ଅଳେଇଚରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ଶ୍ୱାସ ଓ ବ୍ଲଡ ପ୍ରେସର ସମସ୍ୟା ମଧ୍ୟ ଦୂର କରିଥାଏ। ଆଜିକାଲି ବ୍ଲଡ ପ୍ରେସର ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଛୋଟଠାରୁ ବଡ଼ ସମସ୍ତେ ଏଥିରେ ପଡୁଛନ୍ତି। ତେବେ ଆସନ୍ତୁ ଜାଣିବା ଅଳେଇଚ କେମିତି ବ୍ଲଡ ପ୍ରେସର ସମସ୍ୟାରୁ ମୁକ୍ତି ଦେଇଥାଏ।
୨୦୦ ଗ୍ରାମ ବଡ ଅଳେଇଚକୁ ତାଓ୍ୱାରେ ଭାଜନ୍ତୁ। ଏହା ପୋଡିହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ ଏହି ଜଳି ଯାଇଥିବା ଅଳେଇଚକୁ ପେଶି ଗୁଣ୍ଡ କରି ଏକ ଡବାରେ ରଖନ୍ତୁ। ପ୍ରତିଦିନ ସଖାଳେ ଓ ରାତିରେ ଖାଇବା ପୂର୍ବରୁ ଖାଲିପେଟରେ ୫ ଗ୍ରାମ ଅଳେଇଚ ପାଉଡର ଓ ଦୁଇ ଚାମଚ ମହୁ ମିଶାଇ ଖାଆନ୍ତୁ। ଲଗାତାର ୧୫ରୁ ୨୦ ଦିନ ଏହାକୁ ଖାଇଲେ ଆପଣଙ୍କୁ ଆଉ ବ୍ଲଡ ପ୍ରେସର ପାଇଁ କୌଣସି ପ୍ରକାରର ଔଷଧ ଖାଇବାକୁ ପଡିବ ନାହିଁ।
ଏହା ବ୍ୟତୀତ ଯଦି ଆପଣଙ୍କ ପାଟିରୁ ଦୁର୍ଗନ୍ଧ ବାହାରୁଛି ତେବେ ବଡ ଅଳେଇଚକୁ ପାଟିରେ ପକାଇ ଚୋବାଇଲେ ଏହି ସମସ୍ୟାରୁ ମୁକ୍ତି ପାଇବେ। କେବଳ ଏତିକି ନୁହେଁ, ପାଟିରେ ହୋଇଥିବା ଘାକୁ ମଧ୍ୟ ବଡ ଅଳେଇଚ ଭଲ କରିଦେଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Health
୨୪ଘଣ୍ଟା ଖୋଲା ରହିବ ‘ନିରାମୟ’ ମେଡିସିନ୍ ଷ୍ଟୋର, ବନ୍ଦ କଲେ କାର୍ଯ୍ୟାନୁଷ୍ଠାନ
ରାଜ୍ୟ ସରକାର ରୋଗୀଙ୍କୁ ମାଗଣାରେ ସମସ୍ତ ‘ନିରାମୟ’ ମେଡିସିନ୍ ଷ୍ଟୋରରେ ଔଷଧ ଯୋଗାଉଛନ୍ତି। କିନ୍ତୁ ଏହି ନିରାମୟ କେନ୍ଦ୍ରଗୁଡ଼ିକ ରାତିରେ ବନ୍ଦ ରହୁଥିବା ଓ ଆବଶ୍ୟକ ଔଷଧ ନଥିବା ଯୋଗୁ ରୋଗୀଙ୍କୁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...