Advertisment

ସାବଧାନ…ଚା' ସହ ଭୁଲ୍‌ରେ ବି ଖା'ନ୍ତୁ ନାହିଁ ଏହି ସବୁ ଜିନିଷ

ଅଧିକାଂଶ ଲୋକେ ସକାଳେ ଆଖି ଖୋଲିବା ମାତ୍ରେ ଚା’ ପିଇବାକୁ ପସନ୍ଦ କରନ୍ତି। କିଛି ଲୋକ ଅଛନ୍ତି ଯେଉଁମାନଙ୍କ ବେଡ୍ ଟି’ ପିଇବା ଅଭ୍ୟାସ ଥାଏ। କପେ ଚା’ ବିନା ଦିନ ଆରମ୍ଭ ହୁଏ ନାହିଁ।  ଯଦି କାହାର ଚା’ ଅଭ୍ୟାସ ଅଛି ଏବଂ ସେ ଚା’ ପିଇ ନାହାଁନ୍ତି, ତେବେ ତାଙ୍କର ମୁଣ୍ଡ ବିନ୍ଧିବା ମଧ୍ୟ ଆରମ୍ଭ ହୋଇଯାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ,  ଖାଲି ପେଟରେ ଚା’ କେବେବି ପିଇବା ଉଚିତ୍ ନୁହେଁ। କାରଣ ଏହା […]

author-image
Madhupriya Mistry
ସାବଧାନ…ଚା' ସହ ଭୁଲ୍‌ରେ ବି ଖା'ନ୍ତୁ ନାହିଁ ଏହି ସବୁ ଜିନିଷ

tea

ଅଧିକାଂଶ ଲୋକେ ସକାଳେ ଆଖି ଖୋଲିବା ମାତ୍ରେ ଚା' ପିଇବାକୁ ପସନ୍ଦ କରନ୍ତି। କିଛି ଲୋକ ଅଛନ୍ତି ଯେଉଁମାନଙ୍କ ବେଡ୍ ଟି' ପିଇବା ଅଭ୍ୟାସ ଥାଏ। କପେ ଚା' ବିନା ଦିନ ଆରମ୍ଭ ହୁଏ ନାହିଁ।  ଯଦି କାହାର ଚା' ଅଭ୍ୟାସ ଅଛି ଏବଂ ସେ ଚା' ପିଇ ନାହାଁନ୍ତି, ତେବେ ତାଙ୍କର ମୁଣ୍ଡ ବିନ୍ଧିବା ମଧ୍ୟ ଆରମ୍ଭ ହୋଇଯାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ,  ଖାଲି ପେଟରେ ଚା’ କେବେବି ପିଇବା ଉଚିତ୍ ନୁହେଁ। କାରଣ ଏହା ପେଟ ଜନିତ ସମସ୍ୟା ସୃଷ୍ଟି କରେ। ତେବେ ଚା' ପିଇବା ସମୟରେ ମଧ୍ୟ ତା'ସହ କ'ଣ ଖାଉଛନ୍ତି ସେ ନେଇ ମଧ୍ୟ ଧ୍ୟାନ ଦେବା ଉଚିତ।  କିଛି ଏଭଳି ଖାଦ୍ୟ ରହିଛି, ଯାହାକୁ ଚା' ସହ ଖାଇବା ଦ୍ୱାରା ମଣିଷ ରୋଗରେ ପଡିପାରନ୍ତି। ତେଣୁ ଚା’ ସହ କେଉଁ ଜିନିଷ ଖାଇବା ଉଚିତ୍ ନୁହେଁ ଏବଂ ଏହା ଶରୀର ଉପରେ କିପରି ପ୍ରଭାବ ପକାଇଥାଏ ଆସନ୍ତୁ ଜାଣିବା ସେ ସବୁ ବିଷୟରେpublive-image

Advertisment

ବେସନ ଯୁକ୍ତ ଖାଦ୍ୟ: ଅନେକ ଲୋକ ଚା' ସହ ପକୁଡି ଖାଇବା ପାଇଁ ପସନ୍ଦ କରନ୍ତି। କେବଳ ସେତିକି ନୁହେଁ ବେସନରେ ତିଆରି ଜିନିଷ ଖାଇଥା'ନ୍ତି ମଧ୍ୟ। ଯଦି ଆପଣ ମଧ୍ୟ ଚା' ସହ ପକୁଡି କିମ୍ବା ବେସନ ଯୁକ୍ତ ଖାଉଛନ୍ତି, ତେବେ ତାକୁ ଖାଇବା ଆଜିଠୁ ହିଁ ବନ୍ଦ କରିଦିଅନ୍ତୁ। କାରଣ ଏହା ଆପଣଙ୍କୁ ରୋଗାଗ୍ରସ୍ତ କରିପାରେ। ଚା' ସହ ପକୁଡି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୁଏ ଏବଂ ହଜମ ଶକ୍ତି କମିବାକୁ ଲାଗେ।publive-image

ଲେମ୍ବୁ: ଚା' ପିଇବା ସମୟରେ ଭୁଲ୍‌ରେ ବି ଲେମ୍ବୁ ଖା'ନ୍ତୁ ନାହିଁ। ଏହାଦ୍ୱାରା ଆସିଡିଟି ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ। publive-imageଥଣ୍ଡା ଖାଦ୍ୟ:ଗରମ ସହ ଥଣ୍ଡା ଖାଦ୍ୟ ଖାଇବା ଉଚିତ ନୁହେଁ ବୋଲି ଅନେକ ଶୁଣିଥିବେ। ତେଣୁ ଚା' ଏକ ଗରମ ପାନୀୟ ହୋଇଥିବାରୁ ଏହା ସହ ଥଣ୍ଡା ଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ। ନଚେତ ଏହା ଆମ ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପକାଇଥାଏ। ପେଟ ଫୁଲିବା ସହ ପେଟ ଯନ୍ତ୍ରଣା ଭଳି ସମସ୍ୟା ଉପୁଜେ।

Advertisment
Lifestyle