ଜନ୍ମର ପ୍ରଥମ ଛଅ ମାସ ଶିଶୁକୁ କେବଳ ମା’ କ୍ଷୀର ଦିଆଯାଇଥାଏ। ଛଅ ମାସ ପରେ ମା’ କ୍ଷୀର ସହ ପୋଷଣ ଯୁକ୍ତ ଖାଦ୍ୟ ଖାଇବାକୁ ଦେବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଯେଉଁ ମା’ମାନେ ଶିଶୁକୁ ସ୍ତନ୍ୟପାନ ଛଡ଼ା ବାହାର ଖାଦ୍ୟ ଖୁଆଉଛନ୍ତି ସେମାନେ ସତର୍କ ରୁହନ୍ତୁ। ଏମିତି କିଛି ଖାଦ୍ୟ ଅଛି ଯେଉଁଗୁଡ଼ିକୁ ଏକ ବର୍ଷରୁ କମ୍ ଶିଶୁଙ୍କୁ ଖୁଆଇବା ଅନୁଚିତ। ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟକୁ ଏକ ବର୍ଷରୁ କମ୍ ଶିଶୁଙ୍କୁ ଖୁଆଇବା ଅନୁଚିତ।
- ଶିଶୁର ବୟସ ଏକ ବର୍ଷରୁ କମ୍ ହୋଇଥିଲେ ଲୁଣ ଖୁଆଇବେ ନାହିଁ। ଲୁଣ ଖାଇବା ଦ୍ୱାରା ଶିଶୁଙ୍କଠାରେ ଆଲର୍ଜି ଭଳି ସମସ୍ୟା ଦେଖାଯାଇଥାଏ।
- ଏକ ବର୍ଷର କମ୍ ଶିଶୁଙ୍କୁ ରାଗ କିମ୍ୱା ବାସି ଖାଦ୍ୟ ଖୁଆଇବେ ନାହିଁ। ଏପରି ଖାଦ୍ୟ ଖୁଆଇବା ଦ୍ୱାରା ଶିଶୁଙ୍କ ପେଟରେ ସମସ୍ୟା ଦେଖାଯାଇଥାଏ।
- ଆପଣଙ୍କ ଶିଶୁଙ୍କୁ ଆଲର୍ଜି ପରି ସମସ୍ୟା ଥିଲେ ହାଲ୍କା ଆହାର ଖୁଆନ୍ତୁ। ପତ୍ର କୋବି ଓ ଫୁଲ କୋବି ପରି ଖାଦ୍ୟ ଶିଶୁଙ୍କୁ ଭୁଲରେ ଖୁଆଇବେ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଏମ୍ସର ପୂର୍ବତନ ମୁଖ୍ୟଙ୍କ ବଡ଼ ବୟାନ: HMPV ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ
ଏଚଏମପିଭିର ଚିକିତ୍ସା ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ। ଲୋକମାନେ ଏହି ଭାଇରସକୁ ମାତ ଦେବା ପାଇଁ ଆବଶ୍ୟକ ମାତ୍ରାର ପାଣି ପିଅନ୍ତୁ ଓ ଅଧିକରୁ ଅଧିକ ପରିମାଣର ପୃଷ୍ଟିକର ଖାଦ୍ୟ ଖାଆନ୍ତୁ।
Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Health
‘ଓଡ଼ିଶାରେ ଚିହ୍ନଟ ହୋଇନି ଏଚଏମପିଭି ଭାଇରସ୍, ଥଣ୍ଡାକାଶ ଥିଲେ ପରୀକ୍ଷା କରାନ୍ତୁ’
ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ଏହି ଭାଇରସ୍ ମୁଖ୍ୟତଃ ୧୪ବର୍ଷ ବୟସରୁ କମ୍ ପିଲାଙ୍କୁ ସଂକ୍ରମିତ କରିଥାଏ । ତା’ଛଡ଼ା ଯେଉଁମାନଙ୍କର ରୋଗପ୍ରତିରୋଧକ ଶକ୍ତି କମ୍ ଥାଏ ଯଥା ଗର୍ଭବତୀ, କ୍ୟାନସର,ଆଜମା ଓ ହୃଦରୋଗରେ ପୀଡ଼ିତ ଥାନ୍ତି ସେମାନେ ଏଥିରେ ସଂକ୍ରମିତ ହେବାର ଆଶଙ୍କା ବେଶୀ ।
Health
ଭାରତରେ ପଶିଲା ଚୀନ୍ ଭାଇରସ୍, ଗୋଟିଏ ଦିନରେ ୩ HMPV ମାମଲା ଚିହ୍ନଟ
ଏହି ଭାଇରସ୍ ଶିଶୁଙ୍କୁ ଅଧିକ ପରିମାଣରେ ଆକ୍ରାନ୍ତ କରୁଛି। ଆଜି ଗୋଟିଏ ଦିନରେ ବେଙ୍ଗାଲୁରୁରେ ୨ ଶିଶୁ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPV ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
Health
ଡରାଇଲା ଚାଇନା ଭାଇରସ: ୩ ଆକ୍ରାନ୍ତ ଚିହ୍ନଟ ପରେ ମାସ୍କ ପିନ୍ଧିବାକୁ ପରାମର୍ଶ, ମାର୍ଗଦର୍ଶିକା ଜାରି
ଦେଶରୁ ୩ଟି ଏଚଏମପିଭି ଆକ୍ରାନ୍ତ ହେବାରୁ ବିଭିନ୍ନ ରାଜ୍ୟ ପକ୍ଷରୁ ସ୍ୱାସ୍ଥ୍ୟଗତ ମାର୍ଗଦର୍ଶିକା ଜାରି କରାଯାଇଛି।