ବାୟୁ ପ୍ରଦୂଷଣରୁ ରକ୍ଷା କରେ ଅଁଳା

ଭୁବନେଶ୍ୱର : ଶୀତଦିନେ ଅଁଳାକୁ ସୁପରଫୁଡ୍‌ ବୋଲି କୁହାଯାଇଥାଏ। ଅଁଳା ଖାଇଲେ ହାର୍ଟ, ବ୍ଲଡ୍‌ ପ୍ରେସର, ଡାଇବେଟିସ୍‌ ଓ ଶ୍ୱାସ ସମ୍ୱନ୍ଧୀୟ ରୋଗ ନିୟନ୍ତ୍ରଣ ହୋଇଥାଏ। ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଇମ୍ୟୁନିଟି ପାୱାରକୁ ବଢ଼ାଇବା ସହ ଆପଣଙ୍କ ଫୁସଫୁସ୍‌କୁ ସୁସ୍ଥ ରଖି ବାୟୁ ପ୍ରଦୂଷଣରୁ ରକ୍ଷା କରିଥାଏ। ଏଥିପାଇଁ ଅଁଳାକୁ ଆଚାର,କ୍ୟାଣ୍ଡି ଓ ଜୁସ୍‌ ଆକାରରେ ପିଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥା’ନ୍ତି। ତା’ହେଲେ ଆସନ୍ତୁ ଜାଣିବା ଅଁଳାକୁ ଶୀତଦିନେ କେତେ […]

p2

p2

Hemant Lenka
  • Published: Saturday, 28 November 2020
  • Updated: 28 November 2020, 02:15 PM IST

Sports

Latest News

ଭୁବନେଶ୍ୱର : ଶୀତଦିନେ ଅଁଳାକୁ ସୁପରଫୁଡ୍‌ ବୋଲି କୁହାଯାଇଥାଏ। ଅଁଳା ଖାଇଲେ ହାର୍ଟ, ବ୍ଲଡ୍‌ ପ୍ରେସର, ଡାଇବେଟିସ୍‌ ଓ ଶ୍ୱାସ ସମ୍ୱନ୍ଧୀୟ ରୋଗ ନିୟନ୍ତ୍ରଣ ହୋଇଥାଏ। ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଇମ୍ୟୁନିଟି ପାୱାରକୁ ବଢ଼ାଇବା ସହ ଆପଣଙ୍କ ଫୁସଫୁସ୍‌କୁ ସୁସ୍ଥ ରଖି ବାୟୁ ପ୍ରଦୂଷଣରୁ ରକ୍ଷା କରିଥାଏ। ଏଥିପାଇଁ ଅଁଳାକୁ ଆଚାର,କ୍ୟାଣ୍ଡି ଓ ଜୁସ୍‌ ଆକାରରେ ପିଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥା’ନ୍ତି। ତା’ହେଲେ ଆସନ୍ତୁ ଜାଣିବା ଅଁଳାକୁ ଶୀତଦିନେ କେତେ ମାତ୍ରାରେ ଖାଇବା ଉଚିତ ଏବଂ ଏହାକୁ ଖାଇଲେ ଶରୀରକୁ କେଉଁସବୁ ଫାଇଦା ମିଳିଥାଏ।

୧. ପ୍ରତିଦିନ ସକାଳେ ଖାଲି ପେଟରେ ଅଁଳା ଖାଇଲେ ସ୍ୱାସ୍ଥ୍ୟକୁ ଲାଭ ମିଳିଥାଏ। ଆପଣ ଚାହିଁଲେ ସକାଳେ ଦୁଇଟି ଅଁଳା ଖାଇପାରିବେ। କିନ୍ତୁ ମନେ ରଖନ୍ତୁ ଦିନକୁ ଦୁଇଟି ଅଁଳାରୁ ଅଧିକ ଖାଆନ୍ତୁ ନାହିଁ। ଅଁଳା ପ୍ରଚୁର ମାତ୍ରାରେ ଭିଟାମିନ୍‌ ସି ଥିବାରୁ ଏହା କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି କରିଥାଏ। ଏହା ସହ ଅଁଳା ଖାଇଲେ ସଠିକ୍‌ ମାତ୍ରାରେ ପାଣି ପିଅନ୍ତୁ।

୨. ଅଁଳାରେ ଥିବା ଆଣ୍ଟି-କ୍ୟାନସର ଓ ଆଣ୍ଟି-ଅକ୍ସିଡାଣ୍ଟ ଶରୀରରେ କ୍ୟାନସର ସେଲ୍‌କୁ ନିୟନ୍ତ୍ରଣ କରିଥାଏ। ଆହୁରି ମଧ୍ୟ ଅଁଳା କୋଲେଷ୍ଟ୍ରଲକୁ କମ୍‌ କରୁଥିବାରୁ ହାର୍ଟ ଆଟାକ୍‌ର ଆଶଙ୍କା କମ୍‌ ରହିଥାଏ।

୩. ଅଁଳାରେ ଥିବା ଭିଟାମିନ୍‌ ଏ ତ୍ୱଚାକୁ କୋମଳ ରଖିବା ସହ ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇଥାଏ। ସେହିପରି ଅଁଳାକୁ ଖାଲି ପେଟରେ ଖାଇଲେ ଶରୀରରେ କୋଲୋଜୋନ୍‌ର ବୃଦ୍ଧି କମ୍‌ ହୋଇଥାଏ। କୋଲୋଜୋନ୍‌ ଆମ ଶରୀରରେ ତ୍ୱଚାକୁ ସୁନ୍ଦର ରଖିବାର କାର୍ଯ୍ୟ କରିଥାଏ। କିନ୍ତୁ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ଅଁଳା ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

୪. ଅଁଳା ମସ୍ତିଷ୍କ ଓ ଶରୀରକୁ ଆରାମ ଦେବା ପାଇଁ ସାହାଯ୍ୟ କରିଥାଏ। ଏଥିପାଇଁ ଅଁଳା ପାଉଡରକୁ ମହୁ ସହ ମିଶାଇ ଖାଆନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos