Advertisment

ଅଧିକ 'ପାରାସିଟାମଲ୍‌' ଖାଉଛନ୍ତି କି? ହୋଇପାରେ ହୃଦ୍‌ଘାତ

ନୂଆଦିଲ୍ଲୀ: କରୋନା କଳାରେ ‘ପାରାସିଟାମଲ’ର ଚାହିଦା ଢ଼େର ବଢ଼ି ଯାଇଛି। ସବୁ ଥଣ୍ଡା ଜ୍ୱର ରୋଗୀ ଏବେ ପାରାସିଟାମଲ୍‌ ମେଡିସିନ୍‌କୁ ହିଁ ଖୋଜୁଛନ୍ତି।  ଗୋଡ଼ ହାତ ବିନ୍ଧା ହୋଇ ଜ୍ୱର ହେଲେ ସାଧାରଣତଃ ପାରାସିଟାମଲ ଔଷଧ ଖିଆଯାଏ। ଶରୀର ତାପମାତ୍ରା କମ୍‌ କରିବା ପାଇଁ ଏହା ବେଶ୍‌ ଉପଯୋଗୀ। ତେବେ ‘ପାରାସିଟାମଲ’ ଔଷଧର ଲଗାତର ସେବନ ହୋଇପାରେ ଘାତକ। ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ରକ୍ତଚାପ ବଢ଼ିବା ସହ ହଦୃଘାତ୍‌ ଆଶଙ୍କା ବଢ଼ିପାରେ। ‘ଦ ଟେଲିଗ୍ରାଫ’ ୟୁକେର […]

ଅଦ୍ୟତନ ହୋଇଛି
ଅଧିକ 'ପାରାସିଟାମଲ୍‌' ଖାଉଛନ୍ତି କି? ହୋଇପାରେ ହୃଦ୍‌ଘାତ

Paracitamol

Advertisment

ନୂଆଦିଲ୍ଲୀ: କରୋନା କଳାରେ 'ପାରାସିଟାମଲ'ର ଚାହିଦା ଢ଼େର ବଢ଼ି ଯାଇଛି। ସବୁ ଥଣ୍ଡା ଜ୍ୱର ରୋଗୀ ଏବେ ପାରାସିଟାମଲ୍‌ ମେଡିସିନ୍‌କୁ ହିଁ ଖୋଜୁଛନ୍ତି।  ଗୋଡ଼ ହାତ ବିନ୍ଧା ହୋଇ ଜ୍ୱର ହେଲେ ସାଧାରଣତଃ ପାରାସିଟାମଲ ଔଷଧ ଖିଆଯାଏ। ଶରୀର ତାପମାତ୍ରା କମ୍‌ କରିବା ପାଇଁ ଏହା ବେଶ୍‌ ଉପଯୋଗୀ। ତେବେ 'ପାରାସିଟାମଲ' ଔଷଧର ଲଗାତର ସେବନ ହୋଇପାରେ ଘାତକ। ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ରକ୍ତଚାପ ବଢ଼ିବା ସହ ହଦୃଘାତ୍‌ ଆଶଙ୍କା ବଢ଼ିପାରେ।

Advertisment

‘ଦ ଟେଲିଗ୍ରାଫ’ ୟୁକେର ରିପୋର୍ଟ ଅନୁଯାୟୀ, ଏଡିନବର୍ଗ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ନିକଟରେ ୧୧୦ ଜଣ ରୋଗୀଙ୍କ ଉପରେ ଅଧ୍ୟୟନ କରିଥିଲେ। ଏମାନଙ୍କୁ ଏକ ସପ୍ତାହ ଯାଏଁ ଦିନରେ ଏକ ଗ୍ରାମ ହିସାବରେ ୪ ଥର ପାରାସିଟାମଲ ଔଷଧ ଖାଇବାକୁ ଦିଆଯାଇଥିଲା। ତେବେ ୪ ଦିନ ମଧ୍ୟରେ ପରାସିଟାମଲ ଦିଆଯାଉଥିବା ରୋଗୀଙ୍କ ମଧ୍ୟରୁ ୨୦ ପ୍ରତିଶତଙ୍କ ମଧ୍ୟରେ ରକ୍ତଚାପ ବଢ଼ିଯାଇଥିବା ଦେଖିବାକୁ ମିଳିଥିଲା। ହୃଦଘାତ କିମ୍ବା ଷ୍ଟ୍ରୋକ ହେବା ସମ୍ଭାବନା ମଧ୍ୟ ୨୦ପ୍ରତିଶତ ବଢ଼ିଯାଇଥିଲା।

ଏଡିନବର୍ଗ ବିଶ୍ୱବିଦ୍ୟାଳର ପ୍ରଫେସର ଡେଭିଡ ୱେବ କହିବା ମୁତାବକ, 'ଆମେ ସର୍ବଦା ଭାବୁ ଯେ ରକ୍ତଚାପ କମାଇବା ପାଇଁ ଜଣାଶୁଣା ଆଇବୁପ୍ରୋଫେନ୍ ଭଳି ଔଷଧ ବ୍ୟବହାର ବନ୍ଦ କରିବାକୁ ଯଦି ଆମେ ରୋଗୀଙ୍କୁ ପରାମର୍ଶ ଦେବାକୁ ଚେଷ୍ଟା କରୁ, ତେବେ ପାରାସିଟାମଲ ଏକ ନିରାପଦ ବିକଳ୍ପ ହେବ। କିନ୍ତୁ ହୃଦଘାତ କିମ୍ବା ଷ୍ଟ୍ରୋକ ହେବାର ଆଶଙ୍କା ଥିବା ରୋଗୀମାନେ ପାରାସିଟାମଲ ବ୍ୟବହାର ବନ୍ଦ କରିବା ଉପରେ ଧ୍ୟାନ ଦେବା ଉଚିତ୍।'

Advertisment

ସେ ଆହୁରି କହିଛନ୍ତି, 'ଆମେ ସୁପାରିଶ କରିବୁ ଯେ କ୍ଲିନିକାଲ ବିଶେଷଜ୍ଞମାନେ ପ୍ରଥମେ ରୋଗୀଙ୍କୁ ପାରାସିଟାମୋଲର କମ୍ ଡୋଜରୁ ଆରମ୍ଭ କରନ୍ତୁ ଏବଂ ଯନ୍ତ୍ରଣାକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକତା ଠାରୁ ଅଧିକ ନ ଯାଇ ପର୍ଯ୍ୟାୟକ୍ରମେ ଏହାର ମାତ୍ରା ବୃଦ୍ଧି କରନ୍ତୁ। ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥିବ, ସେମାନଙ୍କ କ୍ଷେତ୍ରରେ ଡାକ୍ତରମାନେ ଅଧିକ ଦାୟିତ୍ୱବାନ ହୋଇ ପ୍ରଥମେ କମ୍ ଡୋଜ୍‌ର ପାରାସିଟାମଲ୍‌ ଦେବା ଉଚିତ୍‌।'

ସେହିପରି ବିଶେଷଜ୍ଞଙ୍କ କହିବା ମୁତାବକ, ଯନ୍ତ୍ରଣା ଦୂର କରିବା ପାଇଁ ଯେଉଁମାନଙ୍କର ପାରାସିଟାମଲ ଖାଇବା ନିହାତି ଜରୁରୀ, ସେମାନେ ତା' ପୂର୍ବରୁ ନିଜ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଉଚିତ। ନଚେତ୍ ଏହା ହୃଦ୍‌ଘାତର କାରଣ ହୋଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe