Advertisment

ମକା ଦେବ କ୍ୟାନସରକୁ ମାତ୍‌, ଗୁଣ ପଢ଼ିଲେ ଆପଣ ପଡ଼ିଯିବେ ମକା ପ୍ରେମରେ

ନୂଆଦିଲ୍ଲୀ: କର୍ନ ବା ମକା ଶରୀରର ପୋଷଣ ପାଇଁ ଜରୁରୀ। ତେବେ ଆପଣ ଜାଣିଛନ୍ତି ଏଥିରେ ଭରି ରହିଛି ଅନେକ ପ୍ରକାରର ମିନେରାଲସ୍‌ । ମକା ଏପରି ଏକ ସ୍ୱାସ୍ଥ୍ୟକର ଖାଦ୍ୟ ଆପଣ ତାକୁ ବ୍ରେକ୍‌ଫାଷ୍ଟ, ଲଞ୍ଚ ଓ ଡିନର  ଖାଇ ପାରିବେ। ଶରୀରରେ ଜମା ହୋଇଥିବା ଅତିରିକ୍ତ ଫ୍ୟାଟ୍‌ ବା କୋଲେଷ୍ଟରଲ୍‌ କମ୍‌ କରିବାରେ ସାହାଯ୍ୟ କରିଥାଏ ମକା। ଏଥରେ ଥିବା ଆଣ୍ଟି ଅକ୍ସିଟେଣ୍ଟସ୍‌ ଓ ଫଲେବେନାଟ୍‌ ତତ୍ତ୍ୱ କାରଣରୁ  କ୍ୟାନସର ପରି  ମାରାତ୍ମକ ରୋଗରୁ […]

ଅଦ୍ୟତନ ହୋଇଛି
ମକା ଦେବ କ୍ୟାନସରକୁ ମାତ୍‌, ଗୁଣ ପଢ଼ିଲେ ଆପଣ ପଡ଼ିଯିବେ ମକା ପ୍ରେମରେ

corn

Advertisment

ନୂଆଦିଲ୍ଲୀ: କର୍ନ ବା ମକା ଶରୀରର ପୋଷଣ ପାଇଁ ଜରୁରୀ। ତେବେ ଆପଣ ଜାଣିଛନ୍ତି ଏଥିରେ ଭରି ରହିଛି ଅନେକ ପ୍ରକାରର ମିନେରାଲସ୍‌ । ମକା ଏପରି ଏକ ସ୍ୱାସ୍ଥ୍ୟକର ଖାଦ୍ୟ ଆପଣ ତାକୁ ବ୍ରେକ୍‌ଫାଷ୍ଟ, ଲଞ୍ଚ ଓ ଡିନର  ଖାଇ ପାରିବେ। ଶରୀରରେ ଜମା ହୋଇଥିବା ଅତିରିକ୍ତ ଫ୍ୟାଟ୍‌ ବା କୋଲେଷ୍ଟରଲ୍‌ କମ୍‌ କରିବାରେ ସାହାଯ୍ୟ କରିଥାଏ ମକା। ଏଥରେ ଥିବା ଆଣ୍ଟି ଅକ୍ସିଟେଣ୍ଟସ୍‌ ଓ ଫଲେବେନାଟ୍‌ ତତ୍ତ୍ୱ କାରଣରୁ  କ୍ୟାନସର ପରି  ମାରାତ୍ମକ ରୋଗରୁ ଆମକୁ ରକ୍ଷା କରିଥାଏ।

Advertisment

ଆସନ୍ତ ଜାଣିବା ମକାରେ କ’ଣ ସବୁ ତତ୍ତ୍ୱ ଭରି ରହିଛି।

ମକାରେ ଭିଟାମିନ୍ ସି, ବାୟୋଫ୍ଲଭିନଡ୍‌, କାରୋଟନାଇଡ୍‌ ଓ ଫାଇବର ଭରପୁର ମାତ୍ରାରେ ଭରି ରହିଛି। ଏହା କୋଲେଷ୍ଟରଲ୍‌କୁ କମ୍ କରିବା ସହ  ଧମନୀକୁ ବ୍ଳକ୍‌ ହେବାରୁ ରକ୍ଷା କରିଥାଏ। ଏଥିରେ ଥିବା ଫାଇବର କୋଲେଷ୍ଟରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

ମକା ଖାଇବା ଦ୍ୱାରା ତ୍ୱଚା ଉଜ୍ଜଳ ଦେଖାଯାଏ। ଏଥିରେ ଭିଟାମିନ୍‌ ‘ଏ’ ଓ ‘ସି’ ରହିଛି। ଏହାସହିତ ଆଣ୍ଟି-ଅକ୍ସିଟେଣ୍ଟ୍‌ ଫ୍ରି ରେଡିକଲ୍‌ରୁ ଆମକୁ ରକ୍ଷା କରି ତ୍ୱଚାରେ ଝୁରିଆ ଆଣିବାକୁ ଦିଏ ନାହିଁ।

Advertisment

ସାଧାରଣତଃ ଆମେ ହାଡ଼ ମଜଭୁତ ରଖିବା ପାଇଁ କ୍ଷୀର ଓ ଭିଟାମିନ୍‌ ‘ସି’ ଖାଇଥାଉ। କିନ୍ତୁ ମକାରେ ଥିବା ଜିନ୍‌, ଫସ୍‌ଫରସ୍, ମ୍ୟାଗନେସିୟମ୍ ଓ ଆଇରନ୍ ହାଡକୁ ଶକ୍ତ ରଖିବାରେ ସାହାଯ୍ୟ କରିଥାଏ।

ଯଦି ଆପଣଙ୍କୁ ଅନେକ ସମୟରେ ଦୁର୍ବଳ ଅନୁଭବ ଲାଗୁଥାଏ ତେବେ ମକା ଖାଆନ୍ତୁ। ମକାରେ ପ୍ରଚୁର ମାତ୍ରାରେ କାର୍ବହାଇଡ୍ରେଡ୍‌ ରହିଛି। ଯାହା ଶରୀରରେ ଶକ୍ତି ପ୍ରଦାନ କରିଥାଏ।

ମକାରେ ଆଇରନ୍ ଭରପୁର ମାତ୍ରାରେ ରହିଥିବାରୁ ଆନିମିଆରୁ ଆମକୁ ରକ୍ଷା କରିଥାଏ। ଗର୍ଭବତୀ ମହିଳାଙ୍କ ପାଇଁ ଏହା ଅତ୍ୟନ୍ତ ସ୍ୱାସ୍ଥ୍ୟକର ଖାଦ୍ୟ କୁହାଯାଇଥାଏ। ମକାରେ ଭିଟାମିନ୍ ବି ୯ ଓ ଫଲିକ୍ ଏସିଡ୍‌ ରହିଛି।

ରିପୋର୍ଟ ଓ ଫଟୋ- ନବଭାରତ ଟାଇମ୍ସ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe