Advertisment

ପାଚନଜନିତ ସମସ୍ୟାର ସମାଧାନ କରିଥାଏ ପଣସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରାଦିନେ ପଣସ ଫଳିଥାଏ। ପଣସକୁ ଉଭୟ କଞ୍ଚା ଓ ପାଚିଲା ଖିଆଯାଏ। କଞ୍ଚା ପଣସକୁ ଆମେ ତରକାରି କରି ଖାଆନ୍ତି। କେହି କେହି ଏହାକୁ ଡାଲମାରେ ମଧ୍ୟ ପକାନ୍ତି। ପଣସରେ କ୍ୟାଲୋରୀ, ଫାଇବର୍‌, ପ୍ରୋଟିନ୍‌, ଭିଟାମନ୍‌-ଏ, ଭିଟାମିନ୍‌-ସି ଏବଂ ମ୍ୟାଗ୍ନେସିୟମ୍‌ ଆଦି ଭରି ରହିଛି। ଏଗୁଡ଼ିକ ଆମ ଶରୀର ପାଇଁ ଖୁବ୍‌ ଉପକାରୀ ହୋଇଥାଏ। ତେବେ ଆପଣ ଜାଣିଛନ୍ତି କି, ପଣସ ଅନେକ ଶାରୀରିକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ତା’ହେଲେ ଆସନ୍ତୁ ଜାଣିବା […]

ଅଦ୍ୟତନ ହୋଇଛି
ପାଚନଜନିତ ସମସ୍ୟାର ସମାଧାନ କରିଥାଏ ପଣସ

j11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରାଦିନେ ପଣସ ଫଳିଥାଏ। ପଣସକୁ ଉଭୟ କଞ୍ଚା ଓ ପାଚିଲା ଖିଆଯାଏ। କଞ୍ଚା ପଣସକୁ ଆମେ ତରକାରି କରି ଖାଆନ୍ତି। କେହି କେହି ଏହାକୁ ଡାଲମାରେ ମଧ୍ୟ ପକାନ୍ତି। ପଣସରେ କ୍ୟାଲୋରୀ, ଫାଇବର୍‌, ପ୍ରୋଟିନ୍‌, ଭିଟାମନ୍‌-ଏ, ଭିଟାମିନ୍‌-ସି ଏବଂ ମ୍ୟାଗ୍ନେସିୟମ୍‌ ଆଦି ଭରି ରହିଛି। ଏଗୁଡ଼ିକ ଆମ ଶରୀର ପାଇଁ ଖୁବ୍‌ ଉପକାରୀ ହୋଇଥାଏ। ତେବେ ଆପଣ ଜାଣିଛନ୍ତି କି, ପଣସ ଅନେକ ଶାରୀରିକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ୱାରା ଆମକୁ କେଉଁ ସବୁ ଲାଭ ମିଳିଥାଏ।

Advertisment

publive-image

୧- ଏଥିରେ ଭିଟାମିନ୍‌-ସି ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

୨- ଏହାକୁ ଖାଇଲେ ଶରୀରରେ ଆଇରନ୍‌ କମ୍‌ ହୁଏ ନାହିଁ।

୩- ଏହା ଶରୀରରେ ଲାଲ୍‌ ରକ୍ତ କୋଷିକା ସଂଖ୍ୟା ବଢ଼ାଇଥାଏ।

publive-image

୪- ପଣସ ରକ୍ତରେ ସର୍କରା ସ୍ତର ବଢ଼ାଇଥାଏ। ଏହା ଶରୀରରେ କାମ କରିବା ପାଇଁ ଶକ୍ତି ଯୋଗାଇ ଥାଏ।

୫- ଏହା ଆପଣଙ୍କୁ କବ୍‌ଜ ଭଳି ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ। ଏଥିରେ ଥିବା ଫାଇବର୍‌ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଓ ଏହା ଜନିତ ସମସ୍ୟାକୁ ଦୂର କରିଥାଏ।

Advertisment

୬-  ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ଏହା ଲାଭକାରୀ ହୋଇଥାଏ। ଏଥିରେ ଭିଟାମିନ୍‌-ସି ଥିବାରୁ ଏହା ହାର୍ଟ ଜନିତ  ରୋଗ ହେବାର ଆଶଙ୍କାକୁ କମ୍ କରିଥାଏ।

publive-image

୭- ଆଖି ପାଇଁ ଏହି ଫଳ ବହୁତ ଭଲ ହୋଇଥାଏ। ଏଥିରେ ଭିଟାମିନ୍‌-ଏ ରହିଥାଏ, ଯାହା ଆଖିପାଇଁ ଆବଶ୍ୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତିରେ ସୁଧାର ହୁଏ। ଏହା ସହ ଏହି ଫଳ ଖାଇବା ଦ୍ୱାରା ମୋତିଆ ବିନ୍ଦୁ ହେବାର ମଧ୍ୟ କମ୍‌ ସମ୍ଭାବନା ଥାଏ।

publive-image

୮- ଏହା ଥାଇରଏଡ୍‌ ରୋଗୀଙ୍କ ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। ଏଥିରେ ଭିଟାମିନ୍‌-ବି ଥିବାରୁ ଥାଇରଏଡ୍‌ ରୋଗୀ ଏହାକୁ ଆବଶ୍ୟକ ପରିମାଣରେ ଖାଇବା ଆବଶ୍ୟକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe