Advertisment

ଜାଣନ୍ତି କି, ତେନ୍ତୁଳି ରସର ଏହି ସବୁ ଫାଇଦା ବିଷୟରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖଟା ମିଠା ତେନ୍ତୁଳିର ନାଁ ଶୁଣିଲେ ମୁହଁରେ ପାଣି ଆସିଯାଏ। ତେନ୍ତୁଳିର ଚଟ୍‌ପଟା ସ୍ୱାଦ ସମସ୍ତଙ୍କୁ ଭଲ ଲାଗିଥାଏ। ଆମ ରୋଷେଇ ଘରେ ଏହା ଅନେକ ଖାଦ୍ୟକୁ ସ୍ୱାଦିଷ୍ଟ କରିବାରେ ସାହାଯ୍ୟ କରେ। କିନ୍ତୁ ଆପଣ ଜାଣିଛନ୍ତି କି, ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ନାହିଁ, ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ  ବହୁ ଉପକାରୀ ହୋଇଥାଏ। ଖରାଦିନେ ତେନ୍ତୁଳି ପାଣି ଆମକୁ ଲୁ’ରୁ ରକ୍ଷା କରିବା ସହ ଆହୁରି ଅନେକ ସ୍ୱାସ୍ଥ୍ୟ […]

ଜାଣନ୍ତି କି, ତେନ୍ତୁଳି ରସର ଏହି ସବୁ ଫାଇଦା ବିଷୟରେ

q44

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖଟା ମିଠା ତେନ୍ତୁଳିର ନାଁ ଶୁଣିଲେ ମୁହଁରେ ପାଣି ଆସିଯାଏ। ତେନ୍ତୁଳିର ଚଟ୍‌ପଟା ସ୍ୱାଦ ସମସ୍ତଙ୍କୁ ଭଲ ଲାଗିଥାଏ। ଆମ ରୋଷେଇ ଘରେ ଏହା ଅନେକ ଖାଦ୍ୟକୁ ସ୍ୱାଦିଷ୍ଟ କରିବାରେ ସାହାଯ୍ୟ କରେ।

Advertisment

କିନ୍ତୁ ଆପଣ ଜାଣିଛନ୍ତି କି, ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ନାହିଁ, ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ  ବହୁ ଉପକାରୀ ହୋଇଥାଏ। ଖରାଦିନେ ତେନ୍ତୁଳି ପାଣି ଆମକୁ ଲୁ’ରୁ ରକ୍ଷା କରିବା ସହ ଆହୁରି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗର ଉପଚାର ମଧ୍ୟ କରିଥାଏ।

publive-image

ଏହାର ପୂରା ଗଛ ତାହା ପତ୍ର ହେଉ ବା ଫଳ ସବୁଥିରେ କିଛି ନା କିଛି ଔଷଧିୟ ଗୁଣ ରହିଛି । ପ୍ରାଚୀନ କାଳରେ ମଧ୍ୟ ଏହାକୁ ବ୍ୟବହାର କରି ଅନେକ ଜଡ଼ିବୁଟି ତିଆରି କରାଯାଉଥିଲା।

Advertisment

ତେବେ ଜାଣନ୍ତୁ ତେନ୍ତୁଳି ପାଣି ଆମ ସ୍ୱାସ୍ଥ୍ୟକୁ କ’ଣ ଫାଇଦା ଦେଇଥାଏ।

publive-image

୧, ଏଥିରେ ଭିଟାମିନ୍‌ ଏବଂ ମିନେରାଲ୍‌ ବହୁ ପରିମାଣରେ ରହିଛି । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ।
୨,ଆପଣଙ୍କ ଗଳାରେ କଷ୍ଟ ହେଉଥିଲେ ବା ଥଣ୍ଡା ଯୋଗୁ ଆପଣ ଠିକ୍‌ରେ କଥା କହି ପାରୁନଥିଲେ ତେନ୍ତୁଳି ପାଣି ପିଅନ୍ତୁ। ଏହା ଆପଣଙ୍କୁ ଆରାମ ଦେବ।
୩, ଆପଣଙ୍କୁ ଥଣ୍ଡା ହୋଇଥିଲେ ଆଉ ଗୋଟେ ଉପାୟରେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ। ଗୋଟେ ଗ୍ଲାସ୍‌ ଉଷୁମ ପାଣିରେ ଗୋଟେ ଚାମଚ ତେନ୍ତୁଳି ରସ ପକାଇ ପିଇଲେ ଆପଣ ଥଣ୍ଡାରୁ ଉପଷମ ପାଇ ପାରିବେ।

publive-image

୪,ଆପଣଙ୍କୁ ଯଦି ଭୋକ ଲାଗୁନାହିଁ ତାହାଲେ ଆପଣ ତେନ୍ତୁଳି ରସରେ କଲା ଲୁଣ ମିଶାଇ କିଛି ଦିନ ପିଅନ୍ତୁ। ଏହା କଲେ ଆପଣଙ୍କୁ ଠିକ୍‌ ସମୟରେ ଭୋକ ଲାଗିବ।
୫, ହଜମ  ହେଉ ନ ଥିଲେ ଏହା ମଧ୍ୟ ଆପଣ ଖାଇଥିବା ଖାଦ୍ୟକୁ ହଜମ କରାଇବାରେ ସାହାଯ୍ୟ କରିବ।

publive-image

୬, ଏହା ଆମ ଶରୀରରୁ ଅନାବଶ୍ୟକ ବର୍ଯ୍ୟ ବସ୍ତୁ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେବେ ଏଥପାଇଁ ଆପଣ ଦୁଇ ଛୋଟ ଚାମଚ ତେନ୍ତୁଳି ରସ ପ୍ରତିଦିନ ଖାଆନ୍ତୁ।
୭,ଏହା ଡାଇରିଆରୁ ମଧ୍ୟ ଆରାମ ଦିଏ।

publive-image

୮, ବ୍ଲଡ୍‌ ପ୍ରେସର୍‌ ରୋଗୀଙ୍କ ପାଇଁ ମଧ୍ୟ ଏହା ଅନେକ ଉପକାରୀ ହୋଇଥାଏ। ତେନ୍ତୁଳିରେ ଥିବା ପୋଟାସିୟମ୍‌ ରକ୍ତରେ ଥିବା ସୋଡିୟମ୍‌ର ମାତ୍ରାକୁ କମ୍‌ କରି ବ୍ଲଡ୍‌ ପ୍ରେସର୍‌କୁ ନିୟନ୍ତ୍ରଣରେ ରଖିଥାଏ।
୯, ଆପଣ ଯଦି ବାହାର ଖାଦ୍ୟ ଖାଇ ପେଟରେ ଜଳା ପୋଡ଼ାର ଅନୁଭବ କରୁଛନ୍ତି ତାହାଲେ ଏହା ଆପଣଙ୍କୁ ଅନେକ ଫାଇଦା ଦେବ।
୧୦, ଏହା ଏନିମିଆରୁ ରକ୍ଷା କରିବା ସହ ନୂଆ ରକ୍ତ ତିଆରି କରିବାରେ ସାହାଯ୍ୟ କରିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe