Advertisment

ଖରାଦିନେ ଲୁ’ ରୁ ରକ୍ଷା କରିଥାଏ ପୁଦିନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ଖାଦ୍ୟରେ ପୁଦିନା ବ୍ୟବହାର କରିଥାଉ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ଆପଣମାନେ ପ୍ରାୟ ଜାଣିଥିବେ। ଏହାର ତାଜା ସ୍ୱାଦ ମସ୍ତିସ୍କକୁ ମଧ୍ୟ ତାଜା କରିଥାଏ। ଏହାକୁ ଖାଦ୍ୟରୂପେ ବ୍ୟବହାର କଲେ ଆପଣଙ୍କୁ ବହୁତ ଅନାବଶ୍ୟକ ଔଷଧ ଖାଇବାକୁ ପଡ଼ିବ ନାହିଁ। ତେବେ ଜାଣି ରଖନ୍ତୁ ଏହାର କିଛି ଫାଇଦା ବିଷୟରେ। ପେଟ ପାଇଁ ଅମୃତ ହୋଇଥାଏ ପୁଦିନା ପୁଦିନା ଆମର ପାଚନ କ୍ରିୟାକୁ ସଠିକ୍‌ ରୂପେ ତ୍ୱରାନ୍ୱିତ କରିଥାଏ। ଏହା ଆପଣଙ୍କ ସବୁ ପ୍ରକାର […]

author-image
Rosalin Rath
ଖରାଦିନେ ଲୁ’ ରୁ ରକ୍ଷା କରିଥାଏ ପୁଦିନା

z44

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ଖାଦ୍ୟରେ ପୁଦିନା ବ୍ୟବହାର କରିଥାଉ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ଆପଣମାନେ ପ୍ରାୟ ଜାଣିଥିବେ। ଏହାର ତାଜା ସ୍ୱାଦ ମସ୍ତିସ୍କକୁ ମଧ୍ୟ ତାଜା କରିଥାଏ। ଏହାକୁ ଖାଦ୍ୟରୂପେ ବ୍ୟବହାର କଲେ ଆପଣଙ୍କୁ ବହୁତ ଅନାବଶ୍ୟକ ଔଷଧ ଖାଇବାକୁ ପଡ଼ିବ ନାହିଁ। ତେବେ ଜାଣି ରଖନ୍ତୁ ଏହାର କିଛି ଫାଇଦା ବିଷୟରେ।

Advertisment

ପେଟ ପାଇଁ ଅମୃତ ହୋଇଥାଏ ପୁଦିନା

publive-image

ପୁଦିନା ଆମର ପାଚନ କ୍ରିୟାକୁ ସଠିକ୍‌ ରୂପେ ତ୍ୱରାନ୍ୱିତ କରିଥାଏ। ଏହା ଆପଣଙ୍କ ସବୁ ପ୍ରକାର ପେଟ ରୋଗକୁ ଭଲ କରିଥାଏ। ଯେପରିକି କବଜ, ପେଟ ଦରଜ, ଗ୍ୟାସ୍‌  ଆଦି ସମସ୍ୟାକୁ ଏହା ଦୂର କରିଥାଏ। ତେବେ ଆପଣ ନିଜ ଖାଦ୍ୟରେ ପୁଦିନାର ବ୍ୟବହାର କରନ୍ତୁ। ଏହା ଆପଣଙ୍କୁ ବହୁତ ଫାଇଦା ଦେବ।

ଲୁ’ରୁ ସୁରକ୍ଷା ଦିଏ

publive-image

ଖରାଦିନେ ପ୍ରାୟ ଲୁ’ ଲାଗିବାର ଆଶଙ୍କା ରହିଥାଏ। ତେବେ ଖରାଦିନ ଏହାକୁ ଅଧିକ ମାତ୍ରରେ ବ୍ୟବହାର କରନ୍ତୁ। ଏହା ଆପଣଙ୍କ ଶରୀରକୁ ବହୁତ ଫାଇଦା ଦେବା ସହ ଖରାଦିନେ ଏହା ଶରୀରରେ ଜଳୀୟ ଅଂଶ କମ୍‌ ହେବାକୁ ଦେବ ନାହିଁ। ଖରାଦିନେ ଲୁ’ରୁ ରକ୍ଷା ପାଇବା ପାଇଁ ଆପଣ ପୁଦିନା ପାଣି ପିଅନ୍ତୁ। ବାହାରକୁ କେଉଁଆଡ଼େ ଯାଉଥିଲେ ପୁଦିନା ପାଣି ମଧ୍ୟ ସାଙ୍ଗରେ ନେଇ ଯାଆନ୍ତୁ।

Advertisment

ଚିନ୍ତା ଏବଂ ମାନସିକ ଚାପରୁ ଦିଏ ମୁକ୍ତି

publive-image

ପୁଦିନା ଆପଣଙ୍କୁ ଚିନ୍ତା ଏବଂ ମାନସିକ ଚାପରୁ ମଧ୍ୟ ମୁକ୍ତି ଦେଇଥାଏ। ପୁଦିନା ସାଧାରଣତଃ ଥଣ୍ଡା ହୋଇଥାଏ। ତେବେ ଆପଣ ଏହାର ପାଣି ବା ଦହି ଇତ୍ୟାଦି ଖାଦ୍ୟ ସହ ଏହାକୁ ଖାଆନ୍ତୁ। ଏହା ଆପଣଙ୍କୁ ଚିନ୍ତା ଏବଂ ଅବସାଦରୁ ରକ୍ଷା କରିବ।

ପାଟି ଦୁର୍ଗନ୍ଧ ଦୂର କରେ

publive-image

ଆମେ ପ୍ରଥମରୁ କହିଆସିଛୁ ଯେ, ଏହା ହେଉଛି ଏକ ତାଜା ପତ୍ର। ତେଣୁ ଏହାକୁ ଖାଇଲେ ଆପଣ ମଧ୍ୟ ତାଜା ଅନୁଭବ କରିବେ। ତେବେ ଏହା ଆପଣଙ୍କ ପାଟିରୁ ବାହାରୁ ଥିବା ଦୁର୍ଗନ୍ଧକୁ ଦୂର କରିବା ସହ ପାଟିକୁ ତାଜା କରିଥାଏ। ଏଥିରେ ଜୀବାଣୁନାଶକ ଉତ୍ପାଦ ଥିବାରୁ ଏହା ପାଟିରେ ଦୁର୍ଗନ୍ଧ ସୃଷ୍ଟି କରୁଥିବା ଜୀବାଣୁ ସହ ଲଢ଼ିଥାଏ।  ପାଟିରୁ ଦୁର୍ଗନ୍ଧ ବାହାରିବାକୁ ଦିଏନାହିଁ।