Advertisment

ବର୍ଷକର ପିଲାକୁ ଗାଈକ୍ଷୀର ଦେଉଛନ୍ତି କି ? ପଢ଼ନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଆପଣଙ୍କ ଶିଶୁକୁ ଗାଈ କ୍ଷୀର ପିଇବାକୁ ଦେଉଛନ୍ତି କି ? ତେବେ ଟିକିଏ ସାବଧାନ ରୁହନ୍ତୁ,ନହେଲେ ବିପଦରେ ପଡ଼ିପାରନ୍ତି। ନିକଟରେ କିଛି ଶିଶୁ ବିଶେଷଜ୍ଞଙ୍କ ଗେବେଷଣାରୁ କିଛି ଚମକେଇଲା ପରି ତଥ୍ୟ ଆସିଛି। ରିପୋର୍ଟରେ କୁହାଯାଇଛି, ଯଦି ବର୍ଷକରୁ କମ୍ ବୟସର ପିଲାଙ୍କୁ ଗାଈକ୍ଷୀର ପିଇବାକୁ ଦିଆଯାଏ.,ତେବେ ପିଲାଟିର ଦେହ ଭୀଷଣ ଖରାପ ହୋଇପାରେ। ପିଲାଟିର ଶ୍ୱାସନଳୀ ଓ ପାଚକ ତନ୍ତ୍ରରେ ଆଲର୍ଜି ହେବାର ଆଶଙ୍କା ଥାଏ।  କାରଣ ବର୍ଷକରୁ କମ୍ ବୟସର ପିଲାଟି ଗାଈ […]

ବର୍ଷକର ପିଲାକୁ ଗାଈକ୍ଷୀର ଦେଉଛନ୍ତି କି ? ପଢ଼ନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ
Advertisment

ନୂଆଦିଲ୍ଲୀ: ଆପଣଙ୍କ ଶିଶୁକୁ ଗାଈ କ୍ଷୀର ପିଇବାକୁ ଦେଉଛନ୍ତି କି ? ତେବେ ଟିକିଏ ସାବଧାନ ରୁହନ୍ତୁ,ନହେଲେ ବିପଦରେ ପଡ଼ିପାରନ୍ତି। ନିକଟରେ କିଛି ଶିଶୁ ବିଶେଷଜ୍ଞଙ୍କ ଗେବେଷଣାରୁ କିଛି ଚମକେଇଲା ପରି ତଥ୍ୟ ଆସିଛି। ରିପୋର୍ଟରେ କୁହାଯାଇଛି, ଯଦି ବର୍ଷକରୁ କମ୍ ବୟସର ପିଲାଙ୍କୁ ଗାଈକ୍ଷୀର ପିଇବାକୁ ଦିଆଯାଏ.,ତେବେ ପିଲାଟିର ଦେହ ଭୀଷଣ ଖରାପ ହୋଇପାରେ। ପିଲାଟିର ଶ୍ୱାସନଳୀ ଓ ପାଚକ ତନ୍ତ୍ରରେ ଆଲର୍ଜି ହେବାର ଆଶଙ୍କା ଥାଏ।  କାରଣ ବର୍ଷକରୁ କମ୍ ବୟସର ପିଲାଟି ଗାଈ କ୍ଷୀରରେ ଥିବା ପ୍ରୋଟିନକୁ ହଜମ କରିପାରେ ନାହିଁ । ସେଥିପାଇଁ ଏହି ଆଲର୍ଜି ହୋଇଥାଏ ବୋଲି ବିଶେଷଜ୍ଞ ଜାଣିବାକୁ ପାଇଛନ୍ତି।

Advertisment

ଅନେକ ସମୟରେ ମାଆର କ୍ଷୀର ନ ହେଲେ, କେତେକ ବାପା ମା ପିଲାର ପ୍ରୋଟିନ ଅଭାବ ପୁରଣ କରିବା ପାଇଁ ଗାଈକ୍ଷୀର ପିଇବାକୁ ଦେଇଥାନ୍ତି । ଏତେ କମ ବୟସରୁ ଛୋଟ ପିଲାଟିର ପାଚନ ପ୍ରକ୍ରିୟା ଗାଇ କ୍ଷୀରକୁ ହଜମ କରିପାରେ ନାହିଁ ।

ଏ ବିଷୟରେ ଡାନଓ୍ୱାନ ଇଣ୍ଡିଆର ହେଲ୍ଥ ଆଣ୍ଡ ନ୍ୟୁଟ୍ରିସନ୍ ସାଇନ୍ସ ବିଭାଗର ନନ୍ଦନ ଯୋଷୀ କହନ୍ତି- ଗାଈକ୍ଷୀର ଏକ ବର୍ଷ ବୟସର ପିଲାଙ୍କୁ ନ ଦେଲେ ଭଲ। କାରଣ ଏହା ଛୋଟ ଶିଶୁର ଅପରିପକ୍ୱ କିଡନି ଉପରେ ପ୍ରଭାବ ପକାଇବା ସହ ପାଚନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe