Advertisment

ରାତିରେ ଛଅ ଘଣ୍ଟାରୁ କମ୍ ଶୋଉଛନ୍ତି କି? ସାବଧାନ! ହୋଇପାରେ କିଡ୍‌ନୀ ରୋଗ

ନୂଆଦିଲ୍ଲୀ: ରାତିରେ ଛଅ ଘଣ୍ଟାରୁ କମ୍ ସମୟ ଶୋଇଲେ କିଡ୍‌ନୀ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବଢ଼ିଯାଏ। ସେହିପରି ରାତିରେ ବାରମ୍ବାର ନିଦ ଭାଙ୍ଗି ଯାଉଥିଲେ ମଧ୍ୟ କିଡ୍‌ନୀରେ ସମସ୍ୟା ଦେଖାଯିବାର ଆଶଙ୍କା ବଢ଼ିଯାଏ। ଭାରତୀୟ ମେଡିକାଲ୍ ସଂଘ (ଆଇଏମ୍‌ଏ) ପକ୍ଷରୁ ଏହା କୁହାଯାଇଛି। ଆଇଏମ୍‌ଏ ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ କିଡ୍‌ନୀ ରୋଗରେ ପୀଡ଼ିତ ହୋଇଥାଆନ୍ତି ସେମାନଙ୍କର ଉଚ୍ଚ ରକ୍ତଚାପ, ମଧୁମେହ ଓ ମୋଟାପଣ ଭଳି ଅନ୍ୟାନ୍ୟ ସମସ୍ୟା ରହିଥିବା ଦେଖାଯାଏ। ତେଣୁ ଯେଉଁମାନେ ଉଚ୍ଚ […]

ଅଦ୍ୟତନ ହୋଇଛି
ରାତିରେ ଛଅ ଘଣ୍ଟାରୁ କମ୍ ଶୋଉଛନ୍ତି କି? ସାବଧାନ! ହୋଇପାରେ କିଡ୍‌ନୀ ରୋଗ
Advertisment

ନୂଆଦିଲ୍ଲୀ: ରାତିରେ ଛଅ ଘଣ୍ଟାରୁ କମ୍ ସମୟ ଶୋଇଲେ କିଡ୍‌ନୀ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବଢ଼ିଯାଏ। ସେହିପରି ରାତିରେ ବାରମ୍ବାର ନିଦ ଭାଙ୍ଗି ଯାଉଥିଲେ ମଧ୍ୟ କିଡ୍‌ନୀରେ ସମସ୍ୟା ଦେଖାଯିବାର ଆଶଙ୍କା ବଢ଼ିଯାଏ। ଭାରତୀୟ ମେଡିକାଲ୍ ସଂଘ (ଆଇଏମ୍‌ଏ) ପକ୍ଷରୁ ଏହା କୁହାଯାଇଛି।

Advertisment

ଆଇଏମ୍‌ଏ ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ କିଡ୍‌ନୀ ରୋଗରେ ପୀଡ଼ିତ ହୋଇଥାଆନ୍ତି ସେମାନଙ୍କର ଉଚ୍ଚ ରକ୍ତଚାପ, ମଧୁମେହ ଓ ମୋଟାପଣ ଭଳି ଅନ୍ୟାନ୍ୟ ସମସ୍ୟା ରହିଥିବା ଦେଖାଯାଏ। ତେଣୁ ଯେଉଁମାନେ ଉଚ୍ଚ ରକ୍ତଚାପ ଅବା ମଧୁମେହ ଭଳି ରୋଗରେ ପୀଡ଼ିତ ସେମାନେ ନିଜର କିଡ୍‌ନୀକୁ ଯାଞ୍ଚ କରାଇ ନେବା ଜରୁରୀ।

ଆଇଏମ୍‌ଏର ଅଧ୍ୟକ୍ଷ ଡାକ୍ତର କେ.କ ଅଗ୍ରୱାଲ କହିଛନ୍ତି ଯେ କିଡ୍‌ନୀ ରକ୍ତକୁ ସଫା କରେ। ରକ୍ତରେ ଥିବା ଆବର୍ଜନାକୁ ଏହା ବାହାର କରେ। ଆମ ଶରୀର ମଧ୍ୟରେ ଉତ୍ପନ୍ନ ହେଉଥିବା ଅଧିକାଂଶ ଅଦରକାରୀ ଜିନିଷକୁ ଏହା ବାହାର କରେ। କିଡ୍‌ନୀକୁ ରକ୍ତ ପ୍ରବାହ ପ୍ରଭାବିତ ହେଲେ ଏହା ଠିକ୍‌ ସେ କାମ କରେ ନାହିଁ। ଫଳରେ ଶରୀରରେ କୌଣସି ପ୍ରକାରର କ୍ଷତି ଅବା ରୋଗ ହୋଇପାରେ। କିଡ୍‌ନୀରେ ସମସ୍ୟା ବଢ଼ିଲେ ଶରୀରରୁ ଅନାବଶ୍ୟକ ତରଳ ପଦାର୍ଥ ସହିତ ଅନ୍ୟ ଆବର୍ଜନା ବାହାରି ପାରେ ନାହିଁ।

Advertisment

cartoonକିଡ୍‌ନୀ ରୋଗରୁ ବଞ୍ଚିବାକୁ ନିମ୍ନଲିଖିତ ୭ଟି କଥା ଉପରେ ଗୁରୁତ୍ୱ ଦିଅନ୍ତୁ:

  • ସବୁବେଳେ ଫିଟ୍ ଓ ସକ୍ରିୟ ରହିବାକୁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ରକ୍ତଚାପ କମ୍ ହେବ ଓ କିଡ୍‌ନୀ ସୁସ୍ଥ ରହିବ।
  • ଶରୀରରେ ରକ୍ତର ସୁଗାର ସ୍ତର ନିୟନ୍ତ୍ରଣରେ ରଖନ୍ତୁ। କାରଣ ମଧୁମେହ ରୋଗୀଙ୍କୁ କିଡ୍‌ନୀ ରୋଗ ହେବାର ଆଶଙ୍କା ଅଧିକ ଥାଏ।
  • ରକ୍ତଚାପରେ ସମସ୍ୟା ଥିଲେ ଚିକିତ୍ସା କରାନ୍ତୁ। ଏହା କିଡ୍‌ନୀକୁ ଅଧିକ କ୍ଷତି ପହଞ୍ଚାଏ।
  • ସୁଷମ ଖାଦ୍ୟ ଖାଆନ୍ତୁ ଓ ନିୟମିତ ବ୍ୟବଧାନରେ ନିଜର ଓଜନ ଯାଞ୍ଚ କରନ୍ତୁ। ଲୁଣ କମ୍ ଖାଆନ୍ତୁ।
  • ପ୍ରତିଦିନ ୧.୫ରୁ ୨ ଲିଟର ପାଣି ପିଅନ୍ତୁ। ତରଳ ପଦାର୍ଥର ସେବନ ଅଧିକ କରିବା ଦ୍ୱାରା କିଡ୍‌ନୀରୁ ସୋଡିୟମ୍, ୟୁରିଆ ଭଳି ପଦାର୍ଥ ଶରୀରୁ ବାହାରିବାରେ ସହାୟକ ହୋଇଥାଏ।
  • ସିଗାରେଟ୍ ପିଅନ୍ତୁ ନାହିଁ। ଏହା ଦ୍ୱାରା କିଡ୍‌ନୀକୁ ରକ୍ତ ପ୍ରବାହ କମି ଯାଏ।
  • ମନଇଚ୍ଛା ଔଷଧ ଖାଆନ୍ତୁ ନାହିଁ। ଉବୁପ୍ରୋଫିନ୍ ଭଳି କିଛି ଔଷଧ କିଡ୍‌ନୀ ପାଇଁ ଘାତକ ସାବ୍ୟସ୍ତ ହୋଇଥାଆନ୍ତି।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe