Advertisment

ଡାଏବେଟିସ୍‌, ଶ୍ୱାସ ଏବଂ ରକ୍ତଚାପ ପାଇଁ ଉପକାରୀ ଅରଖ ଫୁଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅରଖ ଫୁଲର ଅନ୍ୟନାମ ଅକୋବା ବା ଆର୍କ। ଏଥିରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଛି। ଏହାର ଫୁଲ ଏବଂ ପତ୍ରକୁ ବ୍ୟବହାର କରି ଶ୍ୱାସ, ଡାଇବେଟିସ୍‌, କୁଷ୍ଠ ଓ ପାଇଲ୍‌ସ ପରି ରୋଗକୁ ଭଲ କରା ଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହା ଦ୍ୱାରା ଶରୀରରେ ଆଲର୍ଜି ଏବଂ କୁଣ୍ଡାଇ ହେବା ସମସ୍ୟା ଦୂର ହୋଇଥାଏ। ବିଷବୃକ୍ଷ ହୋଇଥିଲେ ମଧ୍ୟ ଏହି ଗଛର ଅନେକ ଗୁଣ ରହିଛି। ଏହା ବ୍ୟତୀତ […]

ଅଦ୍ୟତନ ହୋଇଛି
ଡାଏବେଟିସ୍‌, ଶ୍ୱାସ ଏବଂ ରକ୍ତଚାପ ପାଇଁ ଉପକାରୀ ଅରଖ ଫୁଲ

dudura

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅରଖ ଫୁଲର ଅନ୍ୟନାମ ଅକୋବା ବା ଆର୍କ। ଏଥିରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଛି। ଏହାର ଫୁଲ ଏବଂ ପତ୍ରକୁ ବ୍ୟବହାର କରି ଶ୍ୱାସ, ଡାଇବେଟିସ୍‌, କୁଷ୍ଠ ଓ ପାଇଲ୍‌ସ ପରି ରୋଗକୁ ଭଲ କରା ଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Advertisment

Calotropis_giganteaଏହା ଦ୍ୱାରା ଶରୀରରେ ଆଲର୍ଜି ଏବଂ କୁଣ୍ଡାଇ ହେବା ସମସ୍ୟା ଦୂର ହୋଇଥାଏ। ବିଷବୃକ୍ଷ ହୋଇଥିଲେ ମଧ୍ୟ ଏହି ଗଛର ଅନେକ ଗୁଣ ରହିଛି।

ଏହା ବ୍ୟତୀତ ଆପଣଙ୍କୁ ଜଣାଥିବ, ଅରଖ ଗଛର ପୁଲ ଭଗବାନ ଶିବଙ୍କ ପାଖରେ ପୂଜା କରାଯାଇଥାଏ। ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଅରଖ ଫୁଲ ଦେଇ ଶିବଙ୍କୁ ପୂଜା କଲେ ସେ ସନ୍ତୁଷ୍ଟ ହୋଇଥାଆନ୍ତି।

Advertisment

ତେବେ ଆସନ୍ତୁ ଜାଣିବା, ଏହି ଗଛର ଫୁଲ ଓ ପତ୍ର କିପରି ବଡ଼ ବଡ଼ ରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ।

ଶ୍ୱାସ
ଅରଖ ଫୁଲକୁ ଶୁଖାଇ ଚୁନା କରି ଦିଅନ୍ତୁ।  ପ୍ରତିଦିନ ଏହି ଚୁନା ଖାଇଲେ ଶ୍ୱାସ,ଫୁସ୍‌ଫୁସ୍‌ ସମ୍ୱନ୍ଧୀୟ ରୋଗ ଏବଂ ଶରୀରରୁ ଦୁର୍ବଳତା ଦୂର ହୋଇଥାଏ।
ବ୍ଲଡ୍‌ ସୁଗର୍‌
ପ୍ରତିଦିନ ସକାଳୁ ଅରଖ ପତ୍ରକୁ ପାଦ ଦଳେ ରଖି ମୋଜା ପିନ୍ଧି ଦିଅନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହାକୁ କାଢ଼ି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ସୁଗର୍‌ ନିୟନ୍ତ୍ରଣ ହୋଇପାରିବ।
ପାଇଲ୍‌ସ

calotropisgiganteaଏହାର ପତ୍ର ଏବଂ ଡେମ୍ଫକୁ ପାଣିରେ ବତୁରାଇ ଦିଅନ୍ତୁ। ଏହି ପାଣିକୁ ପିଇଲେ ପାଇଲ୍‌ସ ସମସ୍ୟା ଦୂର ହୋଇଥାଏ।
କୁଷ୍ଠ ରୋଗ
ଅରଖ ପତ୍ରକୁ ବାଟି ସୋରିଷ ତେଲରେ ମିଶାଇ ଦିଅନ୍ତୁ। ଏହାକୁ କୁଷ୍ଠ ରୋଗ ଜନିତ ଘା’ରେ ଲଗାନ୍ତୁ। ଏପରି ନିୟମିତ କରିବା ଦ୍ୱାରା ଘା’ ଶୀଘ୍ର ଶୁଖି ଯାଇଥାଏ।
ଖଣ୍ଡିଆ ସ୍ଥାନ
jlif2519ଶରୀରରେ କୌଣସି ସ୍ଥାନରେ ଖଣ୍ଡିଆ ହୋଇଗଲେ, ସେହି ସ୍ଥାନରେ ଅରଖ ପତ୍ରକୁ ଗରମ କରି ବାନ୍ଧି ଦିଅନ୍ତୁ। ଏପରି କଲେ ଖଣ୍ଡିଆ ସ୍ଥାନରୁ ରକ୍ତ ବାହାରିବା ବନ୍ଦ ହେବା ସହିତ ଯନ୍ତ୍ରଣା ଏବଂ ଜଳାପୋଡ଼ା ମଧ୍ୟ ବନ୍ଦ ହୋଇଯିବ।
ଆଲର୍ଜି
ଶରୀରରେ ଆଲର୍ଜି ବା ଶୁଖିଯିବା କାରଣ କୁଣ୍ଡାଇ ହେବା ସମସ୍ୟାରୁ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଅରଖ ଚେରକୁ ଜାଳି ଦିଅନ୍ତୁ। ପରେ ଏହାର ଅଙ୍ଗାରକୁ ଲିମ୍ୱ ତେଲରେ ମିଶାଇ କୁଣ୍ଡାଇ ହେଉଥିବା ସ୍ଥାନରେ ଲଗାନ୍ତୁ। ଏହା ଦ୍ୱାରା କୁଣ୍ଡାଇ ହେବା ସମସ୍ୟା ଦୂର ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe