Advertisment

ପ୍ରତିଦିନ ଖାଦ୍ୟରେ ହଳଦୀ ସାମିଲ କରି ରୁହନ୍ତୁ ନିରୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟଙ୍କ ରୋଷେଇ ଘରେ ହଳଦୀ ଏକ ମୁଖ୍ୟ ମସଲା ରୂପେ କାହିଁ କେଉଁ କାଳରୁ ସ୍ଥାନ ପାଇଛି। ଏହା ଏକ ଆର୍ୟୁବେଦିକ ଔଷଧ ହୋଇଥିବା ବେଳେ ବହୁ ପ୍ରକାର ରୋଗରୁ ରକ୍ଷା କରିଥାଏ। ହଳଦୀ ଖାଇବା ଦ୍ୱାରା ଶରୀର ଏବଂ ମସ୍ତିଷ୍କ ସୁସ୍ଥ ରହିଥାଏ। ଏହା ହୃଦୟ ପାଇଁ ମଧ୍ୟ ଭଲ ହୋଇଥାଏ। ତାହାଲେ ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କଲେ ଆଉ କ’ଣ ସବୁ ଲାଭ ମିଳିଥାଏ। ବଦହଜମି ସମସ୍ୟା ରୁହେ ନାହିଁ […]

ଅଦ୍ୟତନ ହୋଇଛି
ପ୍ରତିଦିନ ଖାଦ୍ୟରେ ହଳଦୀ ସାମିଲ କରି ରୁହନ୍ତୁ ନିରୋଗ

h41

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟଙ୍କ ରୋଷେଇ ଘରେ ହଳଦୀ ଏକ ମୁଖ୍ୟ ମସଲା ରୂପେ କାହିଁ କେଉଁ କାଳରୁ ସ୍ଥାନ ପାଇଛି। ଏହା ଏକ ଆର୍ୟୁବେଦିକ ଔଷଧ ହୋଇଥିବା ବେଳେ ବହୁ ପ୍ରକାର ରୋଗରୁ ରକ୍ଷା କରିଥାଏ। ହଳଦୀ ଖାଇବା ଦ୍ୱାରା ଶରୀର ଏବଂ ମସ୍ତିଷ୍କ ସୁସ୍ଥ ରହିଥାଏ। ଏହା ହୃଦୟ ପାଇଁ ମଧ୍ୟ ଭଲ ହୋଇଥାଏ। ତାହାଲେ ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କଲେ ଆଉ କ’ଣ ସବୁ ଲାଭ ମିଳିଥାଏ।

Advertisment

ବଦହଜମି ସମସ୍ୟା ରୁହେ ନାହିଁ

ଆପଣ ଯଦି ବଦହଜମି ଜନିତ ସମସ୍ୟା ଭୋଗୁଛନ୍ତି, ତାହାଲେ ଏହା ଆପଣଙ୍କୁ ଅନେକ ଫାଇଦା ଦେବ। ଆୟୁର୍ବେଦିକ ରେ ଏହାକୁ ବହୁଳ ଭାବେ ବ୍ୟବହାର  କରାଯାଇଥାଏ। ହଳଦୀରେ ଆଣ୍ଟି- ଅକ୍ସିଡାଣ୍ଟ ଗୁଣ ରହିଛି। ଯାହା ବଦହଜମି ସମସ୍ୟାକୁ ଦୂର କହିଥାଏ। ଏହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ। ଏହା ଗ୍ୟାସ୍‌ ସମସ୍ୟା ମଧ୍ୟ ଦୂର କରିଥାଏ।

ତ୍ୱଚା ପାଇଁ ଉପକାରୀ

କାହିଁ କେଉଁ କାଳରୁ ତ୍ୱଚା ପାଇଁ ହଳଦୀ ବ୍ୟବହାର କରାଯାଉଛି। ଏହାକୁ ଖାଦ୍ୟରେ ବ୍ୟବହାର କରନ୍ତୁ ବା ତ୍ୱଚାରେ ଲଗାନ୍ତୁ। ଏହା ଆପଣଙ୍କୁ ସବୁପ୍ରକାର ଫାଇଦା ଦେବ। କଞ୍ଚା ହଳଦୀ ଖାଇବା ମଧ୍ୟ ତ୍ୱଚା ପାଇଁ ବହୁତ  ଲାଭଦାୟକ ହୋଇଥାଏ। ଏହା ତ୍ୱଚାକୁ ଉଜ୍ୱଳ କରିବା ସହ ଆପଣ କମ୍‌ ବୟସର ଲାଗିବେ।

Advertisment

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ

ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ ରହିଥାଏ, ଯାହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ସିଷ୍ଟମ୍‌ ମଜ୍‌ବୁତ୍‌ ହୋଇଥାଏ। ଏହା  ସଂକ୍ରମଣ ମଧ୍ୟ ହେବାକୁ ଦିଏନାହିଁ। ସବୁଦିନ ଏକ ଗ୍ଲାସ୍‌ ଗରମ କ୍ଷୀର ସହ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ପିଅନ୍ତୁ। ଏହା ସର୍ଦ୍ଦି ଏବଂ ଫ୍ଲୁ  ଭଳି ସମସ୍ୟାରୁ ମୁକ୍ତି ଦେବ।

ମସ୍ତିଷ୍କକୁ ଦେଇଥାଏ ଫାଇଦା

ହଳଦୀରେ ଥିବା Aromatic Turmerone ଗୁଣ ମସ୍ତିଷ୍କ ପାଇଁ ବହୁତ ଫାଇଦା ଦେଇଥାଏ। ଏହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ଜ୍ଞାନ ବୃଦ୍ଧି କରିଥାଏ। ଛୋଟ ପିଲାଙ୍କୁ କ୍ଷୀରରେ ହଳଦୀ  ଗୋଳାଇ ପିଇବାକୁ ଦେଲେ ସେମାନଙ୍କର ଶାରିରୀକ ଏବଂ ମାନସିକ ବିକାଶ ଭଲରେ ହୋଇଥାଏ।

ଓଜନ କମାଏ

ଆଜିକାଲି ଅନେକ ଲୋକ ଓଜନ ବଢ଼ିବା ସମସ୍ୟା ପାଇଁ ଚିନ୍ତିତ ରହୁଛନ୍ତି। ଆପଣ ହଳଦୀ ସେବନ କରି ମଧ୍ୟ ଓଜନ କମାଇ ପାରିବେ। ଏହା କେବଳ ଓଜନ କମାଇ ନଥାଏ । ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ବର୍ଷାଦିନେ ଆପଣ ଓଦା ହେଲେ ଥଣ୍ଡା ଏବଂ ସାମାନ୍ୟ ଜ୍ୱରରୁ ରକ୍ଷା ପାଇବା ପାଇଁ ହଳଦୀକୁ ପ୍ରତିଦିନ ଖାଦ୍ୟରେ ସାମିଲ୍‌ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe