Advertisment

ବାସି ଚା' ଗରମ କରି ପିଉଛନ୍ତି କି? ହୋଇପାରେ ଘାତକ

ଅଧିକାଂଶ ଲୋକଙ୍କୁ ଚା’ ପିଇବା ଭାରି ପସନ୍ଦ। ଚା’ ବିନା ତାଙ୍କ ଦିନ ଆରମ୍ଭ ହୁଏନି। ଏପରି ଅନେକ ଅଛନ୍ତି ଯିଏକି ଦିନରେ ୩ରୁ ୪ ଥର ଚା’ ପିଇବାକୁ ଭଲ ପାଆନ୍ତି। ସେହିପରି ଅନେକ ଏଭଳି ମଧ୍ୟ ଅଛନ୍ତି ଯିଏକି ବାସି ଚା’କୁ ରଖି ଗରମ କରି କରି ପିଇଥା’ନ୍ତି। ଯଦି ଆପଣ ମଧ୍ୟ ଏଭଳି କରୁଛନ୍ତି ତେବେ ସାବଧାନ। ଆପଣଙ୍କ ଏହି ଅଭ୍ୟାସ ହୋଇପାରେ ଘାତକ। ରଖାଯାଇଥିବା ଚା’କୁ ବାରମ୍ବାର ଗରମ କରି ପିଇବା […]

ବାସି ଚା' ଗରମ କରି ପିଉଛନ୍ତି କି? ହୋଇପାରେ ଘାତକ

Tea

Advertisment

ଅଧିକାଂଶ ଲୋକଙ୍କୁ ଚା' ପିଇବା ଭାରି ପସନ୍ଦ। ଚା' ବିନା ତାଙ୍କ ଦିନ ଆରମ୍ଭ ହୁଏନି। ଏପରି ଅନେକ ଅଛନ୍ତି ଯିଏକି ଦିନରେ ୩ରୁ ୪ ଥର ଚା' ପିଇବାକୁ ଭଲ ପାଆନ୍ତି। ସେହିପରି ଅନେକ ଏଭଳି ମଧ୍ୟ ଅଛନ୍ତି ଯିଏକି ବାସି ଚା'କୁ ରଖି ଗରମ କରି କରି ପିଇଥା'ନ୍ତି। ଯଦି ଆପଣ ମଧ୍ୟ ଏଭଳି କରୁଛନ୍ତି ତେବେ ସାବଧାନ। ଆପଣଙ୍କ ଏହି ଅଭ୍ୟାସ ହୋଇପାରେ ଘାତକ। ରଖାଯାଇଥିବା ଚା'କୁ ବାରମ୍ବାର ଗରମ କରି ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାର ହୋଇଥାଏ।

Advertisment

- ଦୀର୍ଘ ସମୟ ଧରି ରଖାଯାଇଥିବା ଚାକୁ ବାରମ୍ବାର ଗରମ କରି ପିଇବା ଉଚିତ୍ ନୁହେଁ। ଏଭଳି କରିବା ଦ୍ୱାରା ଚା’ର ସ୍ୱାଦ ଏବଂ  ତା'ର ସୁଗନ୍ଧ ବଦଳିଯାଇଥାଏ। ଏହା ପେଟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ତେଣୁ ଯଦି ସମ୍ଭବ ରଖାଯାଇଥିବା ଚା' ପିଅନ୍ତୁ ନାହିଁ।

- ବାସି ଚା'କୁ ଗରମ କରି ପିଇବା ଦ୍ୱାରା ସେଥିରେ ଥିବା ଭଲ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ଏହା ସ୍ୱାଦହୀନ ମଧ୍ୟ ଲାଗେ। ଏଥିସହ ଏହା ଆପଣଙ୍କ ଶରୀରକୁ କ୍ଷତି ମଧ୍ୟ ପହଞ୍ଚାଏ।

Advertisment

-ଏଭଳି ଚା' ପିଇବା ଦ୍ୱାରା ଝାଡା, କୋଷ୍ଟ କାଠିନ୍ୟ, ହଜମ ସମ୍ବନ୍ଧୀୟ ସମସ୍ୟା ଆଦି ହୋଇପାରେ। ଏଥିପାଇଁ ବାସି ଚା'କୁ ଗରମ କରି ପିଇବା ଠାରୁ ଦୂରେଇ ରୁହନ୍ତୁ।  

-ବାସି ଚା’ରେ ଅନେକ ଜୀବାଣୁ ଉତ୍ପନ୍ନ ହୋଇଯାଇଥା'ନ୍ତି। ଯଦି ଆପଣ କ୍ଷୀରରେ ତିଆରି ଚା' ପିଉଛନ୍ତି, ତେବେ ଏହା ବାସି ବା ଦୀର୍ଘ ସମୟ ରହିଯିବା ପରେ ଏଥିରେ ମାଇକ୍ରୋବସ୍(ଏକ ପ୍ରକାର ଜୀବାଣୁ) ହେବା ଆଶଙ୍କା ଅଛି।

-ସେହିପରି ଯଦି ଆପଣ ହର୍ବାଲ ଚା' ପିଉଛନ୍ତି ତେବେ ତାକୁ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖି ଗରମ କରି ପିଅନ୍ତୁ ନାହିଁ। କାରଣ ଏଭଳି କରିବା ଦ୍ୱାରା ଏଥିରେ ଥିବା ସମସ୍ତ ଗୁଣ ନଷ୍ଟ ହୋଇଯାଇଥାଏ।  ଯଦିଓ, ଆପଣ ଚା'କୁ ୧୫ ମିନିଟ୍ ପୂର୍ବରୁ ପ୍ରସ୍ତୁତ କରିଛନ୍ତି, ତେବେ ତାକୁ ଗରମ କରି ପିଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe