Advertisment

ଅଧିକ ଆପଲ ଖାଉଛନ୍ତି କି? ହୋଇପାରେ ବିପଦ

ଫଳ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ସେଓ ବା ଆପଲ୍‌ ଏଭଳି ଏକ ଫଳ, ଯାହାକୁ ଖାଇବା ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ, ବୋଲି ବିଶ୍ୱାସ। ଏଥିରେ ଫାଇଭର, ଭିଟାମିନ୍‌-ସି ଏବଂ ପୋଟାସିଅମ ସମେତ ଅନେକ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି, ଯାହା ରୋଗଠାରୁ ଆମକୁ ଦୂରେଇ ରଖେ। ତେବେ ଆପଲ ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ ହୋଇଥିବା ସତ୍ତ୍ୱେ ଏହା ବେଳେବେଳେ ବିପଦ ମଧ୍ୟ ସାଜିପାରେ। ଅତ୍ୟଧିକ ଆପଲ ଖାଇବା ହାନିକାରକ ହୋଇଥାଏ। ଜଣେ […]

author-image
Madhupriya Mistry
ଅଧିକ ଆପଲ ଖାଉଛନ୍ତି କି? ହୋଇପାରେ ବିପଦ

Apple

ଫଳ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ସେଓ ବା ଆପଲ୍‌ ଏଭଳି ଏକ ଫଳ, ଯାହାକୁ ଖାଇବା ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ, ବୋଲି ବିଶ୍ୱାସ। ଏଥିରେ ଫାଇଭର, ଭିଟାମିନ୍‌-ସି ଏବଂ ପୋଟାସିଅମ ସମେତ ଅନେକ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି, ଯାହା ରୋଗଠାରୁ ଆମକୁ ଦୂରେଇ ରଖେ। ତେବେ ଆପଲ ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ ହୋଇଥିବା ସତ୍ତ୍ୱେ ଏହା ବେଳେବେଳେ ବିପଦ ମଧ୍ୟ ସାଜିପାରେ। ଅତ୍ୟଧିକ ଆପଲ ଖାଇବା ହାନିକାରକ ହୋଇଥାଏ।

Advertisment

ଜଣେ ବ୍ୟକ୍ତି ଦିନରେ ଗୋଟିଏ କିମ୍ବା ଦୁଇଟିରୁ ଅଧିକ ଆପଲ ଖାଇବା ଉଚିତ ନୁହେଁ। ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ଆପଲ ଖାଉଛନ୍ତି ତେବେ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡିପାରେ।

ଆପଲରେ ଭରପୂର ମାତ୍ରାର ଫାଇଭର ରହିଛି, ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। କିନ୍ତୁ ଯଦି ଶରୀରକୁ ଆବଶ୍ୟକତାଠାରୁ ଅଧିକ ଫାଇଭର ମିଳେ, ତେବେ ଏହା ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ। କୋଷ୍ଠକାଠିନ୍ୟ ମଧ୍ୟ ଦେଖା ଦେଇପାରେ।

Advertisment

ଆପଲକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଶରୀରରେ ବ୍ଲଡ ସୁଗାର ମାତ୍ରା ବଢ଼ିବା ସମ୍ଭାବନା ରହିଥାଏ। କାରଣ ଏଥିରେ କାର୍ବୋହାଇଡ୍ରେଡ୍‌ ଭରପୁର ମାତ୍ରାରେ ରହିଛି।

ଆପଲ ଖାଇବା ଦ୍ୱାରା ଶରୀରକୁ ଇନ୍‌ଷ୍ଟାଣ୍ଟ ଏନର୍ଜି ମିଳଥାଏ। କିନ୍ତୁ ଏହାକୁ ଅଧିକ ସେବନ ଓଜନ ବଢ଼ିପାରେ। ଯଦି ଆପଣ ଗୋଟିଏ ସମୟରେ ଅତ୍ୟଧିକ ଆପଲ ଖାଇ ନିଅନ୍ତି ତେବେ ଏହା ଆପଣଙ୍କ ଶରୀରର ଚର୍ବି ଅଂଶ ତରଳାଇ ପାରିବ ନାହିଁ।

ଅଧିକ ସେଓ ବା ଆପଲ ଖାଇବା ଦ୍ୱାରା ଦାନ୍ତ ମଧ୍ୟ ଖରାପ ହୋଇଯାଇଥାଏ। ଏହା ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ମଧ୍ୟ ସତ। ଏହି ସମସ୍ୟାରୁ ଦୂରେଇ ରହିବା ପାଇଁ ଆପଣ ଆପଲକୁ ଅନ୍ୟ କୌଣସି ସ୍ନାକ୍ସ ଆଇଟମ୍‌ସହ ମିଶାଇ ଖାଇପାରିବେ।