Advertisment

ବ୍ଲଡ୍‌ ପ୍ରେସ୍‌ରକୁ ଦୂର କରେ ଆମ୍ବପତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ୍ବକୁ ଫଳ ଭିତରେ ରାଜା ବୋଲି  କୁହାଯାଏ। ଆମ୍ବ ଖାଇବାକୁ  ଖୁବ୍‌ ଭଲ ଲାଗୁଥିବା ବେଳେ ସବୁ ପୂଜାପର୍ବରେ ଏହାର ପତ୍ର ଖୋଜାପଡ଼େ। କାରଣ ହିନ୍ଦୁ ଶାସ୍ତ୍ରରେ ଏହାକୁ ଶୁଭ ବୋଲି ଧରାଯାଏ। ଆପଣ ଆମ୍ବ ପତ୍ର ବିଷୟରେ ଆଉ ଗୋଟେ କଥା ଜାଣିଛନ୍ତି କି? ଏହା ଆମ ଶରୀରକୁ ଅନେକ ଫାଇଦା ଦେଇଥାଏ। ଏଥିରେ ଭିଟାମିନ୍‌-ଏ, ବି ଏବଂ ସି ଭରପୂର ମାତ୍ରାରେ ରହିଛି। ଆମ୍ବ ପତ୍ରରେ ଏପରି ଔଷଧିୟ ଗୁଣ ରହିଛି, […]

ଅଦ୍ୟତନ ହୋଇଛି
ବ୍ଲଡ୍‌ ପ୍ରେସ୍‌ରକୁ ଦୂର କରେ ଆମ୍ବପତ୍ର

m31

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ୍ବକୁ ଫଳ ଭିତରେ ରାଜା ବୋଲି  କୁହାଯାଏ। ଆମ୍ବ ଖାଇବାକୁ  ଖୁବ୍‌ ଭଲ ଲାଗୁଥିବା ବେଳେ ସବୁ ପୂଜାପର୍ବରେ ଏହାର ପତ୍ର ଖୋଜାପଡ଼େ। କାରଣ ହିନ୍ଦୁ ଶାସ୍ତ୍ରରେ ଏହାକୁ ଶୁଭ ବୋଲି ଧରାଯାଏ। ଆପଣ ଆମ୍ବ ପତ୍ର ବିଷୟରେ ଆଉ ଗୋଟେ କଥା ଜାଣିଛନ୍ତି କି? ଏହା ଆମ ଶରୀରକୁ ଅନେକ ଫାଇଦା ଦେଇଥାଏ। ଏଥିରେ ଭିଟାମିନ୍‌-ଏ, ବି ଏବଂ ସି ଭରପୂର ମାତ୍ରାରେ ରହିଛି। ଆମ୍ବ ପତ୍ରରେ ଏପରି ଔଷଧିୟ ଗୁଣ ରହିଛି, ଯାହାକୁ ବ୍ୟବହାର କରି ଆପଣ ସୁଗାର ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ। ତେବେ ଆଉ କେଉଁ କେଉଁ ରୋଗ ପାଇଁ ଏହା ରାମବାଣ ସଦୃଶ କାମ କରିଥାଏ, ସେ ବିଷୟରେ ଜାଣି ନିଅନ୍ତୁ।

Advertisment

publive-image

ଶ୍ୱାସରୋଗୀଙ୍କ ପାଇଁ ଆମ୍ବ ପତ୍ର ବହୁତ ଫାଇଦା ଦେଇଥାଏ। ଆମ୍ବ ପତ୍ରର କାଢ଼ା ତିଆରି କରି ପିଇଲେ ଶ୍ୱାସରୋଗୀଙ୍କୁ ବହୁତ ଆରାମ ମିଳିଥାଏ।

ଅନେକ ସମୟରେ ରୋଷେଇ କଲା ବେଳେ ହାତ ଜଳି ଯାଇ ପୋଡ଼ିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଆମ୍ବ ପତ୍ରର ଅଙ୍ଗାର ସଙ୍ଗେସଙ୍ଗେ ପୋଡ଼ା ଜାଗାରେ ଲଗାଇ ଦିଅନ୍ତୁ।

Advertisment

publive-image

-ଢକାର ହେଉଥିଲେ ଓ ଏହା ବନ୍ଦ ହେବାର ନାଁ ନ ନେଉଥିଲେ, ଆପଣ ଆମ୍ବ ପତ୍ରକୁ ବ୍ୟବହାର କରି ଏହାକୁ ବନ୍ଦ କରି ପାରିବେ। ଏଥିପାଇଁ ଆମ୍ବ ପତ୍ରକୁ ପାଣିରେ ଫୁଟାଇ ଦିଅନ୍ତୁ। ଥଣ୍ଡା ହେଲା ପରେ ଏହାକୁ କୁଳି କରନ୍ତୁ। ଏହା ଆପଣଙ୍କ ଢକାରକୁ ବନ୍ଦ କରିଦେବ।

publive-image

-କିଡ୍‌ନୀରେ ହେଉଥିବା ଷ୍ଟୋନ୍‌ ମଧ୍ୟ ଆମ୍ବ ପତ୍ର ଦ୍ୱାରା ଭଲ ହୋଇଥାଏ। ଏଥିପାଇଁ ଆମ୍ବ ପତ୍ରକୁ ଶୁଖାଇ ଗୁଣ୍ଡ କରିଦିଅନ୍ତୁ। ଏହାକୁ ଆପଣ ପାଣିରେ ମିଶାଇ ପିଅନ୍ତୁ। କିଛି ଦିନରେ ଆପଣଙ୍କୁ କିଡ୍‌ନୀ ଷ୍ଟୋନ୍‌ ସମସ୍ୟାରୁ ମୁକ୍ତି ମିଳିଯିବ।

publive-image

-ବ୍ଲଡ୍‌ ପ୍ରେସର୍‌ ସମସ୍ୟା ଥିଲେ, ଆପଣ ଆମ୍ବ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିକୁ ଗାଧାନ୍ତୁ। ଏହା ଦ୍ୱାରା ବ୍ଲଡ୍‌ ପ୍ରେସର୍‌ ସମସ୍ୟା ଦୂର ହେବ।

ବି.ଦ୍ର- ଏସବୁ ନେଇ କୌଣସି ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନେଲେ ଭଲ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe