Advertisment

ଡିପ୍ରେସନ୍‌ କମ୍‌ କରେ କଞ୍ଚା ହଳଦୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଞ୍ଚା ହଳଦୀରେ ଆଣ୍ଟି-ଇନଫ୍ଲାମେଟୋରୀ ଓ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ତତ୍ତ୍ୱ ରହିଛି। ଏହା ବ୍ୟାକ୍ଟେରିଆକୁ ଶରୀରଠାରୁ ଦୂରେଇ ରଖିଥାଏ। ଏଥିପାଇଁ ଶୀତଦିନେ ଥଣ୍ଡାକାଶ ପରି ରୋଗରୁ ରକ୍ଷା ପାଇବା ପାଇଁ ଆୟୁର୍ବେଦରେ ହଳଦୀ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ସେହିପରି ପ୍ରତ୍ୟେକ ଦିନ କଞ୍ଚା ହଳଦୀ ଖାଇଲେ ଅନେକ ରୋଗରୁ ଉପଶମ ମିଳିଥାଏ। ଆସନ୍ତୁ ଜାଣିବା କଞ୍ଚା ହଳଦୀରେ କ’ଣ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ୧. ସବୁଦିନେ କଞ୍ଚା ହଳଦୀ ଖାଇଲେ ଶରୀରରେ ଆଣ୍ଟି-ଅକ୍ସିଡାଣ୍ଟ ଏନ୍‌ଜାଇମଗୁଡ଼ିକ […]

author-image
Puspanjali Panda
ଡିପ୍ରେସନ୍‌ କମ୍‌ କରେ କଞ୍ଚା ହଳଦୀ

raw22

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଞ୍ଚା ହଳଦୀରେ ଆଣ୍ଟି-ଇନଫ୍ଲାମେଟୋରୀ ଓ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ତତ୍ତ୍ୱ ରହିଛି। ଏହା ବ୍ୟାକ୍ଟେରିଆକୁ ଶରୀରଠାରୁ ଦୂରେଇ ରଖିଥାଏ। ଏଥିପାଇଁ ଶୀତଦିନେ ଥଣ୍ଡାକାଶ ପରି ରୋଗରୁ ରକ୍ଷା ପାଇବା ପାଇଁ ଆୟୁର୍ବେଦରେ ହଳଦୀ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ସେହିପରି ପ୍ରତ୍ୟେକ ଦିନ କଞ୍ଚା ହଳଦୀ ଖାଇଲେ ଅନେକ ରୋଗରୁ ଉପଶମ ମିଳିଥାଏ। ଆସନ୍ତୁ ଜାଣିବା କଞ୍ଚା ହଳଦୀରେ କ’ଣ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି।

Advertisment

୧. ସବୁଦିନେ କଞ୍ଚା ହଳଦୀ ଖାଇଲେ ଶରୀରରେ ଆଣ୍ଟି-ଅକ୍ସିଡାଣ୍ଟ ଏନ୍‌ଜାଇମଗୁଡ଼ିକ ସଶକ୍ତ ହୋଇଥା’ନ୍ତି। ଫଳରେ  ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଏବଂ ଭାଇରାଲ୍‌ ଇନଫେକସନ୍‌ ହେବାର ଆଶଙ୍କା କମ୍‌ ହୋଇଥାଏ।

୨. କଞ୍ଚା ହଳଦୀ ରକ୍ତ ଧମନୀରେ ଏଣ୍ଡୋଥିଲିଅମ୍‌କୁ କାର୍ଯ୍ୟକ୍ଷମ କରାଏ ବା ଏହାକୁ ସୁଧାରି ଥାଏ। ତେଣୁ ବ୍ଲଡ୍‌ ପ୍ରେସର ଓ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଦୂର ହୋଇଥାଏ। ଆଉ ଏହା ଦ୍ୱାରା ହୃଦ୍‌ଘାତର ଆଶଙ୍କା ରହେ ନାହିଁ।

Advertisment

୩. ଶୀତଦିନେ ଆର୍ଥରାଇଟିସ୍ ରୋଗୀଙ୍କର ହାତ ପାଦରେ ଯନ୍ତ୍ରଣା ଅଧିକ ହୋଇଥାଏ। ଏଥିପାଇଁ କଞ୍ଚା ହଳଦୀ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥା’ନ୍ତି।

୪. ଡିପ୍ରେସନ୍‌କୁ କମ୍‌ କରିବାରେ କଞ୍ଚା ହଳଦୀ ସାହାଯ୍ୟ କରିଥାଏ। ଏହାକୁ ଖାଇଲେ ମସ୍ତିଷ୍କରେ ନ୍ୟୁରୋଟ୍ରାନ୍ସମିଟର ସେରୋଟୋନିନ୍‌ ଓ ଡୋପାମାଇନ୍‌କୁ ସଶକ୍ତ କରେ। ଆଉ ଏଥିଯୋଗୁ ଡିପ୍ରେସନ୍‌ କମ୍‌ ହୋଇଥାଏ। ଯେଉଁ ବ୍ୟକ୍ତି ଡିପ୍ରେସନ୍‌ରେ ଅଛନ୍ତି, ସେମାନେ ପ୍ରତ୍ୟେକ ଦିନ କଞ୍ଚା ହଳଦୀ ଖାଇବାକୁ ଦିଅନ୍ତୁ।

ବି.ଦ୍ର: କଞ୍ଚା ହଳଦୀକୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାକୁ ବ୍ୟବହାର କରିବା ପୂର୍ବରୁ ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।