Advertisment

ଡେଲି ଡାଏଟ୍‌ରେ ସାମିଲ କରନ୍ତୁ ଘିଅ

ସାଧାରଣତଃ ଅଧିକାଂଶ ଲୋକେ ଘିଅ ଖାଇବା ପସନ୍ଦ କରନ୍ତି। ଆଉ କେତେକଙ୍କୁ ଏହା ଜମାରୁ ବି ପସନ୍ଦ ନୁହେଁ। ସେହିପରି ଅନ୍ୟ କେତେ ଜଣ ଘିଅ ଖାଇବା ପସନ୍ଦ ଥିଲେ ମଧ୍ୟ ନିଜ ଡାଏଟ୍‌କୁ ଧ୍ୟନାରେ ରଖି ଏହାକୁ ଖାଆନ୍ତି ନାହିଁ। ଘିଅ ଖାଇଲେ ମୋଟା ହୋଇଯିବା ଭୟ ରହିଥାଏ । ଘିଅ ଖାଇବାକୁ ନେଇ ବିଭିନ୍ନ ଲୋକଙ୍କ ମନରେ ଭିନ୍ନ ଭିନ୍ନ ଧାରଣା ରହିଛି। କିନ୍ତୁ ଡେଲି ଡାଏଟ୍‌ରେ ଘିଅ ବ୍ୟବହାର କରିବା ଆମ ପାଇଁ […]

ଡେଲି ଡାଏଟ୍‌ରେ ସାମିଲ କରନ୍ତୁ ଘିଅ

Ghee

Advertisment

ସାଧାରଣତଃ ଅଧିକାଂଶ ଲୋକେ ଘିଅ ଖାଇବା ପସନ୍ଦ କରନ୍ତି। ଆଉ କେତେକଙ୍କୁ ଏହା ଜମାରୁ ବି ପସନ୍ଦ ନୁହେଁ। ସେହିପରି ଅନ୍ୟ କେତେ ଜଣ ଘିଅ ଖାଇବା ପସନ୍ଦ ଥିଲେ ମଧ୍ୟ ନିଜ ଡାଏଟ୍‌କୁ ଧ୍ୟନାରେ ରଖି ଏହାକୁ ଖାଆନ୍ତି ନାହିଁ। ଘିଅ ଖାଇଲେ ମୋଟା ହୋଇଯିବା ଭୟ ରହିଥାଏ । ଘିଅ ଖାଇବାକୁ ନେଇ ବିଭିନ୍ନ ଲୋକଙ୍କ ମନରେ ଭିନ୍ନ ଭିନ୍ନ ଧାରଣା ରହିଛି। କିନ୍ତୁ ଡେଲି ଡାଏଟ୍‌ରେ ଘିଅ ବ୍ୟବହାର କରିବା ଆମ ପାଇଁ ବେଶ ଲାଭଦାୟୀ ହୋଇପାରେ। ଆସନ୍ତୁ ଜାଣିବା କିପରି

Advertisment

ଘିଅରେ ଭଲ କୋଲେଷ୍ଟ୍ରଲ ଭରପୁର ରହିଛି, ଯାହା ଆମ ଶରୀର ପାଇଁ ନିହାତି ଜରୁରୀ। ଏଥିରେ ଭିଟାମିନ୍‌ ଏ, ଡି, ଇ ଏବଂ କେ ପ୍ରଚୁର ମାତ୍ରାରେ ରହିଛି। ଏହି ସବୁ ଭିଟାମିନ୍‌ ଶରୀରକୁ ମଜଭୁତ କରିବାରେ ସହାଯ୍ୟ କରନ୍ତି।

ପ୍ରତିଦିନ ଘିଅ ଖାଇବା ଦ୍ୱାରା ଓଜନ ବଢ଼େ ନାହିଁ ଏଥିସହ ଖରାପ କୋଲେଷ୍ଟ୍ରଲର ମାତ୍ରା ମଧ୍ୟ ଶରୀରରେ ବଢ଼େ ନାହିଁ। ନ୍ୟୁଟ୍ରିସିଅନ୍‌ ରଜୁତା ଦିବାକରଙ୍କ କହିବା ମୁତାବକ, ଘିଅ ଖାଇବା ଦ୍ୱାରା ରକ୍ତଚାପ ଏବଂ କୋଲେଷ୍ଟ୍ରଲରେ ପୀଡିତ ଲୋକଙ୍କୁ ବେଶ୍‌ ଲାଭ ମିଳିଥାଏ। ଏହା ଶରୀରର ମେଟାବଲିଜିମ୍‌କୁ ବଢ଼ାଏ। କୋଲେଷ୍ଟ୍ରଲ ନିୟନ୍ତ୍ରଣ ରଖିବାରେ ସହାୟକ ହୁଏ।

Advertisment

ପ୍ରତିଦିନ କେତେ ମାତ୍ରାରେ ଘିଅ ଖାଇବେ?

ନ୍ୟୁଟ୍ରିସିଅନ୍‌ ମୁତାବକ ପ୍ରତିଦିନ ଏକରୁ ଦୁଇ ଚାମଚ ଘିଅ ଖାଇପାରିବେ। ଆପଣ ଚାହିଁଲେ ଏହାକୁ ଭାତ କିମ୍ବା ଡାଲିରେ ମିଶାଇ ମଧ୍ୟ ସେବନ କରିପାରିବେ। ଅନେକ ଲୋକ ରୁଟି ସହ ଘିଅ ଖାଇବା ପାଇଁ ମଧ୍ୟ ପସନ୍ଦ କରନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe