‍‍ତମ୍ବା ପାତ୍ରରେ ପାଣି ପିଇବାର ସ୍ୱାସ୍ଥ୍ୟଗତ ଉପକାରିତା

ଭୁବନେଶ୍ୱର: ତମ୍ବା ପାତ୍ରରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ଏହା ତ ସମସ୍ତ ଜାଣନ୍ତି କିନ୍ତୁ ଖୁବ୍‌ କମ୍‌ ଲୋକ ଏହି ଅଭ୍ୟାସକୁ ଆପଣାଇଛନ୍ତି। ଦିନ ଦୁଇ ଦିନର ଅଭ୍ୟାସ ନୁହେଁ ଦୀର୍ଘ ଦିନ ଧରି ପିଇବା ପରେ ହିଁ ଜଣେ ଜାଣିପାରିବ ଏହାର ସ୍ୱାସ୍ଥ୍ୟଗତ ଉପକାରିତା। ବର୍ତ୍ତମାନ ବି ସମୟ ଅଛି ବିଳମ୍ବ ନ କରି ପ୍ରତିଦିନ ସକାଳୁ ତମ୍ବା ପାତ୍ରରେ ପାଣି ପିଇବାର ଅଭ୍ୟାସକୁ ଆପଣାନ୍ତୁ। ତେବେ ପାଣି ପିଇବା ଆଗରୁ ଜାଣି […]

copper-glass-water

Rakesh Mallick
  • Published: Monday, 16 January 2017
  • , Updated: 27 April 2017, 05:06 PM IST

ଭୁବନେଶ୍ୱର: ତମ୍ବା ପାତ୍ରରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ଏହା ତ ସମସ୍ତ ଜାଣନ୍ତି କିନ୍ତୁ ଖୁବ୍‌ କମ୍‌ ଲୋକ ଏହି ଅଭ୍ୟାସକୁ ଆପଣାଇଛନ୍ତି। ଦିନ ଦୁଇ ଦିନର ଅଭ୍ୟାସ ନୁହେଁ ଦୀର୍ଘ ଦିନ ଧରି ପିଇବା ପରେ ହିଁ ଜଣେ ଜାଣିପାରିବ ଏହାର ସ୍ୱାସ୍ଥ୍ୟଗତ ଉପକାରିତା। ବର୍ତ୍ତମାନ ବି ସମୟ ଅଛି ବିଳମ୍ବ ନ କରି ପ୍ରତିଦିନ ସକାଳୁ ତମ୍ବା ପାତ୍ରରେ ପାଣି ପିଇବାର ଅଭ୍ୟାସକୁ ଆପଣାନ୍ତୁ। ତେବେ ପାଣି ପିଇବା ଆଗରୁ ଜାଣି ରଖନ୍ତୁ ତମ୍ବା ପାତ୍ରରେ ପାଣି ପିଇବାର ଉପକାରିତା।

ଉପକାରିତା:

-ରାତିସାରା ତମ୍ବା ପାତ୍ରରେ ପାଣି ରଖି ଏହାକୁ ସକାଳେ ଖାଲି ପେଟରେ ପିଇବା ଦ୍ୱାରା ହଜମ ଶକ୍ତି ବଢ଼ାଏ,ଶରୀରର ଫାଟ୍‌ ମଧ୍ୟ କ୍ଷୟ ଏବଂ ବ୍ୟାକଟେରିଆ ନଷ୍ଟ କରାଏ।

- ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ହୃଦ୍‌ ପାଇଁ ଭଲ। କାରଣ ଏହା କୋଲେଷ୍ଟ୍ରଲରେ ନିୟନ୍ତ୍ରଣ ଆଣେ। ଦାନ୍ତ ଉପରେ ଜମି ଯାଉଥିବା ଜୀବାଣୁକୁ ନଷ୍ଟ କରେ ଏବଂ ରକ୍ତଚାପରେ ମଧ୍ୟ ନିୟନ୍ତ୍ରଣ ଆଣେ।

-ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ବୟସର ଛାପକୁ ଦୂରାଏ। ତମ୍ବା ପାତ୍ରରେ ପାଣି ପିଇଲେ ଏହା ଶରୀରକୁ ଆବଶ୍ୟକୀୟ ମାତ୍ରାର କପର ମିଳିଥାଏ।

-ଏହା ମସ୍ତିଷ୍କକୁ କାର୍ଯ୍ୟକ୍ଷମ କରାଏ।  ଏଥିରେ ଥିବା ଇନ୍‌ଫ୍ଲାମାଟୋରୀ ଆ‌ର୍ଥ୍ରାଇଟିସ୍‌ ସମସ୍ୟା ହେବାକୁ ଦିଏ ନାହିଁ।

 

Related story