Advertisment

ମେଥି- ସ୍ୱାଦିଷ୍ଟ ନୁହେଁ, କିନ୍ତୁ ସ୍ୱାସ୍ଥ୍ୟ ଉପକାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁହାଯାଏ, ପାଟିକୁ ଯେଉଁ ଜିନିଷ ସ୍ୱାଦିଷ୍ଟ ଲାଗେନାହିଁ, ତାହା ଦେହ ପାଇଁ ହିତକର। ଯେପରି କଲରା ଓ ନିମ୍ୱ। ଏସବୁ ମଧ୍ୟରେ ମେଥି ମଧ୍ୟ ରହିଛି। ଏହାକୁ ସାଧାରଣତଃ ମସଲା ଭାବରେ ବ୍ୟବହାର କରାଯାଏ। ତେବେ ଡାଇବେଟିସ୍‌ ଓ ପାଚନଜନିତ ସମସ୍ୟାକୁ ମେଥି ଦୂର କରିଥାଏ। ଆୟୁର୍ବେଦରେ ଏହାକୁ ଔଷଧ ଭାବରେ ବ୍ୟବହାର କରାଯାଏ। ମେଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଇନଫ୍ଲାମେଣ୍ଟାରୀ ଗୁଣ ଶରୀରକୁ ଅନେକ ଫାଇଦା ଦେଇଥାଏ। ଆପଣ ଚାହିଁଲେ ମେଥି […]

ମେଥି- ସ୍ୱାଦିଷ୍ଟ ନୁହେଁ, କିନ୍ତୁ ସ୍ୱାସ୍ଥ୍ୟ ଉପକାରୀ

mmm

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁହାଯାଏ, ପାଟିକୁ ଯେଉଁ ଜିନିଷ ସ୍ୱାଦିଷ୍ଟ ଲାଗେନାହିଁ, ତାହା ଦେହ ପାଇଁ ହିତକର। ଯେପରି କଲରା ଓ ନିମ୍ୱ। ଏସବୁ ମଧ୍ୟରେ ମେଥି ମଧ୍ୟ ରହିଛି। ଏହାକୁ ସାଧାରଣତଃ ମସଲା ଭାବରେ ବ୍ୟବହାର କରାଯାଏ। ତେବେ ଡାଇବେଟିସ୍‌ ଓ ପାଚନଜନିତ ସମସ୍ୟାକୁ ମେଥି ଦୂର କରିଥାଏ। ଆୟୁର୍ବେଦରେ ଏହାକୁ ଔଷଧ ଭାବରେ ବ୍ୟବହାର କରାଯାଏ।

Advertisment

ମେଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଇନଫ୍ଲାମେଣ୍ଟାରୀ ଗୁଣ ଶରୀରକୁ ଅନେକ ଫାଇଦା ଦେଇଥାଏ। ଆପଣ ଚାହିଁଲେ ମେଥି ପାଉଡରକୁ ପାଣିରେ ଭିଜାଇ ପିଇ ପାରିବେ କିମ୍ୱା ଚାହା ଭଳି କରି ପିଇପାରିବେ। ତା’ ହେଲେ ଆସନ୍ତୁ ଜାଣିବା ମେଥି ପାଣି ବା ଚାହା ପିଇଲେ କେଉଁସବୁ ଲାଭ ମିଳିଥାଏ।

୧. ମେଥିରେ ଥିବା ଫାଇବର୍‌ ଟାଇପ୍-୧ ଓ ଟାଇପ୍‌-୨ ଡାଇବବେଟିସ୍‌କୁ ନିୟନ୍ତ୍ରଣ କରିଥାଏ। ଏଥିରେ ଆମିନୋ ଏସିଡ୍‌ ଥିବାରୁ ଶରୀରରେ ଇନ୍‌ସୁଲିନ୍ ସେନ୍‌ସିଟିଭିଟି ବଢ଼ିଥାଏ।

Advertisment

୨. ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲ୍‌କୁ ମେଥି ସଫା କରିଥାଏ। ଯଦି ଆପଣ ୨ରୁ ୩ ମାସ ଧରି ନିୟମିତ ଭାବରେ ମେଥି ପାଣି ପିଇବେ, ତା’ହେଲେ ଶରୀରରେ ଭଲ କୋଲେଷ୍ଟ୍ରଲ୍‌ ତିଆରି ହୋଇଥାଏ।

୩. ଲେମ୍ୱୁ ଓ ମହୁ ସହିତ ମେଥିକୁ ମିଶାଇ ଖାଇଲେ ଜ୍ୱରରୁ ଆରାମ ମିଳିଥାଏ।

୪. ମେଥିରେ mucilage ନାମରେ ଏକ ତତ୍ତ୍ୱ ରହିଛି, ଯାହା ଗଳାକୁ ସୁସ୍ଥ ରଖିଥାଏ।

୫. ସକାଳେ ଖାଲି ପେଟରେ ମେଥି ପାଣି କିମ୍ୱା ଚାହା ପିଅନ୍ତୁ। ଏହାଦ୍ୱାରା ପେଟ ପୂରିଲା ପୂରିଲା ଲାଗେ। ଏଥିରେ ଫାଇବର୍‌ ଥିବାରୁ ଭୋକ କମ୍‌ ଲାଗିଥାଏ ଓ ଓଜନ ନିୟନ୍ତ୍ରିତ ହୋଇଥାଏ।

୫. ମେଥି ଜଳାପୋଡ଼ା, ଏସିଡିଟି, କୋଷ୍ଠକାଠିନ୍ୟ ପରି ସମସ୍ୟାକୁ ଦୂର କରି ପାଚନତନ୍ତ୍ରକୁ ଠିକ୍‌ ରଖିଥାଏ।

କିପରି ତିଆରି କରିବେ ମେଥି ଚାହା କିମ୍ୱା ପାଣି 

  • ଗୋଟିଏ ବଡ଼ ପାତ୍ରରେ ପାଣି ନିଅନ୍ତୁ। ଏଥିରେ ଦୁଇ ଚାମଚ ମେଥି ଗୁଣ୍ଡ ପକାନ୍ତୁ। ରାତିସାରା ଏହାକୁ ପାଣିରେ ବତୁରିବାକୁ ଦିଅନ୍ତୁ। ସକାଳୁ ଏହାକୁ ଛାଣି କେବଳ ପାଣି ପିଅନ୍ତୁ। ଆପଣ ଚାହିଁଲେ ନଛାଣି ବି ପିଇପାରିବେ।  ତେବେ ସକାଳୁ ଖାଲିପେଟରେ ଏହାକୁ ପିଅନ୍ତୁ।
  • ସେହିପରି ପ୍ୟାନ୍‌ରେ ବିନା ତେଲରେ ୧ ଚାମଚ ମେଥିକୁ ହାଲ୍‌କା ଭାଜନ୍ତୁ। ଏହାପରେ ଗ୍ରାଇଣ୍ଡିଂ କରିନିଅନ୍ତୁ। ଗୋଟିଏ ଗ୍ଲାସ୍‌ ଗରମ ପାଣିରେ ଏକ ଚାମଚ ପକାଇ ସକାଳେ ଖାଲି ପେଟରେ ପିଅନ୍ତୁ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe