Advertisment

ସାବଧାନ! ଔଷଧ ସହ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ

ବ୍ୟସ୍ତବହୁଳ ଜୀବନରେ ବହୁ ଲୋକ ସ୍ୱାସ୍ଥ୍ୟର ଯତ୍ନ ଠିକ୍‌ ଭାବେ ନେଇପାରନ୍ତି ନାହିଁ।  ବ୍ୟସ୍ତ ଜୀବନଶୈଳୀ ଓ ଭୁଲ ଖାଦ୍ୟପେୟ କାରଣରୁ ଅଧିକାଂଶ ଲୋକ ରୋଗରେ ପଡ଼ନ୍ତି। ଶରୀର ଅସୁସ୍ଥ ହେଲେ ଔଷଧ ଖାଇବାକୁ ପଡ଼େ। ତେବେ ଔଷଧ ଖାଇବା ବେଳେ ଆମମାନଙ୍କ ମଧ୍ୟରୁ ଅଧିକାଂଶ ହୁଏତ ଗୋଟିଏ କଥାକୁ ବହୁତ କମ୍ ଧ୍ୟାନ ଦେଉଥିବେ। ସେଇଟି ହେଲା- ଖାଦ୍ୟ।  କିଛି ନିର୍ଦ୍ଦିଷ୍ଟ ରୋଗ ପାଇଁ ଔଷଧ ଖାଇବା ବେଳେ କିଛି ନିର୍ଦ୍ଦିଷ୍ଟ ପ୍ରକାର ଖାଦ୍ୟ ଖାଇବା […]

ସାବଧାନ! ଔଷଧ ସହ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ

pills

Advertisment

ବ୍ୟସ୍ତବହୁଳ ଜୀବନରେ ବହୁ ଲୋକ ସ୍ୱାସ୍ଥ୍ୟର ଯତ୍ନ ଠିକ୍‌ ଭାବେ ନେଇପାରନ୍ତି ନାହିଁ।  ବ୍ୟସ୍ତ ଜୀବନଶୈଳୀ ଓ ଭୁଲ ଖାଦ୍ୟପେୟ କାରଣରୁ ଅଧିକାଂଶ ଲୋକ ରୋଗରେ ପଡ଼ନ୍ତି। ଶରୀର ଅସୁସ୍ଥ ହେଲେ ଔଷଧ ଖାଇବାକୁ ପଡ଼େ। ତେବେ ଔଷଧ ଖାଇବା ବେଳେ ଆମମାନଙ୍କ ମଧ୍ୟରୁ ଅଧିକାଂଶ ହୁଏତ ଗୋଟିଏ କଥାକୁ ବହୁତ କମ୍ ଧ୍ୟାନ ଦେଉଥିବେ। ସେଇଟି ହେଲା- ଖାଦ୍ୟ।  କିଛି ନିର୍ଦ୍ଦିଷ୍ଟ ରୋଗ ପାଇଁ ଔଷଧ ଖାଇବା ବେଳେ କିଛି ନିର୍ଦ୍ଦିଷ୍ଟ ପ୍ରକାର ଖାଦ୍ୟ ଖାଇବା ଉଚିତ ନୁହେଁ। ଅର୍ଥାତ ଏହି ଔଷଧ ଖାଇବା ପୂର୍ବରୁ ଅବା ପରେ ସଙ୍ଗେ ସଙ୍ଗେ ଉକ୍ତ ଖାଦ୍ୟଗୁଡ଼ିକୁ ଖାଇବା ଠିକ୍‌ ନୁହେଁ। ଏହା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚି ଥାଏ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ରୋଗ ପାଇଁ ଔଷଧ ଖାଇବା ବେଳେ କେଉଁ ସବୁ ଖାଦ୍ୟ ଖାଇବେ ନାହିଁ।

Advertisment

ସବୁଜ ପନିପରିବା

ଶରୀରରେ କୋଲେଷ୍ଟ୍ରଲ୍‌ ପରିମାଣ ବଢ଼ିଗଲେ ରକ୍ତ ପତଳା କରିବାକୁ ଔଷଧ ଖାଇବାକୁ ପଡ଼େ। ଏହି ଔଷଧ ସହ ସବୁଜ ପନିପରିବା ଖାଆନ୍ତୁ ନାହିଁ। ଅର୍ଥାତ୍‌ ଔଷଧ ଖାଇବା ପୂର୍ବରୁ ଅବା ପରେ ସଙ୍ଗେ ସଙ୍ଗେ ଏହାକୁ ଖାଆନ୍ତୁ ନାହିଁ। ସବୁଜ ପନିପରିବାରେ ଭିଟାମିନ କେ ଅଧିକ ମାତ୍ରାରେ ଥାଏ। ତେଣୁ ରକ୍ତ ଜମାଟ ବାନ୍ଧିବାକୁ ଲାଗେ ଓ ଔଷଧର ପ୍ରଭାବ ପଡ଼େ ନାହିଁ।

ଭିଟାମିନ ସି ଯୁକ୍ତ ଆହାର

ଥଣ୍ଡା ଓ କାଶ ପାଇଁ ବ୍ୟବହାର କରାଯାଉଥିବା କଫ୍‌ ସିରପ୍ ସହ କମଳା ଲେମ୍ବୁ ଖାଇବା ଶରୀର ପାଇଁ କ୍ଷତିକାରକ। ଭିଟାମିନ ସି ଯୁକ୍ତ ଖାଦ୍ୟ  ଖାଇବାର ୨୪ ଘଣ୍ଟା ପର୍ଯ୍ୟନ୍ତ  କଫ୍‌ ସିରପ୍‌ ଖାଆନ୍ତୁ ନାହିଁ ।

Advertisment

କ୍ଷୀର ଓ କଫି

ଜ୍ୱର ହେଲେ ଆମେ ଆଣ୍ଟି ବାୟୋଟିକ୍‌  ଖାଉ। ଆଣ୍ଟି ବାୟୋଟିକ୍‌ ସହ କ୍ଷୀର ପିଇବା ଦ୍ୱାରା ସାଇଡ୍ ଇଫେକ୍ଟ ହେବାର ସମ୍ଭାବନା ଅଧିକ ରହିଛି।  ସେହିପରି କଫି ସହ ଶ୍ୱାସ ରୋଗର ଔଷଧ ଖାଆନ୍ତୁ ନାହିଁ। ଏହା ହୃଦୟ ସ୍ପନ୍ଦନକୁ ବଢାଇଦିଏ।

ମଦ

ଆପଣ ଯଦି ପେନ୍‌ କ୍ଲିଅର କିମ୍ୱା ମଧୁମେହର ଔଷଧ ଖାଉଛନ୍ତି, ତେବେ ତାହା ସହ ମଦ ପିଅନ୍ତୁ ନାହିଁ। ଏହା ଲିଭର ଉପରେ କୁପ୍ରଭାବ ପକାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe