Advertisment

ଶୀତ ଦିନେ ଖୁବ୍‌ ଉପକାରୀ କେଶର, ନିଜ ଖାଦ୍ୟରେ ଏହାକୁ ସାମିଲ କରନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତ ଦିନ ହେଉଛି ଉତ୍ସବର ଦିନ। ଅନେକ ପର୍ବ ପର୍ବାଣୀ, ପିକ୍‌ନିକ୍‌, ପାର୍ଟି ସବୁ ଏହି ଦିନରେ ହୋଇଥାଏ। ପ୍ରତ୍ୟେକ ଦେଶରେ ଏହି ଦିନେ କିଛିନା କିଛି ପର୍ବ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଉତ୍ସବ ସହ ଏହି ସମୟ କିଛି ରୋଗ ବି ସାଙ୍ଗରେ ଧରି ଆସିଥାଏ। କାରଣ ହେଉଛି ଶୀତ ଦିନେ ଶରୀରରେ ଦୁର୍ବଳ ଥିବା ଇମ୍ୟୁନିଟି। ଏହି ଦିନେ ଥଣ୍ଡା କାଶ, ଜ୍ୱର ଭଳି ରୋଗ ପ୍ରାୟ ସମସ୍ତଙ୍କୁ ହୋଇଥାଏ। […]

ଅଦ୍ୟତନ ହୋଇଛି
ଶୀତ ଦିନେ ଖୁବ୍‌ ଉପକାରୀ କେଶର, ନିଜ ଖାଦ୍ୟରେ ଏହାକୁ ସାମିଲ କରନ୍ତୁ

kesar

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତ ଦିନ ହେଉଛି ଉତ୍ସବର ଦିନ। ଅନେକ ପର୍ବ ପର୍ବାଣୀ, ପିକ୍‌ନିକ୍‌, ପାର୍ଟି ସବୁ ଏହି ଦିନରେ ହୋଇଥାଏ। ପ୍ରତ୍ୟେକ ଦେଶରେ ଏହି ଦିନେ କିଛିନା କିଛି ପର୍ବ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଉତ୍ସବ ସହ ଏହି ସମୟ କିଛି ରୋଗ ବି ସାଙ୍ଗରେ ଧରି ଆସିଥାଏ। କାରଣ ହେଉଛି ଶୀତ ଦିନେ ଶରୀରରେ ଦୁର୍ବଳ ଥିବା ଇମ୍ୟୁନିଟି। ଏହି ଦିନେ ଥଣ୍ଡା କାଶ, ଜ୍ୱର ଭଳି ରୋଗ ପ୍ରାୟ ସମସ୍ତଙ୍କୁ ହୋଇଥାଏ।

Advertisment

ତେଣୁ ଏଥିରୁ ବଞ୍ଚିବା ପାଇଁ ମେଡିସିନ୍‌ ଅପେକ୍ଷା ଘରୋଇ ଉପଚାରର ସାହାଯ୍ୟ ନେବା ଖୁବ୍ ଭଲ। ଅଦା, ତୁଳସୀ, ମହୁ ସେବନ ହେଉ କି ଖାଇଲା ବେଳେ ଦୁଇ ଚାରି କୋଲା ରସୁଣ। ଏ ସବୁ ଶୀତ ଋତୁ ପାଇଁ ଖୁବ୍‌ ଭଲ। ତେବେ ଏହାର ଆଉ ଏକ ଭଲ ଉପଚାର ହେଉଛି କେଶର। ଖାଇବାର ସ୍ୱାଦ ଏବଂ ରଙ୍ଗ ବଦଳାଇବା ପାଇଁ ଆମେ କେଶର ବ୍ୟବହାର କରିଥାଉ। କିନ୍ତୁ ଏହା ରାନ୍ଧଣାରେ ଖୁବ୍ କମ୍‌ ବ୍ୟବହାର କରାଯାଏ। କାରଣ ଏହା ମସଲା ଭିତରେ ସବୁଠୁ ଦାମୀ।
publive-imageଶୀତ ଦିନେ ଥଣ୍ଡା ଓ କାଶରୁ ରକ୍ଷା ପାଇବାକୁ ହେଲେ କେଶରର ପ୍ରୟୋଗ କରାଯାଏ। ଖାଦ୍ୟରେ ଏହାକୁ ମିଶାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ଏଥିରେ ଥିବା ଔଷଧୀୟ ଗୁଣ ଆପଣଙ୍କ ଶରୀରରେ ଅନେକ ରୋଗକୁ ଭଲ କରିଥାଏ। କେଶର ଶରୀରକୁ ଗରମ ରଖିବା ସହିତ ଥଣ୍ଡା ଓ କାଶ ରୋକିବାରେ ଉପଯୋଗୀ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଶୀତଦିନେ କେମିତି ବ୍ୟବହାର କରିବେ କେଶର।

କେଶର ଚା': କେଶରରେ ତିଆରି ଚା' ଥଣ୍ଡା ଦିନେ ଶରୀର ପାଇଁ ଖୁବ୍‌ ଉପକାରୀ। ଏହା ଖାଦ୍ୟ ହଜମ କରିବା ସହ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢାଇଥାଏ। ଏଥିରେ ଲବଙ୍ଗ ଓ ଡାଲ୍‌ଚିନି ପକାଇ ଆପଣ ପିଇ ପାରି,ବେ ଯାହା ପ୍ରାକୃତିକ ରୂପରେ ଗରମ ହୋଇଥାଏ। ଏହାସହ ଏଥିରେ ଗୁଜୁରାତି ଓ ଚା' ପତି ପକାଇ ମଧ୍ୟ ପିଇ ପାରିବେ।

Advertisment

ଗରମ କ୍ଷୀରରେ ମିଶାନ୍ତୁ: ଥଣ୍ଡାଦିନେ କେଶରକୁ ଗରମ କ୍ଷୀରରେ ମିଶାଇ ପିଅନ୍ତୁ। ଏହାର ସୁଗନ୍ଧ ଓ ସ୍ୱାଦ ଶରୀରର ଥକା ପଣ ଦୂର କରିବା ସହ ମାନସିକ ଶାନ୍ତି ଦେଇଥାଏ। ଏହା ଦ୍ୱାରା ଭଲ ନିଦ ମଧ୍ୟ ହୁଏ।

ମୁଣ୍ଡରେ ଲଗାନ୍ତୁ: ଥଣ୍ଡା, କାଶରୁ ମୁକ୍ତି ପାଇବା ପାଇଁ ଗରମ ପାଣିରେ କେଶର ମିଶାଇ ମଥାରେ ଲଗାନ୍ତୁ। ଏହା ଥଣ୍ଡାର ପ୍ରଭାବକୁ ହ୍ରାସ କରିଥାଏ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଥିବାରୁ ଏହା ତ୍ୱାଚା ପାଇଁ ‌ମଧ୍ୟ ଖୁବ୍‌ ଭଲ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe