Advertisment

ଅଧିକ ଗରମ ପାଣି ପିଉଥିଲେ ସାବଧାନ, ହୋଇପାରେ ଭୟାନକ

ଅଧିକାଂଶ ଲୋକ ଶୀତ ଦିନେ ପାଣି ପିଇବା ବନ୍ଦ କରିଦିଅନ୍ତି। ଏହି ସମୟରେ, କିଛି ଲୋକ ଉଷୁମ ପାଣି ପିଇବା ଅଭ୍ୟାସ କରନ୍ତି। ଏହା ବ୍ୟତୀତ ସାମାନ୍ୟ ଥଣ୍ଡା କିମ୍ବା ଗଳା ଯନ୍ତ୍ରଣା ହେତୁ କେହି କେହି ଗରମ ପାଣି ପିଇଥାନ୍ତି। ଗରମ ପାଣି ସ୍ୱାସ୍ଥ୍ୟ ପାଇଁ ଭଲ କିନ୍ତୁ ଯଦି ଆପଣ ଅତ୍ୟଧିକ ଗରମ ପାଣି ପିଅନ୍ତି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଆସନ୍ତୁ ଜାଣିବା ଶରୀରକୁ କେଉଁ ପ୍ରକାରର କ୍ଷତି ପହଞ୍ଚାଇବ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଅଧିକ ଗରମ ପାଣି ପିଉଥିଲେ ସାବଧାନ, ହୋଇପାରେ ଭୟାନକ

hot water

ଅଧିକାଂଶ ଲୋକ ଶୀତ ଦିନେ ପାଣି ପିଇବା ବନ୍ଦ କରିଦିଅନ୍ତି। ଏହି ସମୟରେ, କିଛି ଲୋକ ଉଷୁମ ପାଣି ପିଇବା ଅଭ୍ୟାସ କରନ୍ତି। ଏହା ବ୍ୟତୀତ ସାମାନ୍ୟ ଥଣ୍ଡା କିମ୍ବା ଗଳା ଯନ୍ତ୍ରଣା ହେତୁ କେହି କେହି ଗରମ ପାଣି ପିଇଥାନ୍ତି। ଗରମ ପାଣି ସ୍ୱାସ୍ଥ୍ୟ ପାଇଁ ଭଲ କିନ୍ତୁ ଯଦି ଆପଣ ଅତ୍ୟଧିକ ଗରମ ପାଣି ପିଅନ୍ତି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଆସନ୍ତୁ ଜାଣିବା ଶରୀରକୁ କେଉଁ ପ୍ରକାରର କ୍ଷତି ପହଞ୍ଚାଇବ ଏହି ଗରମ ପାଣି।

Advertisment

- ଆବଶ୍ୟକତା ଠାରୁ ଅଧିକ ଗରମ ପାଣି ପିଇବା ଦ୍ୱାରା ଏହା ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ଉପରେ ପ୍ରଭାବ ପକାଇଥାଏ। ବହୁ ଦନ ଧରି ଗରମ ପାଣି ପିଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଉପୁଜେ। ପେଟରେ ଯନ୍ତ୍ରଣା ହେବା ପୋଡା ଜଳା କରିବା ଭଳି ସମସ୍ୟା ମଧ୍ୟ ଉପୁଜେ।

- ଅଧିକ ଗରମ ପାଣି ପିଇ ଦ୍ୱାରା କିଡ୍‌ନୀ ଖରାପ ହେବା ସମ୍ଭାବନା ଥାଏ। କିଡ୍‌ନୀ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା କାମ କରେ। କିନ୍ତୁ ଅଧିକ ଗରମ ପାଣି ପିଇବା ଦ୍ୱାରା ଡିହାଇଡ୍ରେସନ୍‌ ଭଳି ସମସ୍ୟା ଉପୁଜିପାରେ। ଏଭଳି ସ୍ଥିତିରେ ଏହାର ପ୍ରଭାବ କିଡ୍‌ନୀ ଉପରେ ପଡିଥାଏ।

Advertisment

- ଯଦି ରାତିରେ ଶୋଇବା ସମୟରେ ଗରମ ପାଣି ପିଇବାର ଅଭ୍ୟାସ ଅଛି, ତେବେ ତୁରନ୍ତ ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ । ରାତିରେ ଶୋଇବା ସମୟରେ ଗରମ ପାଣି ପିଇବା ଦ୍ୱାରା ନିଦ ନହେବା ଭଳି ସମସ୍ୟା ଉପୁଜିପାରେ। ଗରମ ପାଣି ପିଇବା ଦ୍ୱାରା ବାରମ୍ବାର ପରିସ୍ରା ଲାଗିଥାଏ। ଫଳରେ ଇଚ୍ଛା ନଥିଲେ ମଧ୍ୟ ନି ଭାଙ୍ଗିଯାଏ।

ଶୋଷ ନହେବା ବେଳେ ଆବଶ୍ୟକତା ଠାରୁ ଅଧିକ ଗରମ ପାଣି ପିଇବା ଦ୍ୱାରା ଦେହ ହାତ ଫୁଲିବା ତଥା ଯନ୍ତ୍ରଣା ମଧ୍ୟ ହୋଇପାରେ। ଏଥିପାଇଁ ଯେତେବେଳେ ଆପଣଙ୍କୁ ଶୋଷ ହେବ ସେତେବେଳେ ହିଁ ପିଇବାକୁ ଚେଷ୍ଟା କରନ୍ତି। କାରଣ ବାରମ୍ବାର ଗରମ ପାଣି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ମଧ୍ୟ ବଢ଼ିପାରେ।

ଯଦି ଆପଣଙ୍କର ଅସ୍ତ୍ରୋପଚାର ହୋଇଛି, ତେବେ ଡାକ୍ତରଙ୍କ ପରାମର୍ଶ ପରେ ଗରମ ପାଣି ପିଅନ୍ତୁ। ଡାକ୍ତର ବିନା ପରାମର୍ଶରେ ଗରମ ପାଣି ପିଅନ୍ତୁ ନାହିଁ। ଗରମ ପାଣି ଦ୍ୱାରା ଓଠ, ପାଟିର ଭିତର ଅଂଶ, ଜିଭ ଏବଂ ବେକ ପ୍ରଥମେ ପ୍ରଭାବିତ ହୋଇଥାଏ।