Advertisment

ଜୀବନ ନେଇପାରେ ମୋମୋ, ଏମ୍ସ ଦେଲା ଚେତାବନୀ

ନୂଆଦିଲ୍ଲୀ: ଆଜି କାଲି ଅଧିକାଂଶ ଯୁବପିଢ଼ିଙ୍କ ମନପସନ୍ଦ ଫାଷ୍ଟଫୁଡ ହେଲା ମୋମୋ। ଚିକେନ୍‌, ମଟନ୍‌, ଭେଜ, ପନିର ପୁର ଦିଆ ଏହି ମୋମୋର ଚାହିଦା ଢ଼େର ରହିଛି। ଷ୍ଟିମ୍‌ ମୋମୋ ଠାରୁ ଆରମ୍ଭ କରି ଫ୍ରାଏ ମୋମ ଓ ତନ୍ଦୁରି ମୋମୋ ଯାଏ ଫାଷ୍ଟଫୁଡ ଷ୍ଟଲରେ ବିକ୍ରି ହେଉଛି। କେବଳ ସେତିକି ନୁହେଁ ଏହି ମୋମୋ ସହ ଦିଆଯାଉଥିବା ଚଟଣିର ବଜାରରେ ଢ଼େର ଡିମାଣ୍ଡ ରହିଛି। କିନ୍ତୁ ଆପଣମାନେ ଜାଣିଛନ୍ତି କି, ତେବେ ପାଟିକୁ ସୁଆଦିଆ ଲାଗୁଥିବା […]

author-image
Madhupriya Mistry
ଜୀବନ ନେଇପାରେ ମୋମୋ, ଏମ୍ସ ଦେଲା ଚେତାବନୀ

MOMO

ନୂଆଦିଲ୍ଲୀ: ଆଜି କାଲି ଅଧିକାଂଶ ଯୁବପିଢ଼ିଙ୍କ ମନପସନ୍ଦ ଫାଷ୍ଟଫୁଡ ହେଲା ମୋମୋ। ଚିକେନ୍‌, ମଟନ୍‌, ଭେଜ, ପନିର ପୁର ଦିଆ ଏହି ମୋମୋର ଚାହିଦା ଢ଼େର ରହିଛି। ଷ୍ଟିମ୍‌ ମୋମୋ ଠାରୁ ଆରମ୍ଭ କରି ଫ୍ରାଏ ମୋମ ଓ ତନ୍ଦୁରି ମୋମୋ ଯାଏ ଫାଷ୍ଟଫୁଡ ଷ୍ଟଲରେ ବିକ୍ରି ହେଉଛି। କେବଳ ସେତିକି ନୁହେଁ ଏହି ମୋମୋ ସହ ଦିଆଯାଉଥିବା ଚଟଣିର ବଜାରରେ ଢ଼େର ଡିମାଣ୍ଡ ରହିଛି। କିନ୍ତୁ ଆପଣମାନେ ଜାଣିଛନ୍ତି କି, ତେବେ ପାଟିକୁ ସୁଆଦିଆ ଲାଗୁଥିବା ଏହି ମୋମୋ ଆପଣଙ୍କ ଜୀବନ ବି ନେଇପାରେ। ନିକଟରେ ଏନେଇ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ତଥା ଏମ୍ସ ଚେତାବନୀ ଜାରି କରିଛି।

Advertisment

ନିକଟରେ ମୋମୋ ଖାଇବା ପରେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ମାମଲା ସାମ୍ନାକୁ ଆସିଛି। ଏହି ପୂରା ମାମଲାର ରିପୋର୍ଟକୁ ଏମ୍ସ ତରଫରୁ ଫରେନ୍‌ସିକ୍‌ ଇମେଜିଙ୍ଗ ଜର୍ଣ୍ଣଲରେ ପ୍ରକାଶିତ କରାଯାଇଛି।

ରିପୋର୍ଟରେ କୁହାଯାଇଛି, ବ୍ୟବଚ୍ଛେଦ ପରେ ଶ୍ୱାସନଳିରେ ମୋମୋ ଫସିଯିବା କାରଣରୁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ମାମଲା ସାମ୍ନାକୁ ଆସିବା ପରେ ଏମ୍ସ ପକ୍ଷରୁ ମୋମୋକୁ ନେଇ ଚେତାବନୀ ଜାରି କରାଯାଇଛି।

Advertisment

ମଇଦାରେ ତିଆରି ମୋମୋର ଚିକ୍କଣ ଆସ୍ତରଣ ଓ ଛୋଟ ଆକାରକୁ ଭଲଭାବେ ଚୋବାଇ ନଖାଇ ଗିଳି ଦେବା ଦ୍ୱାରା ଏଭଳି ସମସ୍ୟା ଉପୁଜିପାରେ। ଏହି ସମସ୍ୟା ଆଗକୁ ମଧ୍ୟ ବଢ଼ିପାରେ ବୋଲି ଡାକ୍ତରମାନେ କହିଛନ୍ତି। ସେଥିପାଇଁ ଗିଳିବା ପୂର୍ବରୁ ମୋମୋକୁ ଭଲ ଭାବରେ ଚୋବାଇବା ଉଚିତ୍ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।