Advertisment

କରୋନାରେ କେମିତି ନେବେ ନବଜାତ ଶିଶୁର ଯତ୍ନ

ଭାରତରେ ବର୍ତ୍ତମାନ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏବେବି ଲୋକ ଏହି ଭାଇରସରୁ କେମିତି ରକ୍ଷା ପାଇବେ, ସେଥିପାଇଁ ବିଭିନ୍ନ ଉପାୟ ଖୋଜିବାରେ ଲାଗିଛନ୍ତି। ସାମାଜିକ ଦୂରତା, ସାନିଟାଇଜେସନ୍‌, ହାତ ଧୋଇବା ଓ ମୁହଁରେ ମାସ୍କ ପିନ୍ଧିବା ଆଦି ପ୍ରଣାଳୀ ଦ୍ୱାରା ଲୋକଙ୍କୁ ଏହି ଭାଇରସରୁ ବଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି। ତେବେ ବଡ଼ ଲୋକେ କରୋନାରୁ ବଞ୍ଚିବା ପାଇଁ ଉପାୟ ବାହାର କରିନେଉଛନ୍ତି, କିନ୍ତୁ ଘରେ ଥିବା ନବଜାତ ଶିଶୁକୁ ଏହି […]

କରୋନାରେ କେମିତି ନେବେ ନବଜାତ ଶିଶୁର ଯତ୍ନ

new-born-baby

Advertisment

ଭାରତରେ ବର୍ତ୍ତମାନ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏବେବି ଲୋକ ଏହି ଭାଇରସରୁ କେମିତି ରକ୍ଷା ପାଇବେ, ସେଥିପାଇଁ ବିଭିନ୍ନ ଉପାୟ ଖୋଜିବାରେ ଲାଗିଛନ୍ତି। ସାମାଜିକ ଦୂରତା, ସାନିଟାଇଜେସନ୍‌, ହାତ ଧୋଇବା ଓ ମୁହଁରେ ମାସ୍କ ପିନ୍ଧିବା ଆଦି ପ୍ରଣାଳୀ ଦ୍ୱାରା ଲୋକଙ୍କୁ ଏହି ଭାଇରସରୁ ବଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି। ତେବେ ବଡ଼ ଲୋକେ କରୋନାରୁ ବଞ୍ଚିବା ପାଇଁ ଉପାୟ ବାହାର କରିନେଉଛନ୍ତି, କିନ୍ତୁ ଘରେ ଥିବା ନବଜାତ ଶିଶୁକୁ ଏହି ଭାଇରସରୁ କେମିତି ରଖିବେ ସୁରକ୍ଷିତ। ନବଜାତ ଶିଶୁ ନା ତ କରୋନା ବିଷୟରେ କିଛି ଜାଣିଛି ନା ଏଥିରୁ ରକ୍ଷା ପାଇବାର କିଛି ଉପାୟ କରିପାରିବ। ମାତାପିତା ହିଁ ନବଜାତ ଶିଶୁକୁ କରୋନାରୁ ରକ୍ଷା କରିପାରିବେ। ଆସନ୍ତୁ ଜାଣିବା ନବଜାତ ଶିଶୁକୁ କେମିତି କରୋନାରୁ ଦୂରେଇ ରଖିବେ।

Advertisment

ସ୍ତନ୍ୟପାନ ଜରୁରୀ

ନବଜାତ ଶିଶୁ ପାଇଁ ମା’ର କ୍ଷୀର ହିଁ ଏକମାତ୍ର ପୋଷଣର ଆଧାର। ଏଥିରେ ଶିଶୁକୁ ଇନଫେକସନରୁ ଲଢ଼ିବା ଓ ଇମ୍ୟୁନିଟି ବଢ଼ାଇବାରେ ସହାୟତା ମିଳିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଯଦି ସ୍ତନ୍ୟପାନ କରାଉଥିବା ମା’ଙ୍କ ଭିତରେ କରୋନାର କୌଣସି ଲକ୍ଷଣ ଦେଖାଗଲା, ତାହେଲେ ସେ ତା’ର ଶିଶୁକୁ ସ୍ତନ୍ୟପାନ କରାଇବା ବନ୍ଦ କରିବା ଜରୁରୀ ନୁହେଁ। ମା’ ମାସ୍କ ପିନ୍ଧିବା ସହ ଆବଶ୍ୟକ ସତର୍କତାର ସହ ସ୍ତନ୍ୟପାନ କରାଇପାରିବ। ଏପରିକି ବୋତଲରେ ସ୍ତନ୍ୟରୁ କ୍ଷୀର ଭରି ମଧ୍ୟ ଶିଶକୁ ଦେଇପାରିବେ।

ହାଇଜିନ୍ ଓ ସାନିଟାଇଜେସନ୍ ଗୁରୁତ୍ୱପୂର୍ଣ୍ଣ

ହାତକୁ ସାବୁନ ଓ ପାଣିରେ ପାଖାପାଖି ୨୦ ସେକେଣ୍ଡ ଧରି ଧୁଅନ୍ତୁ। ଶିଶୁ ଓ ତା’ର ବ୍ୟବହୃତ ସବୁ ଜିନିଷକୁ ହାତ ମାରିବା ପୂର୍ବରୁ ସାନିଟାଇଜରର ବ୍ୟବହାର କରନ୍ତୁ। ଦୁଇ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ମାସ୍କ ପିନ୍ଧାନ୍ତୁ ନାହିଁ, କାରଣ ଏହା ଦ୍ୱାରା ଶିଶୁଟିକୁ ନିଶ୍ୱାସ ନେବାରେ ସମସ୍ୟା ହୋଇପାରେ। ଯଦି କେହି ଘରକୁ ଆସନ୍ତି, ତାହେଲେ ପ୍ରଥମେ ସାନିଟାଇଜର କରାନ୍ତୁ।

Advertisment

ବାହାରୁ ଆସୁଥିବା ଲୋକେ ଯେପରି ମାସ୍କ ପିନ୍ଧିଥିବେ ଏବଂ ତାଙ୍କୁ ଶିଶୁଙ୍କ ପାଖକୁ ଯିବାକୁ ଦିଅନ୍ତୁ ନାହିଁ। ଶିଶୁ ପାଇଁ ବେବି ଫୁଡ୍ ପ୍ରସ୍ତୁତ କଲା ବେଳେ ମଧ୍ୟ ସଫା-ସୁତୁରା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଏହାବ୍ୟତୀତ ସାମାଜିକ ଦୂରତାକୁ ମଧ୍ୟ ଅନୁସରଣ କରନ୍ତୁ। ଘରକୁ ଯଦି କେହି ବନ୍ଧୁ କିମ୍ବା ସମ୍ପର୍କୀୟ ଆସୁଛନ୍ତି, ତାହେଲେ ସେମାନଙ୍କଠାରୁ ଶିଶୁଙ୍କୁ ଦୂରେଇ ରଖନ୍ତୁ। ଏଭଳି ସ୍ଥିତିରେ ଶିଶୁଙ୍କ ପାଇଁ ସାମାଜିକ ଦୂରତା ନିହାରୀ ଜରୁରୀ।

ଉଭୟ ମାତାପିତା ପଜିଟିଭ୍ ଥିଲେ

ଯଦି ମା’ଙ୍କ ସହ ପିତା ମଧ୍ୟ କରୋନା ପଜିଟିଭ୍ ହୁଅନ୍ତି, ତାହେଲେ ଶିଶୁର ଯତ୍ନ କେମିତି ନେବେ। ଏହି ସମୟରେ ଉଭୟ ମାତାପିତାଙ୍କୁ ହିଁ ଶିଶୁଠାରୁ ଦୂରେଇ ରହିବା ଦରକାର। ଭାଇରସ ପ୍ରତିଟି ବ୍ୟକ୍ତିକୁ ଅଲଗା ଅଲଗା ଭାବେ ପ୍ରଭାବିତ କରୁଛି, ଏଥିପାଇଁ ଡାକ୍ତରଙ୍କ ସଂସ୍ପର୍ଶରେ ରହି ନିଜର ଚିକିତ୍ସା କରାନ୍ତୁ। ଶିଶୁରୋଗ ବିଶେଷଜ୍ଞ ଠାରୁ ଶିଶୁକୁ କ୍ଷୀର ପିଆଇବା କିମ୍ବା ଖାଦ୍ୟ ଖୁଆଇବାର ସୁରକ୍ଷିତ ପ୍ରଣାଳୀ ସମ୍ବନ୍ଧରେ ପଚାରି ପାରନ୍ତି।

ଯଦି ସମ୍ଭବ ତାହେଲେ ଏହି ସମୟରେ ଶିଶୁଙ୍କୁ ସମ୍ପର୍କୀୟଙ୍କ ଘରେ ରହିବାକୁ ଛାଡ଼ିପାରନ୍ତି। ଜନ୍ମ ହେଲା ପରେ ପରେ ଶିଶୁକୁ କିଛି ଟିକା ଦିଆଯାଇଥାଏ, ଯାହା ତାକୁ ରୋଗରୁ ବଞ୍ଚାଇବାର କାମ କରିଥାଏ। ନିଜ ପିଲାଙ୍କୁ ସମସ୍ତ ପ୍ରକାରର ଟିକାକରଣ କରାନ୍ତୁ। ଏହାଦ୍ୱାରା ଶିଶୁଟିର ଇମ୍ୟୁନିଟି ବଢ଼ିବ, ଯାହା ବର୍ତ୍ତମାନ ସମୟରେ ରାମବାଣ ପରି କରୁଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe