Advertisment

ଶୀତଦିନେ ଖାଆନ୍ତୁ ସବୁଜ ଚଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତଦିନେ ଆପଣ ସ୍ୱାଦଯୁକ୍ତ ଖାଦ୍ୟର ଭରପୂର ମଜା ନେଇପାରିବେ। ଆପଣ ଯଦି ଫୁଡି, ଏହି ଋତୁ ହିଁ ଆପଣଙ୍କ ପାଇଁ ସର୍ବୋକୃଷ୍ଟ ସମୟ। ଏହି ଋତୁରେ ବ୍ରୋକେଲି, ପାଳଙ୍ଗ, ମଟର, ମେଥି ଶାଗ, ବଥୁଆ, ଗାଜର, ବିଟ୍‌ ପରି ପରିବା ଆପଣଙ୍କୁ ଆରାମ୍‌ରେ ମିଳୁଥିବାରୁ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ବ୍ୟାଞ୍ଜନ ପ୍ରସ୍ତୁତ କରିବା ଆପଣଙ୍କ ଲାଗି ସହଜ। ହେଲେ ଜାଣିରଖନ୍ତୁ, ଏମିତି କିଛି ପରିବା ଅଛି ଯାହାକୁ ଏହି ସମୟରେ ସେବନ କରିବା […]

ଅଦ୍ୟତନ ହୋଇଛି
ଶୀତଦିନେ ଖାଆନ୍ତୁ ସବୁଜ ଚଣା

ffv

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତଦିନେ ଆପଣ ସ୍ୱାଦଯୁକ୍ତ ଖାଦ୍ୟର ଭରପୂର ମଜା ନେଇପାରିବେ। ଆପଣ ଯଦି ଫୁଡି, ଏହି ଋତୁ ହିଁ ଆପଣଙ୍କ ପାଇଁ ସର୍ବୋକୃଷ୍ଟ ସମୟ। ଏହି ଋତୁରେ ବ୍ରୋକେଲି, ପାଳଙ୍ଗ, ମଟର, ମେଥି ଶାଗ, ବଥୁଆ, ଗାଜର, ବିଟ୍‌ ପରି ପରିବା ଆପଣଙ୍କୁ ଆରାମ୍‌ରେ ମିଳୁଥିବାରୁ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ବ୍ୟାଞ୍ଜନ ପ୍ରସ୍ତୁତ କରିବା ଆପଣଙ୍କ ଲାଗି ସହଜ।

Advertisment

ହେଲେ ଜାଣିରଖନ୍ତୁ, ଏମିତି କିଛି ପରିବା ଅଛି ଯାହାକୁ ଏହି ସମୟରେ ସେବନ କରିବା ଆପଣଙ୍କ ସ୍ୱାସ୍ଥ୍ୟପାଇଁ ଭଲ। ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ସାଧାରଣତଃ ଶୀତଦିନେ ପାଳଙ୍ଗ, ଗାଜର ଏବଂ ମଟର ପରି ପରିବାକୁ ଆପଣ ଅଧିକ ଭାବେ ବ୍ୟବହାର କରିଥାନ୍ତି। କିନ୍ତୁ ଏପରି ଏକ ପରିବା, ଯାହାକୁ ଆପଣ ନଜରଅନ୍ଦାଜ କରିଥାନ୍ତି, ତାହା ହେଉଛି ସବୁଜ ଚଣା।

Advertisment

ସବୁଜ ଚଣାରେ ଏପରି ତତ୍ତ୍ୱ ରହିଛି, ଯାହାକୁ ଆପଣ ନିଜ ଡାଏଟ୍‌ ଚାଟ୍‌ରେ ସାମିଲ୍‌ କରିବା ନିହାତି ଦରକାର। ଆପଣ ଏହାକୁ କଞ୍ଚା ମଧ୍ୟ ଖାଇପାରିବେ ଏବଂ ଏଥିରେ ବିଭିନ୍ନ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରିପାରିବେ। ତେବେ ଆସନ୍ତୁ ଜାଣିବା ଆମ ଶରୀର ପାଇଁ ସବୁଜ ଚଣା କେତେ ଉପକାରୀ।

  • ମଟର ପରି ସବୁଜ ଚଣାରେ ପ୍ରୋଟିନ୍‌ ଅଧିକ ମାତ୍ରାରେ ରହିଛି। ଏହା ଆପଣଙ୍କ ମାଂସପେଶୀକୁ ଶକ୍ତ କରିବାରେ ସାହାଯ୍ୟ କରିଥାଏ।
  • ସବୁଜ ଚଣାରେ ଭିଟାମିନ୍‌ ‘ଏ’ ଓ ‘ସି’ ପ୍ରଚୁର ମାତ୍ରାରେ ରହିଥାଏ। ଯାହା ଶୀତଦିନେ ଅଧିକ ଆବଶ୍ୟକ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ୍‌ ଗୁଣ ରହିଛି, ଯାହାଦ୍ୱାରା ଆପଣଙ୍କ ଇମ୍ୟୁନୋ ସିଷ୍ଟମ୍‌ ଓ ସ୍କିନ୍‌ ଠିକ୍‌ ରହିଥାଏ।
  • ସବୁଜ ଚଣାରେ ଭିଟାମିନ୍‌ ‘ବି - ୬’ ଏବଂ ଫୋଲେଟ୍‌ ରହିଛି। ଏଥିରେ ଥିବା ଫୋଲେଟ୍‌ ଆପଣଙ୍କୁ ଚିନ୍ତା ମୁକ୍ତ ରଖିଥାଏ।
  • ସବୁଜ ଚଣାକୁ ବାଟି ଆପଣ ଏଥିରେ ପରଟା ମଧ୍ୟ ତିଆରି କରିପାରିବେ। ଏହା ବ୍ୟତୀତ ଆପଣ ଏହାକୁ ଭାତ ଓ ଆମିଷ ବ୍ୟଞ୍ଜନରେ ପକାଇ ପ୍ରସ୍ତୁତ ମଧ୍ୟ କରିପାରିବେ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe