Advertisment

ତାଳି ବି ଶରୀରକୁ ରଖେ ସୁସ୍ଥ, ଜାଣନ୍ତୁ କେମିତି

ଆମେ ସାଧାରଣତଃ ଖୁସି ହେଲେ ତାଳି ମାରୁ। ଗୀତ ଓ ନାଚ କାର୍ଯ୍ୟକ୍ରମଗୁଡ଼ିକରେ ଆମେ ବାରମ୍ବାର ତାଳି ମାରୁ। କ୍ରିକେଟ୍ ଆଦି ଖେଳ ଦେଖିଲା ବେଳେ ମଧ୍ୟ ବାରମ୍ବାର ତାଳି ମାରୁ। ଆପଣ ଜାଣିଛନ୍ତି କି ତାଳି ମାରିବା ସ୍ୱାସ୍ଥ୍ୟ ପାଇଁ ଭଲ। ଏହା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳେ। ତାଳି ମାରିବା ଏକ ବ୍ୟାୟାମ ଯାହା ଶରୀରକୁ ସୁସ୍ଥ ରଖିପାରେ। ଯଦି ଆପଣ ପ୍ରତିଦିନ ୩୦ ମିନିଟ୍ ତାଳି ମାରିବେ ତା’ହେଲେ ସର୍ବଦା ସୁସ୍ଥ […]

ତାଳି ବି ଶରୀରକୁ ରଖେ ସୁସ୍ଥ, ଜାଣନ୍ତୁ କେମିତି
Advertisment

ଆମେ ସାଧାରଣତଃ ଖୁସି ହେଲେ ତାଳି ମାରୁ। ଗୀତ ଓ ନାଚ କାର୍ଯ୍ୟକ୍ରମଗୁଡ଼ିକରେ ଆମେ ବାରମ୍ବାର ତାଳି ମାରୁ। କ୍ରିକେଟ୍ ଆଦି ଖେଳ ଦେଖିଲା ବେଳେ ମଧ୍ୟ ବାରମ୍ବାର ତାଳି ମାରୁ। ଆପଣ ଜାଣିଛନ୍ତି କି ତାଳି ମାରିବା ସ୍ୱାସ୍ଥ୍ୟ ପାଇଁ ଭଲ। ଏହା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳେ। ତାଳି ମାରିବା ଏକ ବ୍ୟାୟାମ ଯାହା ଶରୀରକୁ ସୁସ୍ଥ ରଖିପାରେ। ଯଦି ଆପଣ ପ୍ରତିଦିନ ୩୦ ମିନିଟ୍ ତାଳି ମାରିବେ ତା’ହେଲେ ସର୍ବଦା ସୁସ୍ଥ ରହିପାରିବେ।

Advertisment

ଆଜିକାଲି ଅଧିକାଂଶ ଲୋକ ହୃଦ୍‌ରୋଗର ଶିକାର ହେଉଛନ୍ତି। ଯଦି ଆପଣମାନେ ଏଥିରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି ତା’ହେଲେ ପ୍ରତିଦିନ ଅଧାଘଣ୍ଟା ତାଳି ମାରନ୍ତୁ। ତାଳି ମାରିଲେ ଶରୀରରୁ କୋଲେଷ୍ଟ୍ରୋଲ୍‌ର ମାତ୍ରା ହ୍ରାସ ପାଏ। ଫଳରେ ଶରୀରରେ ରକ୍ତ ସଂଚାଳନ ଭଲ ଭାବେ ହୁଏ ଏବଂ ହୃଦ୍‌ରୋଗ ଜନିତ ଆଶଙ୍କା ହ୍ରାସ ପାଏ।

ପ୍ରଦୂଷଣ କାରଣରୁ କେଶ ଝଡ଼ିବା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଯଦି ଆପଣମାନେ ପ୍ରତିଦିନ ଅଧାଘଣ୍ଟା ଜୋର୍‌ରେ ତାଳି ମାରିବେ ତା’ହେଲେ କେଶ ଝଡ଼ିବା ବନ୍ଦ ହୋଇଯିବ। ତାଳି ମାରିଲେ କେଶ ମଜଭୁତ ହୁଏ।

Advertisment

ଦିନକୁ ଦିନ ଆପଣ ମୋଟା ହୋଇଯାଉଛନ୍ତି କି? ଏହି ସମସ୍ୟାର ମୁକ୍ତି ପାଇବା ପାଇଁ ସନ୍ତୁଳିତ ଖାଦ୍ୟ ଖାଇବା ସହ ପ୍ରତ୍ୟେକ ଦିନ ଅଧାଘଣ୍ଟା ତାଳି ମାରନ୍ତୁ। ତାଳି ମାରିଲେ ଶରୀରରେ ଜମି ରହିଥିବା ଏକ୍ସଟ୍ରା ଫ୍ୟାଟ୍‌ କମି ଯିବ ଓ ଆପଣ ମୋଟାପଣରୁ ମୁକ୍ତି ପାଇବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe