Advertisment

ଅଧିକ ଚିନି ଦାନ୍ତକୁ କ୍ଷତି ପହଞ୍ଚାଏ

ଭୁବନେଶ୍ୱର: ଅଧିକ ଚିନି,ମଇଦା, ଅଜିନୋମଟୋ ପାଟିକୁ ସୁଆଦିଆ ତ ନିଶ୍ଚିତ ଲାଗେ ଏହା ସ୍ୱାସ୍ଥ୍ୟ ପାଇଁ ସେତିକି କ୍ଷତିକାରକ। ପ୍ରତିଦିନ ଖାଦ୍ୟରେ ଚିନିର ମାତ୍ରା କମ୍  ଏବଂ ମଇଦା ଓ ଅଜିନୋମଟୋ ଠାରୁ ଦୂରେଇ ରୁହନ୍ତୁ। କାରଣ ଏପରି ଖାଦ୍ୟର ଅଭ୍ୟାସ ଆପଣଙ୍କୁ କରିଦେବ ରୋଗଗ୍ରସ୍ତ। ଗୋଟେ ଦିନରେ ଚିନିର ମାତ୍ରା ଦୁଇ ଛୋଟ ଚାମଚ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ। ମାତ୍ରା ଏହାଠାରୁ ଅଧିକ ହେଲେ ତେବେ ଏହା ଦାନ୍ତକୁ କ୍ଷତି ପହଁଞ୍ଚାଇବା ସହ ଶରୀରକୁ […]

ଅଦ୍ୟତନ ହୋଇଛି
ଅଧିକ ଚିନି ଦାନ୍ତକୁ କ୍ଷତି ପହଞ୍ଚାଏ

gingivitis

Advertisment

ଭୁବନେଶ୍ୱର: ଅଧିକ ଚିନି,ମଇଦା, ଅଜିନୋମଟୋ ପାଟିକୁ ସୁଆଦିଆ ତ ନିଶ୍ଚିତ ଲାଗେ ଏହା ସ୍ୱାସ୍ଥ୍ୟ ପାଇଁ ସେତିକି କ୍ଷତିକାରକ। ପ୍ରତିଦିନ ଖାଦ୍ୟରେ ଚିନିର ମାତ୍ରା କମ୍  ଏବଂ ମଇଦା ଓ ଅଜିନୋମଟୋ ଠାରୁ ଦୂରେଇ ରୁହନ୍ତୁ। କାରଣ ଏପରି ଖାଦ୍ୟର ଅଭ୍ୟାସ ଆପଣଙ୍କୁ କରିଦେବ ରୋଗଗ୍ରସ୍ତ। ଗୋଟେ ଦିନରେ ଚିନିର ମାତ୍ରା ଦୁଇ ଛୋଟ ଚାମଚ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ। ମାତ୍ରା ଏହାଠାରୁ ଅଧିକ ହେଲେ ତେବେ ଏହା ଦାନ୍ତକୁ କ୍ଷତି ପହଁଞ୍ଚାଇବା ସହ ଶରୀରକୁ ମୋଟା ମଧ୍ୟ କରାଏ। ଚିନି ଯୁକ୍ତ ପାନୀୟ ପଦାର୍ଥ ଏବଂ ଜଙ୍କ ଫୁଡ୍‌ର ମଧ୍ୟ ଅଧିକ ସେବନ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ଅଧିକ ବଢ଼ାଇଦିଏ।

Advertisment

ଚିକିତ୍ସକଙ୍କ କହିବାନୁଯାୟୀ ଅଧିକ ଚିନି ସେବନ ଦ୍ୱାରା ଏହା ନିଶାରେ ପରିଣତ ହୁଏ ଏବଂ ଅଧିକତଃ ଦାନ୍ତ ଜନିତ ସମସ୍ୟା ଉପୁଜେ। ଏମ୍ସର ଦନ୍ତ ଏବଂ ଅନୁସନ୍ଧାନ ବିଭାଗର ମୁଖ୍ୟ ଡାକ୍ତର ଓ.ପି. ଖରବନ୍ଦାଙ୍କ କହିବା ମୁତାବକ, ଦେଶରେ ୮୦ ରୁ ୯୦ ଭାଗ ଲୋକମାନଙ୍କ ନିକଟରେ ମାଢ଼ି ଜନିତ ଓ ଜିଞ୍ଜବାଇଟିସ ସମସ୍ୟା ହେବାରେ ଲାଗିଛି।

ଡାକ୍ତରଙ୍କ କହିବା ମୁତାବକ, ବଜାରରେ ମିଳୁଥିବା ବିଭିନ୍ନ ରକମର ଶୀତଳ ପାନୀୟ ପାଦାର୍ଥ ହିଁ ଏହି ଦାନ୍ତ ଜିନିତ ରୋଗ ସୃଷ୍ଟି କରେ। ବାରମ୍ବାର ପିଇବା ଦ୍ୱାରା ଲୋକେ ଏହାର ଅଭ୍ୟସ୍ତ ହୋଇପଡ଼ନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe