Advertisment

ବିନା ‘ଅକ୍ସିଜେନ’ରେ ବି ଘରେ ରହି ମିଳିବ ଆରାମ, ଜାଣନ୍ତୁ ଏହାର ଉପାୟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭୟାନକ ହେଉଛି ମହାମାରୀ କରୋନା। ହୁହୁ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ଦୁଇ ଦିନ ହେବ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହେଉଛି। ଏଭଳି ସ୍ଥିତିରେ ସବୁ ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇବା ସମ୍ଭବ ହେଉନି। ବିଶେଷ କରି ଅକ୍ସିଜେନର ଅଭାବ ଗୁରୁତର ସମସ୍ୟା ସୃଷ୍ଟି କରିଛି। ଏଭଳି ସ୍ଥିତିରେ ସାମାନ୍ୟ ଲକ୍ଷଣ ଥାଇ ହୋମ୍‌ କ୍ୱାରେଣ୍ଟିନରେ ଥିବା ରୋଗୀ କୃତ୍ରିମ ଅକ୍ସିଜେନ୍ ବିନା ମଧ୍ୟ ଆରାମ ପାଇ ପାରିବେ। […]

ଅଦ୍ୟତନ ହୋଇଛି
ବିନା ‘ଅକ୍ସିଜେନ’ରେ ବି ଘରେ ରହି ମିଳିବ ଆରାମ, ଜାଣନ୍ତୁ ଏହାର ଉପାୟ

Oxygen

Advertisment

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭୟାନକ ହେଉଛି ମହାମାରୀ କରୋନା। ହୁହୁ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ଦୁଇ ଦିନ ହେବ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହେଉଛି। ଏଭଳି ସ୍ଥିତିରେ ସବୁ ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇବା ସମ୍ଭବ ହେଉନି। ବିଶେଷ କରି ଅକ୍ସିଜେନର ଅଭାବ ଗୁରୁତର ସମସ୍ୟା ସୃଷ୍ଟି କରିଛି। ଏଭଳି ସ୍ଥିତିରେ ସାମାନ୍ୟ ଲକ୍ଷଣ ଥାଇ ହୋମ୍‌ କ୍ୱାରେଣ୍ଟିନରେ ଥିବା ରୋଗୀ କୃତ୍ରିମ ଅକ୍ସିଜେନ୍ ବିନା ମଧ୍ୟ ଆରାମ ପାଇ ପାରିବେ। ତେବେ କ'ଣ କରିବେ କିଭଳି ମିଳିବ ଆରମ ଆସନ୍ତୁ ଜାଣିବା।

Advertisment

କୃତ୍ରିମ ଅକ୍ସିଜେନ ବିନା ବି ଶରୀରରେ ବଢାଇ ହେବ ଅମ୍ଳଜାନ ପରିମାଣ। ଶ୍ୱାସକ୍ରିୟା ଜନିତ ସମସ୍ୟା ଥିଲେ ଅତି ସହଜ ଓ ସରଳ ଉପାୟରେ ଆରାମ ପାଇପାରିବେ କୋଭିଡ୍ ଆକ୍ରାନ୍ତ। ତେଣୁ ଆବଶ୍ୟକ ନଥିଲେ ହସ୍ପିଟାଲ ନଯାଇ ଘରେ ରହି ଚିକିତ୍ସା କରିବା ସହ ଏକ ସରଳ ଉପାୟ ଆପଣେଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର।  ଡାକ୍ତରୀ ଭାଷାରେ ଏହାକୁ ପ୍ରୋନିଂ କୁହାଯାଉଛି। ପିଠିରୁ ପେଟ ଯାଏଁ ଶରୀରର ମୁକ୍ତ ଚଳନକୁ ପ୍ରୋନିଂ କୁହାଯାଏ।

[caption id="attachment_638204" align="aligncenter" width="650"]proning proning[/caption]

Advertisment

ଉପରେ ଦିଆଯାଇଥିବା ଚିତ୍ରକୁ ଦେଖିଲେ ପ୍ରୋନିଂ କ'ଣ ସହଜରେ ବୁଝାପଡିବ।  ଏହି ଉପାୟରେ ଶୋଇବା ଦ୍ୱାରା ବାୟୁ କୋଷିକାଗୁଡିକ ଖୋଲି ଯାଆନ୍ତି। ଫଳରେ ଶରୀରରେ ଆପେ ଆପେ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ପ୍ରବେଶ କରେ ଓ ଶ୍ୱାସକ୍ରିୟାରେ ବାଧା ଥିଲେ ତାହା ଦୂର ହୋଇଥାଏ।  ତେବେ ହୃଦ୍‌ରୋଗୀ, ଗର୍ଭବତୀ ମହିଳା ଓ  ମେରୁଦଣ୍ଡରେ କଷ୍ଟ ଭୋଗୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହି ଉପାୟ ଆପଣାଇବାକୁ ବାରଣ କରାଯାଇଛି।  ସେହିଭଳି ଖାଦ୍ୟ ଖାଇବା ପରେ ବି ପ୍ରୋନିଂ ବିଧି ସଙ୍ଗତ ନୁହେଁ।  ଶରୀରରେ ଅମ୍ଳଜାନ ପରିମାଣ ୯୫ ପ୍ରତିଶତରୁ ହ୍ରାସ ପାଇଲେ ହିଁ ପ୍ରୋନିଂ କରାଯିବା ଉଚିତ୍ ବୋଲି  ଡାକ୍ତରମାନେ କହିଛନ୍ତି।

ନିରନ୍ତର ମେଡିକାଲ୍ ଅକ୍ସିଜେନ୍ ନେଲେ ହିଁ କରୋନା ରୋଗୀଙ୍କୁ ଆରାମ ମିଳିବା ଧାରଣା ଭୁଲ୍‌ ବୋଲି  କହିଛନ୍ତି ଦିଲ୍ଲୀ ଏମ୍ସ ମୁଖ୍ୟ ରଣଦୀପ ଗୁଲେରିଆ। ଆବଶ୍ୟକ ନଥିଲେ ରୋଗୀଙ୍କୁ ଅକ୍ସିଜେନ ଦିଆଯିବ ଉଚିତ୍ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ କେଉଁ ପରିସ୍ଥିତିରେ ରୋଗୀଙ୍କୁ ଅକ୍ସିଜେନ ଦରକାର ପଡେ ଆସନ୍ତୁ ଜାଣିବା।  କୌଣସି କୋଭିଡ୍ ଆକ୍ରାନ୍ତ ଯଦି ଅଣନିଶ୍ୱାସୀ ଅନୁଭବ କରୁଥିବେ ଓ ଧଇଁସଇଁ ହେଉଥିବେ ସେ କ୍ଷେତ୍ରରେ ତାଙ୍କୁ ମେଡିକାଲ୍ ଅକ୍ସିଜେନ୍ ଦିଆଯାଇପାରିବ।

ସେହିପରି ରକ୍ତରେ ଅମ୍ଳଜାନ ପରିମାଣ ୯୨ ପ୍ରତିଶତରୁ ତଳକୁ ଖସିଲେ ଅକ୍ସିଜେନ ଦିଆଯିବା ବିଧେୟ।  କୌଣସି କରୋନା ଆକ୍ରାନ୍ତଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ଥିଲେ ଓ ତରଳ ଜମିଥିଲେ ତାଙ୍କୁ ଅକ୍ସିଜେନ୍ ଦିଆଯିବା ଅତି ଜରୁରୀ।  ତେବେ ରୋଗୀ ଯଦି ଖାଲି ଅଣନିଶ୍ୱାସୀ ଅନୁଭବ କରୁଥିବେ, ମାତ୍ର ତାଙ୍କ ଶରୀରରେ ଅମ୍ଳଜାନ ସ୍ତର ଠିକ୍ ଥିବ, ସେ କ୍ଷେତ୍ରରେ ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ପଡିନଥାଏ।

Odia Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe