ଖରାଦିନ ଆସିଲେ ବଜାରରେ ଲିଚୁ ବିକ୍ରି ହେଉଥିବା ଦେଖିବାକୁ ମିଳିଥାଏ। ଲିଚୁ ଦେଖିଲେ ଛୋଟ ହେଉ କି ବଡ଼ ସମସ୍ତଙ୍କ ମୁହଁରେ ଆସି ଯାଏ ପାଣି । ଲିଚୁରେ ଅନେକ ଭିଟାମିନ୍ ରହିଛି। ଏହା ଶରୀର ପାଇଁ ବଡ଼ ଉପକାରୀ।
- ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ପୋଟାସିୟମ୍, ବି କମ୍ପଲେକ୍ସ୍ କାର୍ବୋହାଇଡ୍ରେଡ୍, ମ୍ୟାଗ୍ନେସିୟମ୍, ଫସ୍ଫରସ୍ ଓ ଆଇରନ୍ ପରି ଖଣିଜ ଲବଣ ଭରି ରହିଛି। ଏହାକୁ ଖାଇଲେ ଶରୀର ସୁସ୍ଥ ରଖିଥାଏ।
- ଲିଚୁ ଖାଇବା ଦ୍ୱାରା ଡିହାଇଡ୍ରେସନ୍ ସମସ୍ୟା ଦୂର ହୋଇଥାଏ। ଲିଚୁରେ ଫାଇବର ମାତ୍ରା ଅଧିକ ଥିବାରୁ ମୋଟାପଣ ହ୍ରାସ କରିବାରେ ସାହାଯ୍ୟ କରେ। ଫାଇବର ଆମ ଖାଦ୍ୟକୁ ପାଚନ କରିବାରେ ସାହାଯ୍ୟ କରିଥାଏ।
- ଶରୀରରେ ଥିବା ଜୀବାଣୁ ଓ ସଂକ୍ରାମକ ରୋଗ ସହିତ ଲଢ଼ିବା ପାଇଁ ଲିଚୁ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାଇଥାଏ।
- ଲିଚୁରେ ପୋଟାସିୟମ୍ ଓ କପର୍ ଅଧିକ ମାତ୍ରାରେ ଥିବାରୁ ଏହାକୁ ଖାଇବା ଦ୍ୱାରା ବ୍ଲଡ୍ପ୍ରେସର୍ ନର୍ମାଲ ରହେ। ହୃଦୟର ସ୍ପନ୍ଦନରେ ଅସ୍ଥିରତା ଓ ଅନିୟମିତା ରହୁଥିଲେ ତାହା ନିୟନ୍ତ୍ରଣକୁ ଆସେ। ଫଳରେ ହାର୍ଟ ଆଟକ୍ ହେବାର ଆଶଙ୍କା କମ୍ ହୋଇଯାଏ।
- ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀରୁ ସୁରକ୍ଷା ଦିଏ। ଶରୀରରେ କ୍ୟାନସର କୋଷିକାଗୁଡ଼ିକୁ ବ୍ୟାପିବାକୁ ଦିଏ ନାହିଁ।
ରିପୋର୍ଟ ଓ ଫଟୋ- ଖାସ୍ଖବର
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।