Advertisment

ରକ୍ତଚାପକୁ ନିୟନ୍ତ୍ରଣ କରେ ବିଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଟ୍‌ ପାଟିକୁ ସୁଆଦିଆ ଲାଗୁ ନଥିଲେ ମଧ୍ୟ ଏହାକୁ ଖାଇଲେ ଅନେକ ସ୍ୱାସ୍ଥ୍ୟ ଜନିତ ଲାଭ ମିଳିଥାଏ। ବିଶେଷ କରି ଶୀତ ଦିନେ ଖାଦ୍ୟରେ ବିଟ୍‌କୁ ସାମିଲ କରିବା ଉଚିତ୍‌। ତା’ହେଲେ ଆସନ୍ତୁ ଜାଣିବା ବିଟ୍ ଖାଇଲେ କେଉଁ ସବୁ ଫାଇଦା ମିଳେ। ୧. ବିଟ୍‌ରେ ଭିଟାମିନ୍‌ ବି ଓ ସି ସହିତ ଫସ୍‌ଫରସ୍, କ୍ୟାଲସିୟମ୍‌, ପ୍ରୋଟିନ୍‌ ଓ ଆଣ୍ଟି-ଅକ୍ସିଡାଣ୍ଟସ୍‌ ରହିଛି। ବିଟ୍‌ ଖାଇଲେ ରକ୍ତ ସଫା ହୁଏ ଓ ଶରୀରରେ ଅମ୍ଳଜାନର […]

ରକ୍ତଚାପକୁ ନିୟନ୍ତ୍ରଣ କରେ ବିଟ୍‌

beetroot

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଟ୍‌ ପାଟିକୁ ସୁଆଦିଆ ଲାଗୁ ନଥିଲେ ମଧ୍ୟ ଏହାକୁ ଖାଇଲେ ଅନେକ ସ୍ୱାସ୍ଥ୍ୟ ଜନିତ ଲାଭ ମିଳିଥାଏ। ବିଶେଷ କରି ଶୀତ ଦିନେ ଖାଦ୍ୟରେ ବିଟ୍‌କୁ ସାମିଲ କରିବା ଉଚିତ୍‌। ତା’ହେଲେ ଆସନ୍ତୁ ଜାଣିବା ବିଟ୍ ଖାଇଲେ କେଉଁ ସବୁ ଫାଇଦା ମିଳେ।

Advertisment

୧. ବିଟ୍‌ରେ ଭିଟାମିନ୍‌ ବି ଓ ସି ସହିତ ଫସ୍‌ଫରସ୍, କ୍ୟାଲସିୟମ୍‌, ପ୍ରୋଟିନ୍‌ ଓ ଆଣ୍ଟି-ଅକ୍ସିଡାଣ୍ଟସ୍‌ ରହିଛି। ବିଟ୍‌ ଖାଇଲେ ରକ୍ତ ସଫା ହୁଏ ଓ ଶରୀରରେ ଅମ୍ଳଜାନର ପରିମାଣ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ।

୨. ଏଥିରେ ଥିବା ଫସ୍‌ଫରସ୍‌ ଆପଣଙ୍କ କେଶକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

୩.  ବିଟ୍‌କୁ କାଟି ତ୍ୱଚାରେ ଲଗାଇଲେ ଡେଡ୍‌ ସେଲ୍‌ ସଫା ହୋଇଥାଏ।

୪. ବିଟ୍‌ରେ ଆଇରନ୍‌, ସୋଡିୟମ୍‌, ପୋଟାସିୟମ୍‌ ଓ ଫସଫରସ୍‌ର ମାତ୍ରା ଅଧିକ ଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ।

Advertisment

୫. ଏଥିରେ ଥିବା ଫାଇବର୍‌ ଶର୍କରାର ଏକ ପ୍ରାକୃତିକ ଉତ୍ସ। ଏହା ପେଟ ସଫା କରିବା ସହିତ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ତେଣୁ ଶୀତ ଦିନେ ବିଟ୍‌ରେ ପ୍ରସ୍ତୁତ ସାଲାଡ୍ ଅବା ଜୁସ୍ ପିଇବା ଉଚିତ୍।

୬. ରକ୍ତଚାପ ରୋଗୀଙ୍କ ପାଇଁ ବିଟ୍‌ ଉପକାରୀ। ଏହାର ଜୁସ୍‌ ତିଆରି କରି ପିଇଲେ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।

୭. ଯଦି ଆପଣ କୌଣସି କାର୍ଯ୍ୟ କରିବା ସମୟରେ ଥକା ଅନୁଭବ କରୁଛନ୍ତି, ତା’ହେଲେ ଶରୀରକୁ ଠିକ୍‌ ଭାବରେ ଅକ୍ସିଜେନ୍‌ ନ ମିଳିବା କାରଣରୁ ଏପରି ହୋଇଥାଏ। ଏହି ସମୟରେ ଆପଣ ବିଟ୍‌ ଜୁସ୍‌ ପିଇଲେ ଥକାପଣ ଦୂର ହୋଇଥାଏ ଓ ଶରୀରକୁ ଶକ୍ତି ମିଳିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe