Advertisment

ଆପଣ ଜାଣିଛନ୍ତି କି, ଡାଳିମ୍ବ ଖାଇବାର ଫାଇଦା ବିଷୟରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାଳିମ୍ବ ଏକ ଉପକାରୀ ଫଳ ବୋଲି ଆପଣମାନେ ତ ଜାଣିଥିବେ। ଏଥିରେ ଅନେକ ପ୍ରକାର ଭିଟାମିନ୍‌ ରହିବା ସହ ଅନେକ ରୋଗକୁ ଭଲ କରିବାରେ ମଧ୍ୟ ଏହା ସାହାଯ୍ୟ କରେ। ଏହା ଏପରି ଏକ ଫଳ ଯାହା ଆମକୁ ସବୁ ସମୟରେ ବଜାରରେ ମିଳିଥାଏ। ଆପଣ ଜାଣିଥିବେ ଯେ, ଯେତେବେଳେ ଆପଣ କୌଣସି ରୋଗରେ ପଡ଼ନ୍ତି ସେତେବେଳେ ଡାକ୍ତର ଆମକୁ ଔଷଧ ଖାଇବା ସହ ଡାଳିମ୍ବ ଖାଇବାକୁ ମଧ୍ୟ ପରାମର୍ଶ ଦେଇଥାନ୍ତି। କାରଣ ଏଥିରେ […]

ଆପଣ ଜାଣିଛନ୍ତି କି, ଡାଳିମ୍ବ ଖାଇବାର ଫାଇଦା ବିଷୟରେ

a77

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାଳିମ୍ବ ଏକ ଉପକାରୀ ଫଳ ବୋଲି ଆପଣମାନେ ତ ଜାଣିଥିବେ। ଏଥିରେ ଅନେକ ପ୍ରକାର ଭିଟାମିନ୍‌ ରହିବା ସହ ଅନେକ ରୋଗକୁ ଭଲ କରିବାରେ ମଧ୍ୟ ଏହା ସାହାଯ୍ୟ କରେ। ଏହା ଏପରି ଏକ ଫଳ ଯାହା ଆମକୁ ସବୁ ସମୟରେ ବଜାରରେ ମିଳିଥାଏ।

Advertisment

ଆପଣ ଜାଣିଥିବେ ଯେ, ଯେତେବେଳେ ଆପଣ କୌଣସି ରୋଗରେ ପଡ଼ନ୍ତି ସେତେବେଳେ ଡାକ୍ତର ଆମକୁ ଔଷଧ ଖାଇବା ସହ ଡାଳିମ୍ବ ଖାଇବାକୁ ମଧ୍ୟ ପରାମର୍ଶ ଦେଇଥାନ୍ତି। କାରଣ ଏଥିରେ ଅନେକ ପ୍ରକାର ରୋଗକୁ ଭଲ କରିବା ପାଇଁ ଭିଟାମିନ୍‌ ରହିଥାଏ।

publive-image

ତେବେ ଏତିକି ନୁହେଁ ଏହାକୁ ଖାଇଲେ ଆପଣଙ୍କୁ ଏହା କେଉଁ କେଉଁ ଫାଇଦା ହେବ ପଢ଼ନ୍ତୁ।

୧- ଏଥିରେ ଅନେକ ପରିମାଣରେ ଭିଟାମିନ୍‌ ସି ରହିଥାଏ ଯାହା ଆମ ତ୍ୱଚା ପାଇଁ ବହୁ ଉପକାରୀ ହୋଇଥାଏ।
୨-  ଏହାକୁ ପ୍ରତିଦିନ ଖାଇଲେ ଆପଣଙ୍କ ଶରୀରରେ ରକ୍ତର ପରିମାଣ କମ୍‌ ହେବ ନାହିଁ। ଖାଇଲେ ଆପଣ ବୟସ୍କ ଦେଖାଯିବେ ନାହିଁ।
୩- ଏହା ଚେହେରାକୁ ଲୋଚା କୋଚା ହେବାକୁ ଦିଏନାହିଁ।

Advertisment

publive-image
୪- ଆପଣଙ୍କ ଦାନ୍ତ ସମସ୍ୟା ଥିଲେ ଏହାକୁ ପ୍ରତିଦିନ ଖାଆନ୍ତୁ। ଏହା ଦାନ୍ତରେ ଥିବା ସବୁ ପ୍ରକାର ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ।
୫- ଏହା ପାଇରିଆ, ଦାନ୍ତ ବିନ୍ଧିବା ଇତ୍ୟାଦି ସମସ୍ୟାରୁ ଉପଶମ ଦେବା ସହ ଦାନ୍ତକୁ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରେ।
୬- ହାର୍ଟ ପାଇଁ ମଧ୍ୟ ଏହା ବହୁତ ଉପକାରୀ ହୋଇଥାଏ। ଏହା ଆପଣଙ୍କ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।
୭- ଏହା ରକ୍ତକୁ ସ୍ୱଚ୍ଛ କରିବା ସହ ଶରୀରରେ ରକ୍ତ ପ୍ରବାହ ଭଲ କରିବାକୁ ସାହାଯ୍ୟ କରେ।

publive-image
୮- ଏହା ବ୍ଲଡ୍‌ ପ୍ରେସରକୁ ନିୟନ୍ତ୍ରଣ  କରିବାରେ ସାହାଯ୍ୟ କରେ।
୯- ଏହା ଆଣ୍ଠୁ ଗଣ୍ଠି ଦରଜକୁ ମଧ୍ୟ ଦୂର କରିଥାଏ।
୧୦-  ସ୍ମରଣ ଶକ୍ତିକୁ ମଧ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ।
୧୧- ଅନେକ ଲୋଙ୍କର ଭୁଲିବା ରୋଗ ଥାଏ । ତେଣୁ ଆପଣଙ୍କୁ ଏହାର ରସ ଅନେକ ଫାଇଦା ଦେବ।

publive-image

୧୨-  ଡାଳିମ୍ବ ଏନିମିଆ ରୋଗ ସହ ମଧ୍ୟ ଲଢ଼ିବାରେ ସାହାଯ୍ୟ କରେ।
୧୩-ଶରୀରରେ ଲୌହ ଅଂଶର କମ୍‌ ହୋଇଥିଲେ ଏହାକୁ ପ୍ରତିଦିନ ଖାଆନ୍ତୁ। ଏହା ଆପରଙ୍କୁ ଅନେକ ଫାଇଦା ଦେବ।
୧୪- ଏହା ରକ୍ତରେ ହିମୋଗ୍ଲୋବିନ୍‌ ମାତ୍ରାକୁ ବଢ଼ାଇଥାଏ।

publive-image
୧୫- ଡାଳିମ୍ବ ପ୍ରତିଦିନ ଖାଆନ୍ତୁ । ଏହାର ରସ ପିଅନ୍ତୁ।  ଏହାଦ୍ୱାରା କ୍ୟାନସର ହେବାର ଆଶଙ୍କା କମ୍‌ କରିଥାଏ।
୧୬- ଏହା ସବୁ ପ୍ରକାର କ୍ୟାନସର ସହ ଲଢ଼ିବା ପାଇଁ ସାହାଯ୍ୟ କରେ।
୧୭- ଏହା ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ  ଲାଭଦାୟକ ଦେଇଥାଏ।
୧୮- ଏହା ଟାଇପ୍‌ ୨ ଡାଇବେଟିସ୍‌କୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ।

publive-image
୧୮- ଏହା ପ୍ରଜନନ କ୍ଷମତାକୁ ମଧ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ।
୨୦- ଯେଉଁ ମହିଳାମାନେ ଗର୍ଭଧାରଣ କରିପାରୁନାହାନ୍ତି ଏହା ସେମାନଙ୍କ ଲାଗି ଲାଭଦାୟକ ହୋଇଥାଏ।
୨୧- ଏହା ଗର୍ଭାଶୟରେ ରକ୍ତ ପ୍ରବାହକୁ ସଠିକ୍‌ କରିବା ସହ ଗର୍ଭସ୍ଥ ଶିଶୁକୁ ମଧ୍ୟ ସୁରକ୍ଷିତ ରଖିଥାଏ।
୨୨- ଏହାକୁ ଖାଇଲେ ଗର୍ଭପାତ ହେବାର ଆଶଙ୍କା କମ୍‌ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe