ବିନା ମୋଜାରେ ଜୋତା ପିନ୍ଧୁଛନ୍ତି କି? ସାବଧାନ ଏହା ହୋଇପାରେ କାଳ

ବିନା ମୋଜାରେ ଜୋତା ପିନ୍ଧିଲେ ପାଦରୁ ଦୁର୍ଗନ୍ଧ ବାହାରେ ବୋଲି ସମସ୍ତେ ଜାଣନ୍ତି। ହେଲେ ଆପଣ ଜାଣନ୍ତି କି ବିନା ମଉଜାରେ ଜୋତା ପିନ୍ଧିଲେ ଆପଣଙ୍କ ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ? କଲେଜ ଅଫ୍ ପୋଡିୟାଟ୍ରି ଅନୁଯାୟୀ ଏହି ନୂଆ ଫ୍ୟାସନ୍ ଟ୍ରେଣ୍ଡରେ ପୁରୁଷଙ୍କୁ ଫଙ୍ଗଲ୍ ଇନ୍‌ଫେକ୍ସନ୍‌ ହୋଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ ୧୮ ରୁ ୨୫ ବର୍ଷ ବୟସର ପୁରୁଷଙ୍କ କ୍ଷେତ୍ରରେ ବିନା ମୋଜା ଏବଂ ଖରାପ ଫିଟିଂର ଜୋତା ପିନ୍ଧିବା ଦ୍ୱାରା ଅନେକ ରୋଗ […]

shoes

shoes

Rakesh Mallick
  • Published: Sunday, 15 October 2017
  • Updated: 15 October 2017, 11:57 AM IST

Sports

Latest News

ବିନା ମୋଜାରେ ଜୋତା ପିନ୍ଧିଲେ ପାଦରୁ ଦୁର୍ଗନ୍ଧ ବାହାରେ ବୋଲି ସମସ୍ତେ ଜାଣନ୍ତି। ହେଲେ ଆପଣ ଜାଣନ୍ତି କି ବିନା ମଉଜାରେ ଜୋତା ପିନ୍ଧିଲେ ଆପଣଙ୍କ ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ? କଲେଜ ଅଫ୍ ପୋଡିୟାଟ୍ରି ଅନୁଯାୟୀ ଏହି ନୂଆ ଫ୍ୟାସନ୍ ଟ୍ରେଣ୍ଡରେ ପୁରୁଷଙ୍କୁ ଫଙ୍ଗଲ୍ ଇନ୍‌ଫେକ୍ସନ୍‌ ହୋଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ ୧୮ ରୁ ୨୫ ବର୍ଷ ବୟସର ପୁରୁଷଙ୍କ କ୍ଷେତ୍ରରେ ବିନା ମୋଜା ଏବଂ ଖରାପ ଫିଟିଂର ଜୋତା ପିନ୍ଧିବା ଦ୍ୱାରା ଅନେକ ରୋଗ ଦେଖିବାକୁ ମିଳୁଛି।

ବିଷେଜ୍ଞଙ୍କ ଅନୁଯାୟୀ ସାଧାରଣତଃ ଗୋଟେ ଦିନରେ ପାଦରୁ ୩୦୦ ମିଲିଲିଟର ପାଣି ବାହାରିଥାଏ। ତେଣୁ ଏହାଠୁ ଅଧିକ ଝାଳ ବାହାରିବା ବହୁତ ଖରାପ। ଏପରି ହେବା ଦ୍ୱାରା ଆପଣଙ୍କ ପାଦରେ ଫଙ୍ଗଲ୍ ଇନ୍‌ଫେକ୍ସନ୍ ହୋଇଯିବ। ଏହା ବ୍ୟତୀତ ଦେହରୁ ଜଳୀୟ ଅଂଶର ମାତ୍ରା କମିଯିବ।

ଏସବୁ ଜାଣିବା ପରେ ବି ଯଦି ଆପଣ ବିନା ମୋଜାରେ ଜୋତା ପିନ୍ଧୁଛନ୍ତି ତା’ହେଲେ କିଛି ଟିପ୍ସ୍ ଉପରେ ଧ୍ୟାନ ଦିଅନ୍ତୁ।

. ଧ୍ୟାନ ଦିଅନ୍ତୁ ଆପଣ ଯେପରି ବହୁତ କମ୍ ସମୟ ପାଇଁ ବିନା ମୋଜାରେ ଜୋତା ପିନ୍ଧୁଛନ୍ତି।

. ଜୋତା ପିନ୍ଧିବା ପୂର୍ବରୁ ପାଦରେ ଆଣ୍ଟିପରସ୍ପ୍ରେଣ୍ଟ ସ୍ପ୍ରେ କରନ୍ତୁ।

. ଏହାଛଡ଼ା ଆପଣଙ୍କ ପାଦରେ ଯଦି ଯନ୍ତ୍ରଣା ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos