କେଉଁ ବ୍ଲଡ ଗ୍ରୁପ୍‌ର ଲୋକେ ଚିକେନ୍‌-ମଟନ୍ ଖାଇବା ମନା

ସାଧାରଣତଃ ଆମିଷ ଖାଇବା ସମସ୍ତଙ୍କୁ ପସନ୍ଦ। ଆମିଷ ମଧ୍ୟରେ ଚିକେନ୍‌-ମଟନ୍ ଖାଇବାକୁ ଅନେକ ଲୋକେ ଭଲ ପାଆନ୍ତି। ତେବେ ପୌଷ୍ଟିକ ଏବଂ ଦାମୀ ଖାଦ୍ୟ ଖାଇବା ସତ୍ତ୍ୱେ ଅନେକଙ୍କ ସ୍ୱାସ୍ଥ୍ୟ ଭଲ ରୁହେ ନାହିଁ। ପ୍ରସିଦ୍ଧ ନେଚୁରୋପେଥୀ ଜେଡି ଆଡମ୍‌ଙ୍କ କହିବା ମୁତାବକ, ନିଜ ବ୍ଲଡ ଗ୍ରୁପ ହିସାବରେ ନିଜର ଡାଇଟ୍ ନିର୍ଦ୍ଧାରିତ କରିବା ଉଚିତ। ତେବେ ଆସନ୍ତୁ ଜାଣିବା କେଉଁ ବ୍ଲଡଗ୍ରୁପ ଧାର କ’ଣ ଖାଇପାରିବେ ଏବଂ କ’ଣ ଖାଇବା ମନା। O’ ବ୍ଲଡଗ୍ରୁପ୍‌: O’ […]

Chicken

Madhupriya Mistry
  • Published: Monday, 05 July 2021
  • , Updated: 05 July 2021, 11:48 AM IST

ସାଧାରଣତଃ ଆମିଷ ଖାଇବା ସମସ୍ତଙ୍କୁ ପସନ୍ଦ। ଆମିଷ ମଧ୍ୟରେ ଚିକେନ୍‌-ମଟନ୍ ଖାଇବାକୁ ଅନେକ ଲୋକେ ଭଲ ପାଆନ୍ତି। ତେବେ ପୌଷ୍ଟିକ ଏବଂ ଦାମୀ ଖାଦ୍ୟ ଖାଇବା ସତ୍ତ୍ୱେ ଅନେକଙ୍କ ସ୍ୱାସ୍ଥ୍ୟ ଭଲ ରୁହେ ନାହିଁ। ପ୍ରସିଦ୍ଧ ନେଚୁରୋପେଥୀ ଜେଡି ଆଡମ୍‌ଙ୍କ କହିବା ମୁତାବକ, ନିଜ ବ୍ଲଡ ଗ୍ରୁପ ହିସାବରେ ନିଜର ଡାଇଟ୍ ନିର୍ଦ୍ଧାରିତ କରିବା ଉଚିତ। ତେବେ ଆସନ୍ତୁ ଜାଣିବା କେଉଁ ବ୍ଲଡଗ୍ରୁପ ଧାର କ’ଣ ଖାଇପାରିବେ ଏବଂ କ’ଣ ଖାଇବା ମନା।

O’ ବ୍ଲଡଗ୍ରୁପ୍‌: O’ ବ୍ଲଡଗ୍ରୁପ ଧାରୀ ବ୍ୟକ୍ତିଙ୍କୁ ହାଇ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଏଥିରେ ଡାଲି, ମାଂସ, ମାଛ, ଫଳ ଆଦି ଅନେକ ଜିନିଷ ସାମିଲ ଅଛି। ନିଜ ଡାଇଟ୍‌ରେ ଚାଉଲ, ବିନ୍ସ ସମେତ ବାଦାମ ଯୁକ୍ତ ଖାଦ୍ୟାର ମାତ୍ରାର ସନ୍ତୁଳନ ବଜାୟ ରଖିବା ଉଚିତ। ଏସବୁ ଜିନିଷ ଏହି ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ ପାଇଁ ବେଶ୍ ଲାଭଦାୟୀ ହୋଇଥାଏ।

A’ ବ୍ଲଡ୍ ଗ୍ରୁପ୍: A’ ବ୍ଲଡ୍ ଗ୍ରୁପ୍ ଥିବା ଲୋକମାନେ ସବୁଜ ପନିପରିବା ବ୍ୟତୀତ ଟୋଫୁ, ସାମୁଦ୍ରିକ ଖାଦ୍ୟ ଏବଂ ବିଭିନ୍ନ ପ୍ରକାରର ଡାଲି ଯୁକ୍ତ ଖାଦ୍ୟ ନିଜ ଡାଇଟ୍‌ରେ ସାମିଲ କରିବା ଉଚିତ୍। ଏହି ଲୋକମାନେ ଅଲିଭ୍ ତେଲ, ଦୁଗ୍ଧଜାତ ଦ୍ରବ୍ୟ, ମକା ଏବଂ ସାମୁଦ୍ରିକ ଖାଦ୍ୟ ଖାଇ ପାରିବେ।

A’ ବ୍ଲଡ୍ ଗ୍ରୁପ୍ କ’ଣ ଖାଇବା ମନା: ବିଶେଷଜ୍ଞମାନେ କୁହନ୍ତି A’ ବ୍ଲଡ୍ ଗ୍ରୁପ୍ ଥିବା ଲୋକମାନଙ୍କ ଇମ୍ୟୁନ୍ ସିଷ୍ଟମ ଅତ୍ୟନ୍ତ ସମ୍ବେଦନଶୀଳ। ତେଣୁ ସେମାନେ ସେମାନଙ୍କର ଖାଦ୍ୟର ଯତ୍ନ ନେବା ଉଚିତ୍। ବିଶେଷଜ୍ଞ ମାନେ ଏପରି ଲୋକଙ୍କୁ ମାଂସ ମୁକ୍ତ ଖାଦ୍ୟ ଖାଇବାୟ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତି। ପ୍ରକୃତରେ ଏମାନଙ୍କ ଶରୀର ସହଜରେ ମାଂସ ହଜମ କରିବାରେ ସକ୍ଷମ ନୁହେଁ। ସେଥିପାଇଁ ଏହି ଲୋକଙ୍କୁ କମ୍ ଚିକେନ୍-ମଟନ୍ ଖାଇବାକୁ ପରାମର୍ଶ ଦିଆଯାଇଛି।

B’ ବ୍ଲଡ୍ ଗ୍ରୁପ୍: B’ ବ୍ଲଡ୍ ଗ୍ରୁପର ଲୋକମାନେ ଅତ୍ୟନ୍ତ ଭାଗ୍ୟବାନ ହୋଇଥାନ୍ତି। ଏମାନେ ସବୁଜ ପତ୍ରଯୁକ୍ତ ପନିପରିବା, ଫଳ, ମାଛ, ମଟନ୍ ଏବଂ ଚିକେନ୍ ସବୁକିଛି ଖାଇପାରିବେ। ଶେଷଜ୍ଞମାନେ କହିଛନ୍ତି ଯେ ଏହି ରକ୍ତ ଗୋଷ୍ଠୀର ଲୋକମାନଙ୍କର ହଜମ ପ୍ରକ୍ରିୟା ବହୁତ ଭଲ। ଯାହାଫଳରେ ସେମାନଙ୍କ ଶରୀରରେ ଚର୍ବି ଜମା ହୋଇନଥାଏ। ଏହି ଲୋକମାନେ ପ୍ରଚୁର କ୍ଷୀର ଏବଂ ସେଥିରୁ ନିର୍ମିତ ଜିନିଷ, ଅଣ୍ଡା ଇତ୍ୟାଦି ଖାଇପାରିବେ। କେବଳ ଏମାନଙ୍କ ଖାଇବା ଅଭ୍ୟାସ ସନ୍ତୁଳିତ ହେବା ଉଚିତ।

AB’ ବ୍ଲଡ୍ ଗ୍ରୁପ୍: AB’ ବ୍ଲଡ୍ ଗ୍ରୁପ୍ ବହୁତ କମ୍ ଲୋକଠାରେ ଦେଖିବାକୁ ମିଳିଥାଏ। ଯେଉଁ ଖାଦ୍ୟ ଗୁଡିକ A’ ବ୍ଲଡଗ୍ରୁପ ଏବଂ B’ ବ୍ଲଡଗ୍ରୁପଧାରୀଙ୍କୁ ଖାଇବାକୁ ମନା ହୋଇଥାଏ ସେହି ସବୁ ଜିନିଷ ଏବି’ ବ୍ଲଡଗ୍ରୁପଧାରୀମାନେ ମଧ୍ୟ ଖାଇବା ମନା। ଏବି’ ବ୍ଲଡ୍ ଗ୍ରୁପ୍ ଥିବା ଲୋକମାନେ ଅଧିକ ଫଳ ଏବଂ ପନିପରିବା ଖାଇବା ଉଚିତ୍।

Related story