲ କରିବା ସହ ତ୍ୱଚା ଉଜ୍ୱଳ କରିଥାଏ। ଆସନ୍ତୁ ଜାଣିବା ଗୋଲାପର ବିଭିନ୍ନ ଉପକାରିତା। ଗୋଲାପ ଜଳ: ଦୂରଯାତ୍ରା କରି ଫେରିବା ପରେ କିମ୍ବା ଅନିଦ୍ରା ରହିଲେ […]

ଅଦ୍ୟତନ ହୋଇଛି
ପ୍ରେମର ପ୍ରତୀକ ଗୋଲାପରେ ରହିଛି ବହୁ ଔଷଧୀୟ ଗୁଣ
Advertisment

ଗୋଲାପକୁ ଫୁଲମାନଙ୍କ ରାଜା କୁହାଯାଇଥାଏ। ସୈନ୍ଦର୍ଯ୍ୟରେ ଭରପୁର ଗୋଲାପକୁ ପ୍ରେମର ପ୍ରତୀକ ମଧ୍ୟ ମନା ଯାଇଥାଏ। ଏହା କେବଳ ପ୍ରେମୀ ଯୁଗଳଙ୍କ ଭାବର ଆଦାନ ପ୍ରଦାନର ମାଧ୍ୟମ ନୁହେଁ। ଏଥିରେ ବହୁତ ଔଷଧୀୟ ଗୁଣ ରହିଛି। ଗୋଲାପ ଜଳ, ଗୋଲାପ ତେଲ ଓ ଗୋଲାପ ଫଳ ଅନେକ ରୋଗ ଭଲ କରିବା ସହ ତ୍ୱଚା ଉଜ୍ୱଳ କରିଥାଏ। ଆସନ୍ତୁ ଜାଣିବା ଗୋଲାପର ବିଭିନ୍ନ ଉପକାରିତା।

Advertisment

ଗୋଲାପ ଜଳ: ଦୂରଯାତ୍ରା କରି ଫେରିବା ପରେ କିମ୍ବା ଅନିଦ୍ରା ରହିଲେ ଆଖିରେ ଜଳାପୋଡ଼ା ହୋଇଥାଏ। ଏପରି ସମସ୍ୟାରୁ ଗୋଲାପ ଜଳ ସଙ୍ଗେ ସଙ୍ଗେ ଆରାମ ପ୍ରଦାନ କରିଥାଏ। ଗୋଲାପ ଜଳ ଆଖିରେ ବ୍ୟବହାର କରିବା ଦ୍ୱାରା ଆଖିରେ ନୂଆ ଚମକ ଆସିଥାଏ ଓ ଆଖି ସୁସ୍ଥ ରହିଥାଏ। ଯଦି କମ୍ପ୍ୟୁଟର ସାମନାରେ ବହୁତ ଘଣ୍ଟା ବିତାଉଛନ୍ତି, ତେବେ ଗୋଲାପ ଜଳ ଆପଣଙ୍କ ଆଖି ପାଇଁ ଭଲ ସାବ୍ୟସ୍ତ ହେବ। ଗୋଲାପ ଜଳ ତ୍ୱଚା ପାଇଁ ବହୁତ ଲାଭକାରୀ। ଗୋଲାପ ଜଳରେ ପ୍ରାକୁତିକ ଏସ୍ଟ୍ରିଜେଣ୍ଟ ଥିବାରୁ ଏହାକୁ ଟୋନର ଭାବେ ବ୍ୟବହାର କରିପାରିବେ ।

ରାତିରେ ଶୋଇବା ପୂର୍ବରୁ ଗୋଲାପ ଜଳ ମୁଁହରେ ଲଗାଇଲେ ବ୍ରଣ କଳାଦାଗ ପରି ସମସ୍ୟାରୁ ମୁକ୍ତି ମିଳିପାରିବ। ଏହାସହ କେଶକୁ ଆକର୍ଷଣୀୟ ଓ ମଜଭୁତ ରଖିବାରେ ଗୋଲାପ ଜଳ ପ୍ରାକୃତିକ କଣ୍ଡିସନର ଭାବେ କାର୍ଯ୍ୟ କରିଥାଏ।

Advertisment

ଗୋଲାପ ଜଳକୁ ହର୍ବାଲ ଚା’ ରୂପେ ବ୍ୟବହାର କରିପାରିବେ। ଏହା ପେଟ ରୋଗ ଓ ମୁତ୍ରାଶୟରେ ହେଉଥିବା ସଂକ୍ରମଣ ସମସ୍ୟାକୁ ଦୂର କରିଥାଏ।

ଗୋଲାପ ତେଲ: ଗୋଲାପ ତେଲ ଲଗାଇଲେ କେଶର ମୂଳକୁ ମଜଭୁତ ରଖିଥାଏ। ଏହାସହ ମାସଂପେଶୀ ମଜଭୁତ ହେବାରେ ଏହା ସହାୟକ ହୋଇଥାଏ।

ଗୋଲାପ ତେଲ ରକ୍ତ ବାହିକା ସହ ଜଡିତ। ତେଣୁ କୌଣସି କ୍ଷତ ସ୍ଥାନରୁ ରକ୍ତ ବାହାରୁଥିଲେ ଗୋଲପ ତେଲ ଲଗାଇ ଦିଅନ୍ତୁ। ରକ୍ତ ଝରିବା ସଙ୍ଗେ ସଙ୍ଗେ ବନ୍ଦ ହୋଇଯିବ। ଏହା ଅବସାଦ ଓ ଚିନ୍ତାମୁକ୍ତ କରିବା ସହ ମାନସିକ ସ୍ତରରେ ଶକ୍ତି ବଢାଇଥାଏ।

ଗୋଲାପ ତେଲରେ ଥିବା ଏଣ୍ଟି ଇମ୍ଫମେଟରୀ ତତ୍ତ୍ୱ ସଂକ୍ରମଣରୁ ରକ୍ଷା କରିବା ସହ ଦେହ ଦରଜ ଓ ଜ୍ୱର ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ।

ଗୋଲାପ ଫଳ: ଗୋଲାପ ଫଳ ଦେଖିଛନ୍ତି କି ? ଏହି ଫଳରେ ଭିଟାମିନ-ଏ, ବି-୩, ସି, ଡି ଓ ଇ ଭରପୁର ମାତ୍ରାରେ ରହିଛି। ଏଥିରେ ଭିଟାମିନ ସି’ର ମାତ୍ରା ଅଧିକ ରହିଥିବାରୁ ଡାଇରିଆର ଚିକିତ୍ସା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ।

ଆହୁରି ପଢ଼ନ୍ତୁ- ଦେହରୁ ଝାଳ ବାହାରୁଛି? ଗନ୍ଧଉଛି? ତା’ହେଲେ ଆପଣାନ୍ତୁ ଏସବୁ ଉପାୟ…

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe