Advertisment

ସାବଧାନ୍! ସ୍ୱାସ୍ଥ୍ୟ ପାଇଁ ବର୍ଷା ଋତୁ ଅଧିକ ଘାତକ

କିଛି ଲୋକଙ୍କୁ ବର୍ଷା ଋତୁ ବହୁତ ପସନ୍ଦ ଆସିଥାଏ ତ କିଛି ଲୋକଙ୍କୁ ଏହା ଭଲ ଲାଗେ ନାହିଁ। ହେଲେ ଅଧିକାଂଶ ଲୋକ ଏହି ଋତୁକୁ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଥାନ୍ତି। ବର୍ଷା ଆସିବା ମାତ୍ରକେ ଥଣ୍ଡା ପବନ ଓ ଚାରିଆଡ଼େ ସବୁଜ ନଜର ଆସିଥାଏ। କିନ୍ତୁ ଏହା ସହ ଏହି ଋତୁ ବିଭିନ୍ନ ରୋଗ ମଧ୍ୟ ସାଙ୍ଗରେ ଆଣିଥାଏ। ଏହି ଋତୁରେ ଡେଙ୍ଗୁ, ମାଲେରିଆ, ଚିକେନଗୁନିଆ ଭଳି ରୋଗ ବ୍ୟାପିଥାଏ। ତେବେ କିଛି ଆୟୁର୍ବେଦିକ […]

ଅଦ୍ୟତନ ହୋଇଛି
ସାବଧାନ୍! ସ୍ୱାସ୍ଥ୍ୟ ପାଇଁ ବର୍ଷା ଋତୁ ଅଧିକ ଘାତକ

rain

Advertisment

କିଛି ଲୋକଙ୍କୁ ବର୍ଷା ଋତୁ ବହୁତ ପସନ୍ଦ ଆସିଥାଏ ତ କିଛି ଲୋକଙ୍କୁ ଏହା ଭଲ ଲାଗେ ନାହିଁ। ହେଲେ ଅଧିକାଂଶ ଲୋକ ଏହି ଋତୁକୁ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଥାନ୍ତି। ବର୍ଷା ଆସିବା ମାତ୍ରକେ ଥଣ୍ଡା ପବନ ଓ ଚାରିଆଡ଼େ ସବୁଜ ନଜର ଆସିଥାଏ। କିନ୍ତୁ ଏହା ସହ ଏହି ଋତୁ ବିଭିନ୍ନ ରୋଗ ମଧ୍ୟ ସାଙ୍ଗରେ ଆଣିଥାଏ। ଏହି ଋତୁରେ ଡେଙ୍ଗୁ, ମାଲେରିଆ, ଚିକେନଗୁନିଆ ଭଳି ରୋଗ ବ୍ୟାପିଥାଏ। ତେବେ କିଛି ଆୟୁର୍ବେଦିକ ଡାକ୍ତରଙ୍କ କହିବା ଅନୁସାରେ ବର୍ଷା ପାଗ ସବୁଠାର ଖରାପ।

Advertisment

ଆୟୁର୍ବେଦିକ ଡାକ୍ତରଙ୍କ କହିବା ଅନୁଯାୟୀ, ସବୁ ଋତୁ ଠାରୁ ବର୍ଷା ଋତୁ ଲୋକଙ୍କ ପାଇଁ ବହୁତ ଘାତକ ହୋଇଥାଏ। ଏହି ଋତୁକୁ ନେଇ ଆୟୁର୍ବେଦିକ ଡାକ୍ତର ରେଖା ରାଧାମଣି ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ଏହି ଋତୁରେ ହେଉଥିବା ରୋଗ ଏବଂ ଏହାର ଉପଚାର କଥା କରିଛନ୍ତି।

ଡାକ୍ତରଙ୍କ କହିବା ଅନୁସାରେ, ପ୍ରାୟତଃ ସବୁ ଋତୁରେ ଆମର ଶରୀର ଠିକ୍ ରହିଥାଏ, କିନ୍ତୁ ବର୍ଷା ଋତୁରେ ଶରୀରର ସନ୍ତୁଳନ ଅଧିକ ବିଗିଡ଼ି ଯାଇଥାଏ। ବର୍ଷା ଋତୁରେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଇଥାଏ। ଡାକ୍ତର ଜଣକ କହିଛନ୍ତି, ପ୍ରାୟ ସବୁ ଋତୁରେ ଆମେ ଦୋଷ ଅର୍ଥାତ୍ ବାୟୋଫିଜିକାଲ୍ ଏନର୍ଜି ରଖିଥାଉ, ଯାହା ଦ୍ୱାରା ଆମ ସ୍ୱାସ୍ଥ୍ୟ ଠିକ୍ ରହିଥାଏ। କିନ୍ତୁ ବର୍ଷା ଋତୁରେ ଏହାର ସନ୍ତୁଳନ ବିଗିଡ଼ି ଯାଇଥାଏ, ଯେଉଁ କାରଣରୁ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ। ଯେତେବେଳେ ଶରୀରରେ ଥିବା ଦୋଷ ଅର୍ଥାତ୍ ବାତ, ପିତ୍ତ ଓ କଫର ସନ୍ତୁଳତ ବିଗିଡ଼ି ଯାଏ, ଏହା ପରସ୍ପର ବିରୋଧରେ ଲଢ଼ନ୍ତି ଏବଂ ଏହା ଦ୍ୱାରା ଆମକୁ କ୍ରୋନିକ୍ ଡିଜିଜର ସମସ୍ୟା ହୋଇଥାଏ। ତେବେ କ୍ରୋନିକ୍ ଡିଜିଜକୁ ରକ୍ଷା ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ପଞ୍ଚକର୍ମ, ସନ୍ତୁଳନ ଓ ହାଲୁକା ଆହାର ନେବା ଦରକାର ବୋଲି ଡାକ୍ତର ପରାର୍ମଶ ଦେଇଛନ୍ତି ।

Advertisment

ସୁସ୍ଥ ରହିବା ପାଇଁ ଡାକ୍ତର ଆୟୁର୍ବେଦର ପଞ୍ଚକର୍ମର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବର୍ଷା ଋତୁରେ ପଞ୍ଚକର୍ମ ଜରିଆରେ ଶରୀରର ଭିତରକୁ ସ୍ବଚ୍ଛ କରାଯାଇଥାଏ। ଏହି ଥେରାପି ଶରୀରରେ ଏକ ନୂଆ ଊର୍ଜା ଦେବାର ଏକ ଆୟୁର୍ବେଦିକ ଉପଚାର। ଏହାଦ୍ୱାରା ଶରୀରର ଦୋଷ ଅସନ୍ତୁଳିତ ହୋଇନଥାଏ। ଏହାଦ୍ୱାରା ନା କେବଳ ଶରୀର ଓ ମନ ଭିତର ବିଶୁଦ୍ଧ ହୋଇଥାଏ ବରଂ ଏହା ଶରୀରର ସଂକ୍ରମଣ ସହ ଲଢ଼ିବା ପାଇଁ ପ୍ରସ୍ତୁତ କରିଥାଏ।

ଏହି ପ୍ରକ୍ରିୟା ଶରୀରରେ ବିଷାକ୍ତ ପଦାର୍ଥକୁ ସଫା କରିବା ପାଇଁ ବ୍ୟବହୃତ କରାଯାଇଥାଏ। ଆୟୁର୍ବେଦ କହେ ଯେ ଅସନ୍ତୁଳିତ ଦୋଷ ଶରୀରରେ ସମସ୍ତ ପ୍ରକାରର ବିଷାକ୍ତ ପଦାର୍ଥ ସୃଷ୍ଟି କରିଥାଏ, ତେଣୁ ପଞ୍ଚକର୍ମ ଏଥିପାଇଁ ସର୍ବୋତ୍ତମ ଥେରାପି। ବର୍ଷାରେ ଦୋଷ ଅସନ୍ତୁଳନ ହେବା ଦ୍ୱାରା ଆମକୁ ହଜମ ସମ୍ବନ୍ଧିତ ସମସ୍ୟା ହୋଇଥାଏ ଏବଂ ଶାରୀରିକ ଦୁର୍ବଳତା ମଧ୍ୟ ଲାଗିଥାଏ।

ସୂଚନାଯୋଗ୍ୟ, ଆୟୁର୍ବେଦ ଅନୁସାରେ କଫ ଦୋଷରେ ୨୮ ରୋଗ, ପିତ୍ତ ରୋଗରେ ୪୦ ରୋଗ, ବାତ ଦୋଷରେ ୮୦ ପ୍ରକାରର ରୋଗ ରହିଥାଏ। ଏଥିପାଇଁ ଆୟୁର୍ବେଦରେ ବାତ, ପିତ୍ତ ଓ କଫ ଆଦି ତ୍ରିଦୋଷକୁ ସନ୍ତୁଳିତ ରଖିବା ପାଇଁ ଆମକୁ ନିଜର ଉପଚାର ନିଜେ କରିବାକୁ ପଡ଼ିବ। ବିଶେଷକରି କୋଭିଡ୍ ଭଳି ମହାମାରୀ ସମୟରେ ଏସବୁକୁ ଧ୍ୟାନ ରଖିବା ଦରକାର।

ଡାକ୍ତର ରେଖା କହିଛନ୍ତି ଯେ ବର୍ଷା ଋତୁରେ ଅତ୍ୟଧିକ କାମ କରିବାରୁ ଦୂରେଇ ରହିବା ଦରକାର। ଯଦି ଏହି ଋତୁରେ ମଧ୍ୟମ ଧରଣର ବ୍ୟାୟାମ ଜାରି ରଖନ୍ତି, ତାହେଲେ ଏହା ଭଲ ହେବ। ଏଥିରେ ଆପଣ ଯୋଗର ସାହାଯ୍ୟ ମଧ୍ୟ ନେଇପାରିବେ।

Odia Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe