Advertisment

ହାର୍ଟ ଆଟାକ୍ ଆଶଙ୍କା କମ୍‌ କରେ ଷ୍ଟ୍ରବେରୀ !

ଭୁବନେଶ୍ୱର : ଷ୍ଟ୍ରବେରୀ ଏପରି ଏକ ଫଳ, ଯାହା ସବୁ ଋତୁରେ ମିଳିଥାଏ। ଏହାକୁ ବିଶେଷ କରି ଗରମ ଦିନରେ ହିଁ ଲୋକେ ଅଧିକ ଖାଇବାକୁ ପସନ୍ଦ କରିଥା’ନ୍ତି। କାରଣ ଷ୍ଟ୍ରବେରୀ ଆପଣଙ୍କୁ ଡିହାଇଡ୍ରେସନ୍‌ରୁ ରକ୍ଷା କରିଥାଏ। ଷ୍ଟ୍ରବେରୀ ଖାଇଲେ ଅନେକ ଗମ୍ଭୀର ରୋଗ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ତେବେ ଆସନ୍ତୁ ଜାଣିବା ଷ୍ଟ୍ରବେରୀରେ କେଉଁସବୁ ରୋଗ ନିୟନ୍ତ୍ରଣରେ ରହିଥାଏ। ୧. କ୍ୟାନସର ପରି ଗମ୍ଭୀର ରୋଗରୁ ରକ୍ଷା ପାଇବା ପାଇଁ ଲାଇଫ୍‌ଷ୍ଟାଇଲରେ ପରିବର୍ତ୍ତନ ଆଣିବାକୁ ପଡ଼ିଥାଏ। […]

ହାର୍ଟ ଆଟାକ୍ ଆଶଙ୍କା କମ୍‌ କରେ ଷ୍ଟ୍ରବେରୀ !

st22

Advertisment

ଭୁବନେଶ୍ୱର : ଷ୍ଟ୍ରବେରୀ ଏପରି ଏକ ଫଳ, ଯାହା ସବୁ ଋତୁରେ ମିଳିଥାଏ। ଏହାକୁ ବିଶେଷ କରି ଗରମ ଦିନରେ ହିଁ ଲୋକେ ଅଧିକ ଖାଇବାକୁ ପସନ୍ଦ କରିଥା’ନ୍ତି। କାରଣ ଷ୍ଟ୍ରବେରୀ ଆପଣଙ୍କୁ ଡିହାଇଡ୍ରେସନ୍‌ରୁ ରକ୍ଷା କରିଥାଏ। ଷ୍ଟ୍ରବେରୀ ଖାଇଲେ ଅନେକ ଗମ୍ଭୀର ରୋଗ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ତେବେ ଆସନ୍ତୁ ଜାଣିବା ଷ୍ଟ୍ରବେରୀରେ କେଉଁସବୁ ରୋଗ ନିୟନ୍ତ୍ରଣରେ ରହିଥାଏ।

Advertisment

୧. କ୍ୟାନସର ପରି ଗମ୍ଭୀର ରୋଗରୁ ରକ୍ଷା ପାଇବା ପାଇଁ ଲାଇଫ୍‌ଷ୍ଟାଇଲରେ ପରିବର୍ତ୍ତନ ଆଣିବାକୁ ପଡ଼ିଥାଏ। ଏଥିପାଇଁ ଦୈନନ୍ଦିନ ଭୋଜନରେ ଷ୍ଟ୍ରବେରୀରୁ ସାମିଲ କରନ୍ତୁ। ଏଥିରେ କ୍ୟାନସର ସେଲ୍‌କୁ ନଷ୍ଟ କରିବା ପାଇଁ ପୋଷକତତ୍ତ୍ୱ ରହିଛି।

୨. ମାନସିକ ଓ ଶାରୀରିକ ସମସ୍ୟାରେ ରହିଲେ, ଆପଣ ଚାପରେ ରହିଥା’ନ୍ତି। ଠିକ୍‌ ସମୟରେ ଏହାର ଚିକିତ୍ସା ନକଲେ, ଦୈନନ୍ଦିନ ଜୀବନ ଉପରେ ଏହାର ପ୍ରଭାବ ପଡ଼ିଥାଏ। ତେଣୁ ଚାପ କମ୍ କରିବା ପାଇଁ ପ୍ରତିଦିନ ଷ୍ଟ୍ରବେରୀ ଖାଆନ୍ତୁ।

Advertisment

୩. ଷ୍ଟ୍ରବେରୀ ଖାଇଲେ କୋଲେଷ୍ଟ୍ରଲର ମାତ୍ରା ସନ୍ତୁଳିତ ରହିଥାଏ। ଗବେଷଣାରେ ମଧ୍ୟ ଏହି କଥା ସ୍ପଷ୍ଟ ହୋଇଛି ଯେ ଷ୍ଟ୍ରବେରୀ ଶରୀରରେ ଲୋ ଡେନ୍‌ସିଟି ଲିପୋପ୍ରୋଟିନ୍‌ ବା ଖରାପ କୋଲେଷ୍ଟ୍ରଲ୍‌କୁ କମ୍‌ କରିବାର କାର୍ଯ୍ୟ କରିଥାଏ।

୪. ହାର୍ଟରୋଗରୁ ରକ୍ଷା ପାଇବା ପାଇଁ ନିୟମିତ ଷ୍ଟ୍ରବେରୀ ଖାଆନ୍ତୁ। ଏଥିରେ ଥିବା କାର୍ଡିଓପ୍ରୋଟେକ୍ଟିଭ୍‌ ଗୁଣ ହୃତ୍‌ ସ୍ପନ୍ଦନ ଓ ଏହାର କାର୍ଯ୍ୟପ୍ରଣାଳୀ ଠିକ୍‌ ରଖିଥାଏ। ତେଣୁ ଷ୍ଟ୍ରବେରୀ ନିୟମିତ ଖାଇଲେ ହାର୍ଟ ଆଟାକ୍‌ର ଆଶଙ୍କା କମ୍‌ ରହିଥାଏ।

୫. ସେହିପରି ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରଣ କରିବା ପାଇଁ ଷ୍ଟ୍ରବେରୀକୁ ଖାଦ୍ୟରେ ସାମିଲ୍‌ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe