Advertisment

ଏଥର ହ୍ୱିଟଗ୍ରାସ୍ ଜୁସ୍ ପିଇବା ଆରମ୍ଭ କରିଦିଅନ୍ତୁ

ଶୀତଦିନ ଆସିଲେ ଲୋକ ଜୁସ୍ ଓ ସୁପ୍ ପିଇବା ଆରମ୍ଭ କରିଦିଅନ୍ତି। ବିଶେଷ କରି ଗାଜର, ବିଟ୍, କମଳା ଆଦିର ଜୁସ୍ ପିଇବାକୁ ଲୋକେ ଅଧିକ ଭଲପାଆନ୍ତି। ହେଲେ କେବେ ହ୍ୱିଟଗ୍ରାସ୍ ଜୁସ୍ ଆପଣ ପିଇଛନ୍ତି କି? ଏହାକୁ ଖାଦ୍ୟ କିମ୍ବା ପାନୀୟ ପଦାର୍ଥରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହାକୁ ତାଜା କିମ୍ବା ଶୁଖାଇ ମଧ୍ୟ ଖାଇବାରେ ବ୍ୟବହାର କରାଯାଇଥାଏ। ତେବେ ଏହା ଗହମ ମାଲ୍ଟଠାରୁ ଭିନ୍ନ। ଗହମ ମାଲ୍ଟ ତୁଳନାରେ ହ୍ୱିଟଗ୍ରାସ ଲମ୍ବା ହୋଇଥାଏ। ପ୍ରତ୍ୟେହ […]

author-image
Pragnya Choudhury
ଏଥର ହ୍ୱିଟଗ୍ରାସ୍ ଜୁସ୍ ପିଇବା ଆରମ୍ଭ କରିଦିଅନ୍ତୁ

wheatgrass-juice

ଶୀତଦିନ ଆସିଲେ ଲୋକ ଜୁସ୍ ଓ ସୁପ୍ ପିଇବା ଆରମ୍ଭ କରିଦିଅନ୍ତି। ବିଶେଷ କରି ଗାଜର, ବିଟ୍, କମଳା ଆଦିର ଜୁସ୍ ପିଇବାକୁ ଲୋକେ ଅଧିକ ଭଲପାଆନ୍ତି। ହେଲେ କେବେ ହ୍ୱିଟଗ୍ରାସ୍ ଜୁସ୍ ଆପଣ ପିଇଛନ୍ତି କି? ଏହାକୁ ଖାଦ୍ୟ କିମ୍ବା ପାନୀୟ ପଦାର୍ଥରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହାକୁ ତାଜା କିମ୍ବା ଶୁଖାଇ ମଧ୍ୟ ଖାଇବାରେ ବ୍ୟବହାର କରାଯାଇଥାଏ। ତେବେ ଏହା ଗହମ ମାଲ୍ଟଠାରୁ ଭିନ୍ନ। ଗହମ ମାଲ୍ଟ ତୁଳନାରେ ହ୍ୱିଟଗ୍ରାସ ଲମ୍ବା ହୋଇଥାଏ। ପ୍ରତ୍ୟେହ ହ୍ୱିଟଗ୍ରାସ ଜୁସ୍ ପିଇଲେ ଅନେକ ପ୍ରକାର ରୋଗ ଦୂର ହୋଇଥାଏ। ଆସନ୍ତୁ ଜାଣିବା ହ୍ୱିଟଗ୍ରାସର ବିଭିନ୍ନ ଉପାଦେୟତା ବିଷୟରେ...

Advertisment

କଲେଷ୍ଟ୍ରାଲ୍ କମ୍ କରେ- ହ୍ୱିଟଗ୍ରାସ୍ ଜୁସ୍ କଲେଷ୍ଟ୍ରାଲ୍ କମ୍ କରିବାରେ ସାହାଯ୍ୟ କରେ। ଏହାକୁ ପିଇଲେ ହୃଦରୋଗର ଆଶଙ୍କା କମିଯାଏ। ଯଦି ଶରୀରରରେ କଲେଷ୍ଚ୍ରାଲର ମାତ୍ରା ବଢ଼ିଗଲେ, ବିଭିନ୍ନ ହୃଦରୋଗ ଏବଂ ଷ୍ଟ୍ରୋକ୍ ଆଶଙ୍କା ବଢ଼ିଯାଏ।

ବ୍ଲଡ୍ ସୁଗାରକୁ ସନ୍ତୁଳିତ କରେ- ହ୍ୱିଟଗ୍ରାସ୍ ଜୁସ୍ ବ୍ଲଡ୍ ସୁଗାର ବା ରକ୍ତରେ ଶର୍କରାର ସ୍ତରକୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ। ଆପଣ ଜାଣିଥିବେ ଶରୀରରେ ଯଦି ବ୍ଲଡ୍ ସୁଗାର ସ୍ତର ବଢ଼ିଯାଏ, ତେବେ ଏହା ଅନେକ ଗମ୍ଭୀର ସମସ୍ୟାକୁ ନିମନ୍ତ୍ରଣ କରିଥାଏ।

Advertisment

ଶରୀରକୁ ଡିଟକ୍ସ କରେ- ହ୍ୱିଟଗ୍ରାସରେ ଏଭଳି କିଛି ପୋଷକ ତତ୍ୱ ରହିଛି, ଯାହା ଶରୀରରୁ ଟକ୍ସିନ୍ ବାହାର କରିବାରେ ସମର୍ଥ। ଉଦାହରଣ ସ୍ୱରୁପ, ଏଥିରେ ଥିବା କ୍ଲୋରୋଫିଲ୍ ଶରୀରକୁ ଡିଟକ୍ସ କରିବାରେ ସାହାଯ୍ୟ କରେ। ଏହାସହ ସୁସ୍ଥ ଯକୃତ କାର୍ଯ୍ୟକଳାପକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ। ଯେତେବେଳଏ ଶରୀର ସଫା ହୋଇଯାଏ, ସେତେବେଳେ ଶରୀରର ଶକ୍ତି ବୃଦ୍ଧି ପାଇଥାଏ ଏବଂ ମଣିଷ ସୁସ୍ଥ ରୁହେ।

ହଜମକ୍ରିୟାରେ ସାହାଯ୍ୟ କରେ- ହ୍ୱିଟଗ୍ରାସରେ ଭିଟାମିନ୍-ବି, ଏମିନୋ ଏସିଡ୍ ଏବଂ କେତେକ ଏଞ୍ଜାଇମ୍ ରହିଛି। ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। ଏହା ବ୍ୟତୀତ ପ୍ରତ୍ୟକ ଦିନ ହ୍ୱିଟଗ୍ରାସ୍ ଜୁସ୍ ପିଇଲେ ରକ୍ତ ସଂଚାଳନ ଠିକ୍ ରହିଥାଏ।

Health Winter Care