Advertisment

କାକୁଡ଼ି ଖାଉଥିଲେ ସାବଧାନ, ହୋଇପାରେ ସମସ୍ୟା

ଏବେ ଚାରିଆଡେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଗରମରୁ ବଞ୍ଚିବା ପାଇଁ ଲୋକେ ଥଣ୍ଡା ଜିନିଷ ଖାଇବାକୁ ପସନ୍ଦ କରନ୍ତି। ଖରାଦିନେ ଲୋକେ କାକୁଡ଼ି ଅଧିକମାତ୍ରାରେ ଖାଇବା ଅଧିକ ପସନ୍ଦ କରନ୍ତି। ଭିଟାମିନ ବି, ଭିଟାମିନ ସି, ଭିଟାମିନ କେ, ପୋଟାସିୟମ ଏବଂ କପର୍‌ରେ ଭରପୁର କାକୁଡ଼ି ଆମ ଶରୀରକୁ କେବଳ ହାଇଡ୍ରେଟ୍‌ ରଖିନଥାଏ ବରଂ ଅନେକ ରୋଗରୁ ମଧ୍ୟ ଦୂରେଇ ରଖିବାରେ ସହାୟକ ହୋଇଥାଏ। କିନ୍ତୁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
କାକୁଡ଼ି ଖାଉଥିଲେ ସାବଧାନ, ହୋଇପାରେ ସମସ୍ୟା

Cucumber

ଏବେ ଚାରିଆଡେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଗରମରୁ ବଞ୍ଚିବା ପାଇଁ ଲୋକେ ଥଣ୍ଡା ଜିନିଷ ଖାଇବାକୁ ପସନ୍ଦ କରନ୍ତି। ଖରାଦିନେ ଲୋକେ କାକୁଡ଼ି ଅଧିକମାତ୍ରାରେ ଖାଇବା ଅଧିକ ପସନ୍ଦ କରନ୍ତି। ଭିଟାମିନ ବି, ଭିଟାମିନ ସି, ଭିଟାମିନ କେ, ପୋଟାସିୟମ ଏବଂ କପର୍‌ରେ ଭରପୁର କାକୁଡ଼ି ଆମ ଶରୀରକୁ କେବଳ ହାଇଡ୍ରେଟ୍‌ ରଖିନଥାଏ ବରଂ ଅନେକ ରୋଗରୁ ମଧ୍ୟ ଦୂରେଇ ରଖିବାରେ ସହାୟକ ହୋଇଥାଏ। କିନ୍ତୁ କାକୁଡ଼ିର ଅଦ୍ଭୁତ ସ୍ୱାସ୍ଥ୍ୟ ଜିନିତ ଫାଇଦା ଥିବା ସତ୍ତ୍ୱେ ଏହାର ଅନେକ ସାଇଡଇଫେକ୍ଟ ମଧ୍ୟ ରହିଛି। ଯାହା ଆମ ସ୍ୱାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିପାରେ।

Advertisment

ଅଧିକ ମାତ୍ରାରେ କାକୁଡ଼ି ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଅଧିକାଂଶ ବ୍ୟକ୍ତିଙ୍କ ଥଣ୍ଡା କାଶ ସମସ୍ୟା ମଧ୍ୟ ଦେଖାଇପାରେ। ତେଣୁ ଅଧିକ କାକୁଡ଼ି ଖାଇବା ଠାରୁ ଦୂରେଇ ରହିବା ଉଚିତ। ଏଥିସହ ରାତିରେ ଠିକ୍‌ ଶୋଇବା ପୂର୍ବରୁ କାକୁଡ଼ି ଖାଇବା ଉଚିତ ନୁହେଁ। ରାତିରେ କାକୁଡ଼ି ଖାଇବା ଦ୍ୱାରା ନିଦ୍ରାହୀନତା ଦେଖାଦେଇଥାଏ।

ଯଦି ଆପଣ ପେଟ ଜନିତ ସମସ୍ୟାରେ ପୀଡିତ ତେବେ କାକୁଡ଼ି ଠାରୁ ଦୂରେଇ ରହିବା ଉଚିତ। ଏଥିରେ କୁକୁର୍ବିଟିନ ଥିବା ଯୋଗୁଁ କିଛି ଲୋକଙ୍କୁ ହଜମ କରିବାରେ ସମସ୍ୟା ହୋଇଥାଏ।

Advertisment

କାକୁଡ଼ି ଖାଇବା ବନ୍ଦ କରିଦେବାକୁ ଆମେ କହୁନି, ଏହାକୁ ସଠିକ୍‌ ସମୟ ଓ ଠିକ ମାତ୍ରାରେ ଖାଇବା ଉଚିତ। ଦିନରେ ଅତିକମ୍‌ ମାତ୍ରାରେ କାକୁଡ଼ି ଖାଇବା ଉଚିତ। ଏହା ଦ୍ୱାରା ଶରୀରକୁ କୌଣସି କ୍ଷତି ପହଞ୍ଚିବ ନାହିଁ। ଏହା ଆପଣଙ୍କୁ ହାଇଡ୍ରେଟ୍‌ ରଖିବ। ହାଡ଼ ସୁସ୍ଥ ରଖିବା ସହ ଓଜନ ମଧ୍ୟ କମ୍‌ କରିବାରେ ସହାୟକ ହେବ ବୋଲି ଡାକ୍ତରମାନେ କହିଛନ୍ତି।